ETV Bharat / state

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Aug 8, 2022, 11:41 AM IST

ସନ୍ଦେହଜନକ ଅବସ୍ଥାରେ ବଲାଙ୍ଗୀର ସିଂହାଣୀ ମୁଣ୍ଡା ଗ୍ରାମରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ଜିଲ୍ଲାର ସିଂହାଣୀ ମୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ମୃତକ ଜଣଙ୍କ ହେଉଛନ୍ତି ବୁରୋ ମୁଣ୍ଡା ଗ୍ରାମର ଅମିତ ସାଏ । ମିଳିଥିବା ସୂଚନା ଅନୁଯାୟୀ, ବୁରୋ ମୁଣ୍ଡା ଗ୍ରାମର ଅମିତ ସାଏ ରବିବାର କୌଣସି କାମରେ ପାଖ ସିଂହାଣୀ ମୁଣ୍ଡା ଗ୍ରାମକୁ ଯାଇ ଆଉ ଫେରିନଥିଲେ ।

ଏନେଇ ପରିବାର ଲୋକେ ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଗ୍ରାମ ମୁଣ୍ଡରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଅମିତଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.