ETV Bharat / state

୧୪ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By ETV Bharat Odisha Team

Published : Oct 5, 2023, 12:03 PM IST

Updated : Oct 5, 2023, 12:14 PM IST

୧୪ ଦଫା ଦାବି ନେଇ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବଲାଙ୍ଗୀର ଗ୍ରାମୀଣ ଡାକ ସେବକ ସଂଘ । ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମୀଣ ଡାକ ସେବକ । ଅଧିକ ପଢନ୍ତୁ

gramin dak sevak union protes
gramin dak sevak union protes

df

ବଲାଙ୍ଗୀର : ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୪ ଦଫା ଦାବି ନେଇ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବଲାଙ୍ଗୀର ଗ୍ରାମୀଣ ଡାକ ସେବକ ସଂଘ । ଏନେଇ କର୍ମୀମାନେ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ବସିଥିଲେ । ସମାନ କାମକୁ ସମାନ ଦରମା, ସିଭିଲ କର୍ମଚାରୀ ମାନ୍ୟତା, ୮ ଘଣ୍ଟା କାର୍ଯ୍ୟ ସମୟ, ଇନ୍ସୁରାନ୍ସ ଓ ଅବସର ପରେ ପେନସନ ଦେବା ଭଳି ମୁଖ୍ୟ ଦାବିକୁ ନେଇ ଧାରଣାରେ ବସିଥିଲେ । ସେହିପରି ଅନ୍ୟପଟେ ଏହି ଦାବିକୁ ଯୁକ୍ତି ଯୁକ୍ତ କହିବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ସାଂସଦ ନିରଞ୍ଜନ ବିଶି ।

ତେବେ ବଲାଙ୍ଗୀରରେ ମୋଟ 650 ଜଣ ଗ୍ରାମୀଣ ଡାକ ସେବକ ଅଛନ୍ତି। ଯେଉଁମାନେ ଗ୍ରାମାଞ୍ଚଳରେ ଲୋକଙ୍କୁ ଡାକସେବା ଯୋଗାଇ ଆସୁଛନ୍ତି। ହେଲେ ଏମାନଙ୍କୁ ସରକାର ସବୁ ବେଳେ ଅଣଦେଖା କରୁଥିବାରୁ ଏମାନେ ବାଧ୍ୟ ହୋଇ ଆନ୍ଦୋଳନ କରିଥିବା କହିଛନ୍ତି । ଏନେଇ ବଲାଙ୍ଗୀର ଗ୍ରାମୀଣ ଡାକ ସେବକ ସଂଘର ସମ୍ପାଦକ ଦଶରଥ ଦାସ କହିଛନ୍ତି ଯେ, ଦୀର୍ଘ ବର୍ଷରୁ ବଲାଙ୍ଗୀର ଗ୍ରାମାଞ୍ଚଳରେ ସେମାନେ ଡାକ ସେବା ଲୋକଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇ ଆସୁଛନ୍ତି । ହେଲେ ସରକାର ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ସାରା ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- 3 ଦଫା ଦାବି ନେଇ ଗ୍ରାମୀଣ ଡ଼ାକ ସେବକଙ୍କ ଧାରଣା, ଜିଲ୍ଲା ମୁଖ୍ୟ ଡାକଘର ଫାଟକରେ ମାରିଲେ ତାଲା

ସେହିପରି ଅନ୍ୟପଟେ ଏମାନଙ୍କର ଆନ୍ଦୋଳନକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସେ ସିଧାସଳଖ ଏମାନଙ୍କ ସହ ସାମିଲ ହେବା ସହ ଏମାନଙ୍କର ନ୍ୟାର୍ଯ୍ୟ ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିବେ ବୋଲି ସେ କହିଛନ୍ତି । ତେବେ ୮ ଘଣ୍ଟା କାର୍ଯ୍ୟ ସମୟ ଧାର୍ଯ୍ୟ, ଅବସର ପରେ ପେନ୍‌ସନ୍‌ ପ୍ରଦାନ, ସିଭିଲ କର୍ମଚାରୀ ମାନ୍ୟତା ଓ ଅନ୍ୟ ସବୁ ଦାବି ନିହାତି ଭାବରେ ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି । ଏଥିସହ କମଲେଶ ଚନ୍ଦ୍ର କମିଶନ ମଧ୍ୟ ଏମାନଙ୍କ ଦାବି ସପକ୍ଷରେ ଥିବା ବେଳେ ଗ୍ରାମୀଣ ଡାକ ସେବକମାନେ ଡାକ ବିଭାଗର ଆତ୍ମା ବୋଲି କହିଥିଲେ । କମିଶନ ତାଙ୍କର ଏହି ସବୁ ଦାବି ଉପରେ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ଦାବିକୁ ସରକାର ଗ୍ରହଣ କରନ୍ତୁ ଓ ତାହା ଶୀଘ୍ର ଲାଗୁ କରନ୍ତୁ ବୋଲି ସେ କହିଛନ୍ତି । ପୂର୍ବରୁ ସେ ଏହି ବିଷୟକୁ ନେଇ କେନ୍ଦ୍ର ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଚିଠି ମାଧ୍ୟମରେ ଜଣାଇଥିଲେ ବୋଲି କହିବା ସହ ଆଗକୁ ପୁଣି ଏହି ସବୁ ଦାବି କେନ୍ଦ୍ର ସରକାଙ୍କ ପାଖରେ ଉପସ୍ଥାପିତ କରିବେ ବୋଲି କହିଛନ୍ତି କମଲେଶ ଚନ୍ଦ୍ର ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 5, 2023, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.