ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Dec 5, 2022, 9:10 PM IST

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଦେଓଗାଁ ଥାନା ଅନ୍ତର୍ଗତ ବିରିଡି ପାଳି ଗ୍ରାମ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ବଲାଙ୍ଗୀର: ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଦେଓଗାଁ ଥାନା ଅନ୍ତର୍ଗତ ବିରିଡି ପାଳି ଗ୍ରାମ ନିକଟ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଜୟନ୍ତୀ ଅମାତା । ଜୟନ୍ତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକ ଅନ୍ତର୍ଗତ ବିରିଡି ପାଳି ଗ୍ରାମର ଜୟନ୍ତୀ ଅମାତା ପୁଇଁତଲା ବ୍ଲକ ଛତା ପିପଳ ଗ୍ରାମର ଗଜେନ୍ଦ୍ର ଅମାତଙ୍କୁ ବିବାହା କରିଥିଲେ । ବିବାହକୁ ୧୦ ବର୍ଷ ହୋଇଯାଇଥିବା ବେଳେ ଅନେକ ସମୟରେ ଜୟନ୍ତୀଙ୍କୁ ସ୍ବାମୀ ନିର୍ଯାତନା ଦେଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ବିବାହ ସମୟରେ ଜ୍ୱାଇଁ ଗଜେନ୍ଦ୍ରଙ୍କୁ ଯୌତୁକ ଆକାରରେ ଏକ ଚାଷ ଜମି ଶ୍ବଶୁର ଘର ଲୋକେ ଦେଇଥିଲେ । ସେହି ଜମିରେ ଗତକାଲି ଧାନ ଅମଳ ଚାଲିଥିବା ବେଳେ ଗଜେନ୍ଦ୍ର ନିଜ ସ୍ତ୍ରୀ ଜୟନ୍ତୀଙ୍କୁ ନେଇ କୁଆଡେ ଚାଲି ଯାଇଥିଲା । ଏବଂ ପରେ ଜୟନ୍ତୀ ଅମାତାଙ୍କ ମୃତଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ଏନେଇ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ସେପଟେ ଜୟନ୍ତୀଙ୍କ ସ୍ୱାମୀ ଗଜେନ୍ଦ୍ର ଫେରାର ଥିବା ବେଳେ ପରିବାର ଲୋକେ ତାଙ୍କ ବିରୋଧରେ ଦେଓଗାଁ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.