ETV Bharat / state

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : May 1, 2023, 9:07 AM IST

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗଙ୍ଗା ସାଗର ଗ୍ରାମ ନିକଟସ୍ଥ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ପାଖରେ ସ୍କୁଟି ଏବଂ ପାଣି ବୋତଲ ଜବତ ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗଙ୍ଗା ସାଗର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ପାଟଣାଗଡ଼ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ହେଲେ ରଞ୍ଜୁ ଦଣ୍ଡସେନା ।

ସୂଚନାଅନୁସାରେ, ମୃତ ରଞ୍ଜୁ ଦଣ୍ଡସେନା ପାଟଣାଗଡର ମେହେର ହଷ୍ଟେଲରେ ରହି ପାଟଣାଗଡ଼ ଦେଓବାହଲ କଲେଜରେ ଯୁକ୍ତ ତିନି ପଢୁଥିଲେ । ଗତକାଲି(ରବିବାର) ପୋଲିସ ମୃତଦେହ ଉଦ୍ଧାର କରିବା ସହ ସ୍କୁଟିରୁ ନୋଟ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଝିଅ ଜୀବନ ହାରିଥିବା ନେଇ ଗ୍ରହଣ କରିପାରିନଥିଲେ । ତାଙ୍କୁ ମାଡ ମରାଯିବା ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି ।


ଛାତ୍ରୀଙ୍କ ମା’ ସବିତା ଦଣ୍ଡସେନା କହିଛନ୍ତି, "ଶନିବାର ସେ ଘରକୁ ଫୋନ୍ କରିଥିଲା । ହେଲେ ସେ ଫୋନ୍ ଉଠାଇ ପାରି ନଥିଲେ । ପରେ ଆମେ ତାଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ୱେ ସେ ଆଉ ତାହାର ଉତ୍ତର ଦେଇ ନଥିଲେ । ସେହିପରି ପୋଲିସ୍ ପାଖରୁ ଖବର ପାଇ ଗତକାଲି(ରବିବାର) ସେମାନେ ଘଟଣା ସ୍ଥଳକୁ ଆସିଥିଲେ । ପାଖରେ ସ୍କୁଟି ପାଣି ବୋତଲ ଥିବା ବେଳେ କେହି ତାଙ୍କୁ ହଷ୍ଟେଲରୁ ଆଣି ଏଠି ହତ୍ୟା କରିଥିବାର ଆମେ ସନ୍ଦେହ କରୁଛୁ । ତଦନ୍ତ କରାଯାଇ ଦେଷୀକୁ ଶୀଘ୍ର ଦଣ୍ଡ ଦିଆଯାଉ ।"


ସେପଟେ ଘଟଣାର ଖବର ପାଇ ପୋଲିସ ଡିଏଫଏସଏଲ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି," ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଏଠାକୁ ଆସିଥିଲା । ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣା ରାତିରେ ଘଟି ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି । ସେହିପରି ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ୍ ତଦନ୍ତ ଜାରି ରଖିଛି । ଆମେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛୁ । ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ । ଆମେ ପରିବାର ଲୋକଙ୍କ ଅଭିଯୋଗକୁ ମଧ୍ୟ ପ୍ରାଧାନ୍ୟ ଦେଇଛୁ । ପାଖରେ ଥିବା ସ୍କୁଟି ବୋତଲ ଇତ୍ୟାଦିକୁ ମଧ୍ୟ ତଦନ୍ତ ଭୁକ୍ତ କରାଯାଇଛି । ତେବେ ଘଟଣା ଯାହା ବି ହେଉଥାଉ ପୋଲିସ୍ ଏହାର ମୂଳରେ ପହଞ୍ଚିବ ।"

ଇଟିଭି ଭାରତ, ବଲାଙ୍ଗୀର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.