ETV Bharat / state

ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

author img

By

Published : Nov 7, 2019, 11:01 PM IST

ଆନ୍ଦୋଳନକୁ ଓହ୍ଲାଇଲେ ରାଜେନ୍ଦ୍ର କଲେଜ ଶତାଧିକ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ

ବଲାଙ୍ଗୀର: ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗୀର ରାଜେନ୍ଦ୍ର କଲେଜ ଶତାଧିକ ଛାତ୍ର ଛାତ୍ରୀ । ସମନ୍ବୟ ବିଇଡି ଛାତ୍ରଛାତ୍ରୀଙ୍କୁ ଅଯୋଗ୍ୟ କରାଯାଇ ଶିକ୍ଷାଦାନରୁ ବଞ୍ଚିତ କରିଥିବାରୁ ଏମାନେ ଆନ୍ଦୋଳନ କରିଛନ୍ତି । ଯେଉଁଥିରେ ଗୁରୁବାର ଏହି କଲେଜର ଶତାଧିକ ଛାତ୍ରଛାତ୍ରୀ କଲେଜରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶୋଭାଯାତ୍ରରେ ଯାଇଥିଲେ । କାର୍ଯ୍ୟାଳୟ ଘେରାଉ କରିବା ସହ ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ

ତେବେ ଏହି ସମନ୍ବୟ ବିଇଡିର ଛାତ୍ରଛାତ୍ରୀଙ୍କୁ ଓଟିଇଟି ପିଜିଇଟି ଇତ୍ୟାଦି ପରୀକ୍ଷାରୁ ନିବୃତ୍ତ ରଖାଯିବା ସହ ଅଯୋଗ୍ୟ କରାଯାଇଛି । ଯାହାକୁ ଏମାନେ ବିରୋଧ କରିଛନ୍ତି । ଅର୍ଥାତ ଛାତ୍ରଛାତ୍ରୀ ଶିକ୍ଷକତା କରିବା ପାଇଁ ଏହି ପାଠ୍ୟକ୍ରମ ଲକ୍ଷାଧିକ ଟଙ୍କା ଦେଇ କରୁଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିରେ ଭାଙ୍ଗି ପଡିଛନ୍ତି ଏମାନେ ।

ସେହିପରି ଏମାନେ ଏନସିଆରଟି ଅନୁସାରେ ତିନି ବର୍ଷର ପାଠ୍ୟକ୍ରମ ପଢ଼ୁଥିବା ବେଳେ ସାଧାରଣ ସିଟି ବିଇଡି ଭଳି ଶିକ୍ଷା ଲାଭ କରୁଛନ୍ତି । ଏହି ନିର୍ଦ୍ଦେଶ ଏମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଛି ବୋଲି ଏମାନେ କହିଛନ୍ତି । ସରକାରଙ୍କୁ ଦାବି ପତ୍ର ଦେବା ସହ ଆଗକୁ ସରକାର ତାଙ୍କର ଦାବି ନ ମାନିଲେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରାଜେନ୍ଦ୍ର କଲେଜ ର ଆଜି ଶତାଧିକ ଛାତ୍ର ଛାତ୍ରୀ ଆନ୍ଦୋଳନ କୁ ଓଲ୍ହାଇଥିଲେ। ସମନ୍ୱୟ ବୀଇଡି ଛାତ୍ର ଛ୍ୱତ୍ରୀଙ୍କୁ ଅଯୋଗ୍ୟ କରାଯାଇ ଶିକ୍ଷ୍ୟା ଦାନରୁ ବଂଚିତ କରି ଥିବାରୁ ଏମନେ ଏହି ଆନ୍ଦୋଳନ କରିଛନ୍ତି । ଯେଉଁଥିରେ ଆଜି ଏହି କଲେଜର ଶତାଧିକ ଛାତ୍ର ଛାତ୍ରୀ କଲେଜରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ କୁ ଶୋଭାଯାତ୍ର ରେ ଆସିଥିଲେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦୀର୍ଘ ସମୟ ଭିକ୍ଷ୍ୟବ ପ୍ରଦର୍ଶନ କରିଥିଲେ। ତେବେ ଏହି ସମନ୍ୱୟ ବିଇଡି ର ଛାତ୍ର ଛାତ୍ରୀଙ୍କୁ ଓଟି ଇତି ପିଜି ଇଟି ଇତ୍ୟାଦି ପରୀକ୍ଷାରୁ ନିବୃତ ରଖାଯିବ ସହ ଅଯୋଗ୍ୟ କରା ଯାଇଛି । ଯାହାକୁ ଏମାନେ ବିରୋଧ କରିଛନ୍ତି । ଅର୍ଥାତ ଏମାନେ ଶିକ୍ଷ୍ୟକ ତା କରିବା ପାଇଁ ଏହି ପାଠ୍ୟକ୍ରମ ଲକ୍ଷ୍ୟଧିକ ଟଙ୍କା ଦେଇ କରୁଥିବା ବେ ଲେ ସରକାରଙ୍କ ଏହି ନିଷ୍ପତ୍ତିରେ ଆଣେ ଭାଙ୍ଗି ପଡିଛନ୍ତି । ସେହିପରି ଏମାନେ ଏନ୍ସିଆରଟି ଅନୁସାରେ ତିନି ବର୍ଷର ପାଠ୍ୟକ୍ରମ ପଢ଼ୁଥିବା ବେଳେ ସାଧାରଣ ସିଟି ବିଇଡି ଭଳି ଶିକ୍ଷା ଲାଭ କରୁଛନ୍ତି। ଏବଂ ଏହି ନିର୍ଦେଶ ଏମାନଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲିଛି ବୋଲି ଏମନେ କହିଛନ୍ତି । ଏବଂ ସରକାରଙ୍କୁ ଏକ ଦାବିI ପତ୍ର ଦେବା ସହ ଆଗକୁ ସରକାର ତାଙ୍କର ଦାବି ନ ମାନିଲେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି ।
ବାଇଟ ଶୁଭଶ୍ରୀ ହୋତା ଛାତ୍ରୀ


Body:ବଲାଂଗୀର ରାଜେନ୍ଦ୍ର କଲେଜ ର ଆଜି ଶତାଧିକ ଛାତ୍ର ଛାତ୍ରୀ ଆନ୍ଦୋଳନ କୁ ଓଲ୍ହାଇଥିଲେ। ସମନ୍ୱୟ ବୀଇଡି ଛାତ୍ର ଛ୍ୱତ୍ରୀଙ୍କୁ ଅଯୋଗ୍ୟ ଶିକ୍ଷ୍ୟା ଦାନରୁ କରି ଥିବାରୁ ଏମନେ ଏହି ଆନ୍ଦୋଳନ କରିଛନ୍ତି । ତେବେ ଆଗକୁ ସରକାର ତାଙ୍କର ଦାବି ନ ମାନିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଏମାନେ କହିଛନ୍ତି ।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.