ପୁତୁରା ଗୁଳିମାଡରେ ଖୁଡି ଗୁରୁତର

author img

By

Published : Dec 4, 2022, 1:43 PM IST

ପୁତୁରାର ଗୁଳିମାଡରେ ବଡମା ଗୁରୁତର

ସୋନପୁର ଜିଲ୍ଲା ତରଭାରେ ଗୁଳିମାଡ । ପୁତୁରାର ଗୁଳିମାଡରେ ଖୁଡି ଗୁରୁତର । ଅଧିକ ପଢନ୍ତୁ

ବଲାଙ୍ଗୀର: ପୁତୁରାର ଗୁଳିମାଡରେ ଖୁଡି ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ତରଭାରେ । ଗୁରୁତର ଅବସ୍ଥାରେ ବଡମାଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ତରଭା ନିବାସୀ ଅନୁମା ମହାପାତ୍ର ।

ପୁତୁରାର ଗୁଳିମାଡରେ ବଡମା ଗୁରୁତର

ଅଭିଯୋଗ ଅନୁସାରେ, ଅନୁମା ମହାପାତ୍ର ଆଜି(ରବିବାର) ସକାଳେ ରୋଷେଇ କରୁଥିବା ବେଳେ ତାଙ୍କ ପୁତୁରା ଦେବ ମହାପାତ୍ର ଆସି ପଛପଟୁ ଗୁଳିମାଡ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଅନୁମାଙ୍କୁ କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଗୁଳିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ।

ଏହି ଘଟଣାକୁ ନେଇ ଅନୁମାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି," ଅନୁମା ରୋଷେଇ କରୁଥିବା ସମୟରେ ପୁତୁରା ଦେବ ମହାପାତ୍ର ଆସି ପଛରେ ଠିଆ ହୋଇଥିଲେ । ଏହା ପରେ ସେ ଖୁଡି କଣ କହିବ କି ବୋଲି ପଚାରି ପଛପଟୁ ଗୁଳି ମାରିଦେଇ ଫେରାର ହୋଇଯାଇଥିଲେ । ଆମେ ତାଙ୍କୁ ହସ୍ପିଟାଲ ଆଣିଛୁ । ଆଗରୁ କିଛି ଶତ୍ରୁତା ନଥିଲା ମାନସିକ ଚାପ ପାଇଁ ଗୁଳିମାଡ କରିଥିବା ଆମେ ଅନୁମାନ କରୁଛୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.