ETV Bharat / state

ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

author img

By

Published : Jun 2, 2023, 5:31 PM IST

ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ବିଜେପି । ଆନ୍ଦୋଳନରେ ସାମିଲ ହେଲେ ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

bjp support bureaucrat association protest
bjp support bureaucrat association protest

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗ୍ରେଡ୍ ପେ' ଓ ଦରମା ବୃଦ୍ଧି ଦାବିରେ ଗତ ଗୁରୁବାରଠାରୁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ରହି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବୁଲ ୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ ୯ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ମିଳିତ ଅମଲା ମଞ୍ଚର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ବିଜେପି । ଆଜି ବଲାଙ୍ଗୀରରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଅମଲାମାନଙ୍କୁ ସମର୍ଥନ ଜଣାଇ ସରକାର ନିଜେ ନିୟମ ତିଆରି କରି ନିଜେ ନିୟମ ଉଲ୍ଲଂଘନ କରୁଥିବାର ସେ ଅଭିଯୋଗ କରିଛନ୍ତି ।

ସାରା ରାଜ୍ୟରେ ଆଜି ଅମଲା ସଂଘ ଆନ୍ଦୋଳନ କରୁଥିବା ବେଳେ ଦ୍ଵିତୀୟ ଦିନରେ ମଧ୍ୟ ସେମାନେ ସାମୁହିକ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଛନ୍ତି । ବଲାଙ୍ଗୀର ଜିଲ୍ଲାର 32ଟି ବିଭାଗର ଅମଲାମାନେ ସାମୁହକ ଛୁଟିରେ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସମୂହ ଛୁଟିରେ ଅମଲା, ଆନ୍ଦୋଳନରେ ସାମିଲ ନହେବାରୁ କିରାଣୀଙ୍କୁ ଫୁଲମାଳ ପିନ୍ଧାଇଲେ

ଗ୍ରେଡ ପେ' 42 ଶହ ଆକାରରେ ଦରମା ବୃଦ୍ଧି ଓ ଲେବଲ 9ରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ଅମଲା ସୁଧୀର ତ୍ରିପାଠୀ। ଦାବି ପୂରଣ ନେଇ ଆଜକୁ 38 ଦିନ ହେଲା ଆନ୍ଦୋଳନ କରୁଛନ୍ତି ଅମଲା ମାନେ । କିନ୍ତୁ ସରକାର ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଦୁଇ ଦିନ ହେବ ସାମୁହିକ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଛନ୍ତି ଅମଲା ସଂଘର ସଦସ୍ୟ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଅମଲା ମଞ୍ଚ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବ ଦେଖିଲା କଳାହାଣ୍ଡି ଲୋକକଳା, ଜାପାନରେ ଜମିଲା ଘୁମୁରା

ଅନ୍ୟପଟେ ଆଜି ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଅମଲାମାନଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ଅମଲାମାନଙ୍କ ଦାବି ଯଥାର୍ଥ ଅଟେ । ସରକାର ଶୀଘ୍ର ଦାବି ପୂରଣ କରନ୍ତୁ । ସରକାର ନିଜେ ନିୟମ ତିଆରି କରି ନିଜେ ତାହାକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛନ୍ତି ବିଧାୟକ । ସରକାର ଏମାନଙ୍କ ଦାବି ମାନି ନେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଅମଲାମାନଙ୍କ ଆନ୍ଦୋଳନ ପାଇଁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.