ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ମହିଳା ନକ୍ସଲ ନିପାତ

author img

By

Published : Nov 24, 2022, 1:16 PM IST

Updated : Nov 24, 2022, 10:09 PM IST

ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ନକ୍ସଲ ନିପାତ

ବଲାଙ୍ଗୀରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୨ ମହିଳା ନକ୍ସଲ ନିପାତ । ଅଧିକ ପଢନ୍ତୁ

ବଲାଙ୍ଗୀର: ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ବଡ ସଫଳତା । ବଲାଙ୍ଗୀରରେ ମାଓବାଦୀ ସକ୍ରିୟ ଥିବା ବେଳେ ଆଜି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଦୁଇ ମାଓବାଦୀ ମହିଳା ବୋଲି ଜଣାପଡିଛି ।

ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ

ସୂଚନା ଅନୁଯାୟୀ, ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 2 ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ପାଖାପାଖି ଅଧଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ମୃତ ମାଓବାଦୀଙ୍କ ନିକଟରୁ 2ଟି ରାଇଫଲ୍ ଜବତ କରିଛି ପୋଲିସ । ତେବେ ଚିହ୍ନଟରୁ ଜଣାପଡିଛି ଯେ ମୃତ ମହିଳା ମାଓବାଦୀଙ୍କ ଘର ଛତିଶଗଡ଼ରେ । ଉଭୟ ବଲାଙ୍ଗୀର ବରଗଡ ଡିଭିଜନର କ୍ୟାଡର ଥିଲେ । ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଚାଲିଛି । 2ଜଣ ମାଓବାଦୀଙ୍କ ଉପରେ 4ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଘଟଣା ସ୍ଥଳରେ 5ଟି ଏସଓଜି ଟିମ ନିୟୋଜିତ ଥିଲେ । ସ୍ଥାନିୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ନକ୍ସଲ ନିପାତ
ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ନକ୍ସଲ ନିପାତ

ତେବେ ଏନେଇ ଡିଜିପି ସୁନିଲ ବଂଶଲ କହିଛନ୍ତି ଯେ, ଅସ୍ତ୍ର ଛାଡି ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ଏନେଇ ପୋଲିସ ଡିଜି ନିବେଦନ କରିଛନ୍ତି । ହିଂସାର ପନ୍ଥା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ସେମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଜୀବନଯାପନ କରିବା ପାଇଁ ଅନେକ ଯୋଜନା ରହିଛି ବୋଲି କହିଛନ୍ତି ଡିଜିପି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Nov 24, 2022, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.