ETV Bharat / state

୨୨ରୁ 'ଭାଷା ସଂସ୍କୃତି ସ୍ୱାଭିମାନ ପଦଯାତ୍ରା', ସାମିଲ ହେବାକୁ ମନୋଜଙ୍କ ଅପିଲ

author img

By ETV Bharat Odisha Team

Published : Dec 20, 2023, 10:48 PM IST

Protest over Koshal Language: କୋଶଳ ପିପୁଲସ ଫୋରମ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ଆସନ୍ତା ୨୨ ତାରିଖରୁ 'ଭାଷା ସଂସ୍କୃତି ସ୍ୱାଭିମାନ ପଦଯାତ୍ରା' କରାଯିବ। ହେବାକୁ ଥିବା ପଦଯାତ୍ରାରେ ଅଧିକ ଲୋକ ସାମିଲ ହେବାକୁ ଅପିଲ କରିଛନ୍ତି ମନୋଜ । ଅଧିକ ପଢନ୍ତୁ

protest over koshal language
ଭାଷା ସଂସ୍କୃତି ସ୍ୱାଭିମାନ ପଦଯାତ୍ରା

ଭାଷା ସଂସ୍କୃତି ସ୍ୱାଭିମାନ ପଦଯାତ୍ରା

ବଲାଙ୍ଗୀର: କୋଶଳ ଭାଷା ପାଇଁ ହେବ ତୀବ୍ର ଆନ୍ଦୋଳନ । କୋଶଳ ପିପୁଲସ ଫୋରମ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ଏହି ଆନ୍ଦୋଳନ ହେବ ବୋଲି କୁହାଯାଇଛି । ଆସନ୍ତା ୨୨ ତାରିଖରୁ 'ଭାଷା ସଂସ୍କୃତି ସ୍ୱାଭିମାନ ପଦଯାତ୍ରା' କରାଯିବ। ସମସ୍ତଙ୍କୁ ସାମିଲ ହେବା ପାଇଁ ଅପିଲ କରିଛନ୍ତି ଅଭିନେତା ମନୋଜ ମିଶ୍ର। କୋଶଳ ଆନ୍ଦୋଳନ ତେଜିବାରେ ଲାଗିଥିବାବେଳେ ଆଗକୁ ପଦ ଯାତ୍ରା ଓ ତୀବ୍ର ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି 'କୋଶଳ ପିପୁଲସ ଫୋରମ' ।

ଗୋଟିଏପଟେ, ଓଲିଉଡ କଳି ଥମିନଥିବାବେଳେ ଏବେ ଭାଷା ଆନ୍ଦୋଳନ ଜୋର ଧରିଛି । ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ସ୍ୱାଭିମାନ ପାଇଁ ଆସନ୍ତା ୨୨ ତାରିଖରୁ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ପଶ୍ଚିମ ଓଡିଶା ପିପୁଲସ ଫୋରମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୀଠ ନୃସିଂହ ନାଥରୁ ଏହି ପଦଯାତ୍ରା ଆରମ୍ଭ ହେବ।

ନୂଆପଡ଼ା, ଖରିଆର, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ପାଟଣାଗଡ଼, ବଲାଙ୍ଗୀର, ଲୋଇସିଂହା,ସୋନପୁର, ବରପାଲି,ବରଗଡ଼, ସମ୍ବଲପୁର ଦେଇ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ୨୭ ତାରିଖ ଯାଏଁ ଚାଲିବ ଏହି ପଦଯାତ୍ରା। ବିଶେଷ କରି ୫ ଦଫା ଦାବି ନେଇ ସ୍ୱାଭିମାନ ପଦଯାତ୍ରା କରାଯାଉଛି। ଭାଷା ସଂସ୍କୃତିକୁ ରାଜ୍ୟର ଅନ୍ୟତମ ଭାଷା ଭାବେ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ, ପ୍ରାଥମିକ ସ୍ତରରେ କୋଶଳ ଭାଷାକୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳନ, ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା ସହ ପଶ୍ଚିମ ଓଡ଼ିଶାରେ ଏକ ସିନେମା ଶିଳ୍ପ ପାଇଁ ୨ ଶହ ଏକର ଜମି ପ୍ରଦାନ ଆଦି ଦାବି ରହିଛି।

ଏହା ମଧ୍ୟ ପଢନ୍ତୁ...କୋଶଳ ରାଜ୍ୟ ଦାବି ଆନ୍ଦୋଳ ଜୋରଦାର ହେବ: କୋଶଳବାଦୀ ନେତା ପ୍ରମୋଦ ମିଶ୍ର

ଅଭିନେତା ମନୋଜ ମିଶ୍ର କହିଛନ୍ତି , "ପଶ୍ଚିମ ଓଡ଼ିଶାର ଭାଷା ସଂସ୍କୃତି ଆରମ୍ଭରୁ ସମୃଦ୍ଧ ରହିଛି। ତେଣୁ ଏହି ଭାଷା ସାରା ଦେଶରେ ପହଞ୍ଚିବା ଆବଶ୍ୟକ।" ଏଥିଲାଗି ଭାଷା ସ୍ଵୀକୃତି ମିଳିବା ସହ ରାଜ୍ୟର ଦ୍ଵିତୀୟ ଭାଷା ଭାବେ ପ୍ରଚଳନ କରାଯିବାକୁ ସେ ଦାବି କରିଛନ୍ତି । ଭାଷାକୁ ମାନ୍ୟତା ପାଇଁ ଦୀର୍ଘ ଦିନର ଦାବି ହୋଇ ଆସୁଥିବାବେଳେ ଆଞ୍ଚଳିକ ଭାଷାରେ ସିନେମା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଭିନେତା ମନୋଜ ମିଶ୍ର। ତେବେ ଭାଷା ସ୍ଵୀକୃତି ମିଳିଲେ ଏଠାକାର କଳା, କଳାକାର ଆହୁରି ସମୃଦ୍ଧ ହେବେ । ତେଣୁ ଭାଷା ଆନ୍ଦୋଳନ ନେଇ ଆସନ୍ତା ୨୨ ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ପଦଯାତ୍ରାରେ ଅଧିକ ଲୋକ ସାମିଲ ହେବାକୁ ଅପିଲ କରିଛନ୍ତି ମନୋଜ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.