ETV Bharat / state

ଓଡିଶା ସରକାର ଏବେ ପିସି ସରକାର; କଂଗ୍ରେସ

author img

By

Published : Aug 16, 2023, 8:16 PM IST

ଓଡ଼ିଶାରେ ବିଜେଡି ସରକାର ଏବେ ପିସି ସରକାର ପାଲଟିଥିବା କଂଗ୍ରେସ ଅଭିଯୋଗ କରିଛି । ଆସନ୍ତା ୧୮ରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ନେଇ କଂଗ୍ରେସର ଚେତାବନୀ । ଅଧିକ ପଢ଼ନ୍ତୁ

congress targets bjp and bjd
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲା କଂଗ୍ରେସ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲା କଂଗ୍ରେସ

ବାଲେଶ୍ବର: ଓଡ଼ିଶାରେ ବିଜେଡି ସରକାର ଏବେ ପିସି ସରକାର ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ସାଧାରଣ ଲୋକଙ୍କୁ ବୋକା ବନାଉଛନ୍ତି । ପ୍ରତି କାର୍ଯ୍ୟରେ ସରକାରୀ ସ୍ତରରେ ଆବଶ୍ୟକ ପଡୁଛି ପିସି । ସରକାରୀ କର୍ମଚାରୀମାନେ ବିନା ପିସିରେ କୌଣସି କାର୍ଯ୍ୟ କରୁନାହାନ୍ତି । ଏମିତି କିଛି ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଆକ୍ଷେପ କରାଯାଇଛି ।



କଂଗ୍ରେସର ଅଭିଯୋଗ ଅନୁସାରେ, ଓଡ଼ିଶାରେ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ୫୦% ପିସି ସରକାରରେ ପରିଣତ ହୋଇଯାଇଛି । ଲୋକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ, ଛଳନା କରି କଂଗ୍ରେସ କରିଥିବା ଜନହିତକର କାର୍ଯ୍ୟକୁ ନିଜ ନାଁରେ କରି ବିଜ୍ଞାପନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ସାଧାରଣ ନିରୀହ ଲୋକଙ୍କୁ ବୋକା ବନେଇ ଚାଲିଛନ୍ତି । ବ୍ଲକ, ଡିଆରଡିଏ, ପିଡବ୍ଲୁଡ଼ିଆରଡି ଆଦି ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫୦% ପର୍ଯ୍ୟନ୍ତ ପିସି କାରବାର ବେଧଡକ ଚାଲିଛି ବୋଲି କଂଗ୍ରେସ କହିଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି, " ସରକାରୀ ବିଭାଗ ଯେପରିକି ଥାନା ଓ ଡାକ୍ତରଖାନାରେ ବ୍ୟାପକ ଆର୍ଥିକ ଦୁର୍ନୀତି ଚାଲିଛି । ଯେଉଁ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଆଦି ଯୋଜନା ଲୋକଙ୍କ ବଞ୍ଚିବାରେ କିଞ୍ଚିତ ସହାୟତା ପ୍ରଦାନ କରିବା ପାଇଁ କଂଗ୍ରେସ ସରକାର ସମୟରେ ପ୍ରଣୟନ କରାଯାଇଥିଲା ସେସବୁର ନାଁ ପରିବର୍ତ୍ତନ କରି ଦଳୀୟ ଢାଞ୍ଚାରେ ନିଜ ଦଳୀୟ କର୍ମୀଙ୍କୁ ଏହାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏମିତିକି ଉଚ୍ଚପଦସ୍ତ ଅଧିକାରୀ ମାନେ ବିଜେଡିର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

ଶାସନକଳର ରାଜନୀତିକରଣ କରି ନିଜ ଦଳୀୟ କାର୍ଯ୍ୟରେ ନିୟୋଜିତ କରିବା ଅଣସାମ୍ବିଧାନିକ ଓ ଲଜ୍ୟାକର ଘଟଣା ବୋଲି କଂଗ୍ରେସ କହିଛି । ବିଜେଡି ସରକାର ନିଜ ନାମ ପ୍ରଚାର କରିବା ପାଇଁ “ନବୀନ ଓଡ଼ିଶା"ର ସ୍ଲୋଗାନ ଦେଇ ଆଗକୁ ନିର୍ବାଚନୀ ଥୋପ ଦେବାକୁ ଚେଷ୍ଟା କରୁଛି । ଯେଉଁଭଳି ଭାବେ ୫୦ ଲକ୍ଷ ଟଙ୍କା ବିନା ଗ୍ରାମସଭା ଓ ବିନା ଗ୍ରାମପଞ୍ଚାୟତର ହସ୍ତକ୍ଷପରେ ପ୍ରତ୍ୟେକ ପଞ୍ଚାୟତକୁ ଦେବାପାଇଁ ଘୋଷଣା କରିଛନ୍ତି, ନବୀନ ସରକାର ଯେ ଏକ ଦୁର୍ନୀତିଗ୍ରସ୍ତ ସରକାର ଏଥିରୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି କଂଗ୍ରେସ କହିଛି । ସେହିପରି କେନ୍ଦ୍ର ସରକାରଙ୍କ ଭୁଲ ତଥା ଜନମାରଣ ନୀତି କାରଣରୁ ପେଟ୍ରୋଲ, ଡିଜେଲ,ଗ୍ୟାସ ତଥା ତେଲ ଠାରୁ ଲୁଣ ଯାଏଁ ସବୁ ଜିନିଷର ମୂଲ୍ୟ ୧୦୦% ରୁ ଅଧିକ ବୃଦ୍ଧି ହୋଇ ଆକାଶ ଛୁଆଁ ହୋଇଛି । ତାହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୪.୫ କୋଟି ଲୋକ ତାଙ୍କ ପରିବାରର ବୋଲି କହି ମୋଦି ସରକାରର ସମସ୍ତ ନୀତିକୁ ସଂସଦ ବାହାରେ ଓ ଭିତରେ ସମର୍ଥନ କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ।

ଏହାକୁ ନିଶ୍ଚୟ ଭାବରେ କଂଗ୍ରେସ ବିରୋଧ କରିବା ସହ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ଜନମାରଣ ନୀତି ବିରୋଧରେ ଆନ୍ଦୋଳନ କରିବ । ସାଧାରଣ ଲୋକଙ୍କୁ ଏନେଇ ସଚେତନ କରାଇବ। ଏଥିପାଇଁ ଆସନ୍ତା 18 ତାରିଖ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ବିଜେଡି ଏବଂ ବିଜେପି ସରକାରର ସମସ୍ତ ଦୁର୍ବଳତାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ସୂଚନା ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.