ETV Bharat / state

ଗାଈ ଫସଲ ଖାଇବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା!

author img

By ETV Bharat Odisha Team

Published : Dec 24, 2023, 10:25 PM IST

Man Killed Over Cattle Grazing: ସରଗୁଲ ଗ୍ରାମରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଗାଈ ଫସଲ ଖାଇଯିବାରୁ ଗାଈ ଚରାଳିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

man killed over cattle grazing
ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବଲାଙ୍ଗୀର: ଗାଈ ଫସଲ ଖାଇଯିବାରୁ ଗାଈ ଚରାଳିଙ୍କୁ ହତ୍ୟା । ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ଅଭିଯୁକ୍ତ ଅଟକ ରହିଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସରଗୁଲ ଗ୍ରାମରେ । ଅଭିଯୋଗ ଅନୁସାରେ, ଗାଁର କାଳିଆ କଲେତ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଗାଈପଲ ନେଇ ଚରାଇବାକୁ ଯାଇଥିଲେ । ତାଙ୍କ ଗାଈ ସେହି ଗ୍ରାମର ଜଣଙ୍କ ବିଲରେ ପଶି ଫସଲ ଖାଇଯିବାର ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜମିରମାଲିକ ବୁଡୁ ଭୁଏ ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ କାଳିଆ କଲେତଙ୍କୁ ପ୍ରବଳ ମାଡ଼ ମାରିଥିଲେ ।

ଯାହାଫଳରେ ସେ ଘଟଣାସ୍ଥଳରେ ଚେତା ଶୂନ୍ୟ ହୋଇ ପଡ଼ିଯାଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମୁରିବାହାଲ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଈ ଫସଲ ଖାଇବାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣା ସମଗ୍ର ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ପଛର ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ ।

ସେପଟେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ମୁରିବହାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପାରିପାର୍ଶ୍ବିକ ସ୍ଥିତିର ଯାଞ୍ଚ କରିବା ସହ ଛାନଭିନ ଚଳାଇଛି ପୋଲିସ । କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଏନେଇ ଏସଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି, "ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି। ଏହାର ମୁଖ୍ୟ ଅଭିଯୁକ୍ତ ବୁଡୁ ଭୁଏକୁ ଅଟକ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ...କୁକୁଡା ମାଂସ ପାଇଁ ଗଡିଲା ମୁଣ୍ଡ, କୋଇଲାରେ ଡବଲ ମର୍ଡର

ଏହା ମଧ୍ୟ ପଢନ୍ତୁ...ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ତାଲିବାନୀ ନିର୍ଯାତନା; ରଶିରେ ବାନ୍ଧି ଦେଲେ ନିସ୍ତୁକ ମାଡ଼


ସେ ଆହୁୁରି ମଧ୍ୟ କହିଛନ୍ତି, "ପୋଲିସ ପାଖରେ ଏହି ଅଭିଯୋଗ ଆସିବା ପରେ ପୋଲିସ ତ୍ୱରିତ ପଦକ୍ଷେପ ନେଇଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ କେବଳ ଗାଈ ଫସଲ ଖାଇ ଯିବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ଆସିଥିଲା ଏବଂ ଏହା ଉପରେ ପୋଲିସ ପଦକ୍ଷେପ ନେଇ ଅଧିକ ତଦନ୍ତ ଜାରି ରଖିଛି ।" ଘଟଣା ପଛର ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.