ETV Bharat / state

କୋଶଳ ମହାବନ୍ଦ, ବଲାଙ୍ଗୀରରେ ସାମିଲ ହେଲା ବିଜେପି

author img

By ETV Bharat Odisha Team

Published : Nov 18, 2023, 7:43 PM IST

ପଶ୍ଚିମ ଓଡ଼ିଶାରେ ଚାଲିଛି କୋଶଳ ମହାବନ୍ଦ ଡାକରା । ବିଜେପି ଦଳ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛି ଦଳ । ଅଧିକ ପଢ଼ନ୍ତୁ

koshala mahabandh in Balangir
koshala mahabandh in Balangir

koshala mahabandh in Balangir

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ଚାଲିଛି କୋଶଳ ମହାବନ୍ଦ ଡାକରା । କୋଶଳ ମହାବନ୍ଦରେ ସାରା ବଲାଙ୍ଗୀର ଜିଲ୍ଲାରେ ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ ମହାବନ୍ଦରେ ଅନ୍ୟ ରାଜନୈତିକ ଦଳ ସାମିଲ ଥିବା ବେଳେ ଏବେ ବିଜେପି ଦଳ ମଧ୍ୟ ଏଥିରେ ସିଧା ସଳଖ ସାମିଲ ହୋଇଛି । ଏହାସହ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦଳ କହିଛି ।

କୋଶଳ ମହାବନ୍ଦରେ ଆଜି ବଲାଙ୍ଗୀର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆଜି ଏହି ବନ୍ଦରେ ଜିଲ୍ଲାର ଗାଁଠୁ ସହର ସବୁଠି ଦୋକାନ ବଜାର, ସ୍କୁଲ କକେଜ ଓ ସରକାରୀ ତଥା ବେସରକାରୀ ସଂଗଠନ ବନ୍ଦ ରହିଛି । ସେହିପରି ଜିଲ୍ଲାରେ ଗାଡି ଚଳାଚଳ ମଧ୍ୟ ମଧ୍ୟ ବନ୍ଦ ରହିଛି । ତେବେ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ଏହି ବନ୍ଦ ଡ଼ାକରାରେ ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ଦଳ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାକୁ ସିଧାସଳଖ ସମର୍ଥନ ଦେଇଥିଲେ । ଆଜିର ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସାମିଲ ହୋଇଥିବା ବେଳେ ଏବେ ବିଜେପି ଦଳ ମଧ୍ୟ ଏହାକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛି । ଏହାସହ ଆଗକୁ ଏହି ମହାବନ୍ଦ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ.....ସୁନ୍ଦରଗଡ଼ ଜିଲ୍ଲାରେ ମହାବନ୍ଦ ଡାକରା ପ୍ରଭାବ ଶୂନ୍ୟ

ବିଜେପି ଦଳ ନିଜର ସମର୍ଥନ ଘୋଷଣା କରି ଏହି ଆନ୍ଦୋଳନରେ ସାମିଲ ହୋଇଛି । ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେପି । ବିଜେପି ନେତା ଗୋପାଲଜି ପାଣିଗ୍ରାହୀ କହିଛନ୍ତି ଯେ, କୋଶଳ ଦାବିକୁ ବିଜେପି ସମର୍ଥନ ଦେଉଛି । କାରଣ ସରକାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି । ପଶ୍ଚିମ ଓଡ଼ିଶାର ବିକାଶ ନାଁରେ ଡିଣ୍ଡିମ ପିଟୁଥିବା ବେଳେ ବିକାଶ ଶୂନ୍ୟ ରହିଛି । ଲୋୟର ସୁକ୍‌ତେଲ ହେଉ କିମ୍ବା ଅନ୍ୟ ସବୁ ପ୍ରକଳ୍ପ ହେବା ପାଇଁ 25 ରୁ 30 ବର୍ଷ ସମୟ ଲାଗୁଛି । ତେବେ ବିକାଶ ମାମଲାରେ ପଶ୍ଚିମ ଓଡ଼ିଶା ଅଞ୍ଚଳକୁ ପଛରେ ଛାଡି ଦିଆଯାଇଛି । ତେଣୁ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛି । ଆଜି କୋଶଳକୁ ସମର୍ଥନ ଦେଇ ସିଧାସଳଖ ଆନ୍ଦୋଳନ କରୁଛି । ସେହିପରି ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଗୋପାଲଜି କହିଛନ୍ତି । ତେବେ ଏଥର କୋଶଳ ଆନ୍ଦୋଳନକୁ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ଆମ ଆଦମୀ ପାର୍ଟି ସମର୍ଥନ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.