Viral Video: ଶ୍ରେଣୀ ଗୃହରେ ଶୋଇଛନ୍ତି ଶିକ୍ଷକ, ପିଲା କରୁଛନ୍ତି ମସ୍ତି

author img

By

Published : Sep 28, 2022, 10:18 PM IST

Viral Video, ଶ୍ରେଣୀ ଗୃହରେ ଶୋଇଛନ୍ତି ଶିକ୍ଷକ, ପିଲା କରୁଛନ୍ତି ମସ୍ତି

ବଲାଙ୍ଗୀର ଉପାନ୍ତ ଅଞ୍ଚଳର ଏକ ସ୍କୁଲରେ ପ୍ରଧାନ ଶିକ୍ଷକ କ୍ଲାସ ରୁମରେ ଶୋଇ ଥିବ ହେଲେ ଛାତ୍ର ଛତ୍ରୀ ବାହାରେ କରୁଛନ୍ତି ମସ୍ତି। ଏଭଳି ଏକ ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଏଠିକାର ଉପାନ୍ତ ଅଞ୍ଚଳରେ କେମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ତାହା ଏବେ ଆକଳନ କରାଯାଇପାରେ । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀର ଉପାନ୍ତ ଅଞ୍ଚଳର ଏକ ସ୍କୁଲରେ ପ୍ରଧାନ ଶିକ୍ଷକ କ୍ଲାସ ରୁମରେ ଶୋଇ ଥିବ ହେଲେ ଛାତ୍ର ଛତ୍ରୀ ବାହାରେ କରୁଛନ୍ତି ମସ୍ତି । ଏଭଳି ଏକ ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଏଠିକାର ଉପାନ୍ତ ଅଞ୍ଚଳରେ କେମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ତାହା ଏବେ ଆକଳନ କରାଯାଇପାରେ ।

Viral Video, ଶ୍ରେଣୀ ଗୃହରେ ଶୋଇଛନ୍ତି ଶିକ୍ଷକ, ପିଲା କରୁଛନ୍ତି ମସ୍ତି

ଘଟଣା ଅନୁସାରେ ଭାଇରାଲ ହେଉଥିବା ଭିଡିଓ ଟି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାଓ ପ୍ରଭାବିତ ବଡବାଙ୍କି ଗ୍ରାମ ମଝି ପଡା ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି। ଏହି ସ୍କୁଲରେ 50 ଜଣ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥାନ୍ତି। ଏଠି ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିବା ବେଳେ ଆଉ ଜଣେ ଶିକ୍ଷୟତ୍ରୀ କେବଳ ଉପସ୍ଥିତି ଖାତାରେ ଲେଖି ଚାଲି ଯାଇଥାନ୍ତି ।

ତେବେ ଉକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏକାକି ସ୍କୁଲରେ ପାଠପଢାଇ ଥାନ୍ତି । ଭାଇରାଲ ହେଉଥିବା ଭିଡିଓରେ ଶିକ୍ଷକ ଜଣଙ୍କ ବୋଧେ ଥକି ଯିବାରୁ ଶ୍ରେଣୀଗୃହରେ ହିଁ ନିଘୋଡ ନିଦ୍ରାରେ ଶୋଇ ଯାଇଛନ୍ତି । ସେପଟେ ଭବିଷ୍ୟତ ଗଢିବାକୁ ଆସିଥିବା ଛାତ୍ରଛାତ୍ରୀ ସ୍କୁଲରେ ମସ୍ତି କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବଲାଙ୍ଗୀର ଶିକ୍ଷା ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.