ETV Bharat / state

ଆସନ୍ତାକାଲି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ପ୍ରକଳ୍ପ

author img

By ETV Bharat Odisha Team

Published : Jan 2, 2024, 8:00 PM IST

ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ପ୍ରକଳ୍ପ
ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ପ୍ରକଳ୍ପ

Lower Suktel irrigation project: ବଲାଙ୍ଗୀରବାସୀଙ୍କ 25 ବର୍ଷର ପ୍ରତୀକ୍ଷାର ଘଟିବ ଅନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହାର ଶୁଭ ଉଦଘାଟନ କରିବେ । ଅଧିକ ପଢ଼ନ୍ତୁ

ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ପ୍ରକଳ୍ପ

ବଲାଙ୍ଗୀର : ବଲାଙ୍ଗୀରବାସୀଙ୍କ 25 ବର୍ଷର ପ୍ରତୀକ୍ଷା ଅନ୍ତ ଘଟିବାକୁ ଯାଉଛି । ଲୋକାର୍ପିତ ହେବ ବଲାଙ୍ଗିରର ଜୀବନ ରେଖା ଲୋୟର ଶୁକତେଲ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହାର କରିବେ ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନ 12 ଟାରେ ଏହାର ଉଦଘାଟନ କରିବେ । 2 ହଜାର ସାତଶହ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଚାଷକାର୍ଯ୍ୟକୁ ପାଣି ଯୋଗାଇବ ।

ସେହିପରି ବଲାଂଗୀର ସମେତ ଅନେକ ଅଞ୍ଚଳକୁ ଏଠାରୁ ପିଇବା ପାଣି ଯୋଗାଣ ହେବ । ଏହି ପ୍ରକଳ୍ପ ଦ୍ବାରା ମୋଟ 1 ଲକ୍ଷ ଏକର ଚାଷ ଜମିରେ ଜଳସେଚନ ହେବା ସହ 80 ହଜାର ଚାଷୀ ଉପକୃତ ହେବେ । ସେହିପରି 70 ହଜାର ଲୋକ ପିଇବା ପାଣି ପାଇବେ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ସମେତ 305 କୋଟି ଟଙ୍କାର 69 ଟି ଉନ୍ନୟନ ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ । ଅନ୍ୟ 2220 କୋଟି ଟଙ୍କାର 112 ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ହେବ । ଏହାକୁ ନେଇ ଲୋୟର ଶୁକତେଲ ନିର୍ମାଣ ସ୍ଥଳରେ ସବୁ ପ୍ରସ୍ତୁତି ସରିଛି ।

ଏହା ମଧ୍ୟ ପଢନ୍ତୁ ... ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଗୋହିରା ଜଳଭଣ୍ଡାର; ଉନ୍ନତିକରଣ ପାଇଁ ମିଳିଲା ଅନୁଦାନ

ଏହି ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତିର ତଦାରଖରେ ଜଳ ସମ୍ପଦ ସଚିବ ଅନୁ ଗର୍ଗ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ ପି ଋଷିକେଶ କିଲର ପ୍ରମୁଖଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ସେହିପରି ବିଜେଡି ନେତା ଅନଙ୍ଗ ଉଦୟ ସିଂହ ଦେଓ, ଅର୍କେଶ ନାରାୟଣ ସିଂହ ଦେଓ ଓ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ପ୍ରମୁଖ ମଧ୍ୟ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ।

କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି, ଏହି ପ୍ରକଳ୍ପ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆର ଏନ ସିଂହ ଦେଓ ଏବଂ ବିଜୁପଟ୍ଟନାୟକଙ୍କ ସ୍ବପ୍ନ ଥିଲା, ଯାହା ଆଜି ସଫଳ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଦେବା ସହ ଏହା ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି ଉଦଘାଟନ ସଭା ପାଇଁ ସବୁ ପ୍ରସ୍ତୁତି ସରିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହାର ଉଦଘାଟନ କରିବେ । ଏହାଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଉପକୃତ ହେବେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.