ETV Bharat / state

ମଦ ଦୁର୍ନୀତି: ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି, ସିବିଆଇ ଓ ଇଡି ତଦନ୍ତ ଦାବି

author img

By ETV Bharat Odisha Team

Published : Dec 13, 2023, 9:09 AM IST

BJP Demands CBI inquiry in Liquor Scandal: ବଲାଙ୍ଗୀର ଆଇଟି ରେଡ ଓ ମଦ ଟଙ୍କାକୁ ନେଇ ବିଜେପିର ଆନ୍ଦୋଳନ । ସରକାରଙ୍କ ଛତ୍ରଛାୟା ତଳେ ଏହି ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଜେପି : ସିବିଆଇ ଓ ଇଡି ତଦନ୍ତ ଦାବୀ
ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଜେପି : ସିବିଆଇ ଓ ଇଡି ତଦନ୍ତ ଦାବୀ

ବଲାଙ୍ଗୀର: ବଲାଙ୍ଗୀର ଆଇଟି ରେଡ ଓ ମଦ ଟଙ୍କାକୁ ନେଇ ବିଜେପିର ଆନ୍ଦୋଳନ । ସରକାରଙ୍କ ଛତ୍ରଛାୟା ତଳେ ଏହି ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି । ଉଠିଲା ସିବିଆଇ ତଦନ୍ତ ଦାବି । ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି । ବର୍ଷକୁ 5ଶହ କୋଟି ଟଙ୍କାର ମଦ ଦୁର୍ନୀତି ଆଉ ମନ୍ତ୍ରୀଙ୍କର ମାଫିଆଙ୍କ ସହିତ ସମ୍ପର୍କ ଅଭିଯୋଗ ନେଇ ତାତିଲା ବିଜେପି ।

ବଲାଙ୍ଗୀର ଆଇଟି ରେଡକୁ ନେଇ ସବୁଠି ଚର୍ଚ୍ଚା । ଏପଟେ ବିଜେପି ଏହାର ସିବିଆଇ ତଦନ୍ତ ଦାବି ନେଇ ଘେରିଲା ଉପଜିଲ୍ଲାପାଳ କାର୍ଯ୍ୟାଳୟ । ବଲାଙ୍ଗୀର ମଦ ବେପାରୀଙ୍କ ଅମାପ ସମ୍ପତ୍ତି ଓ ତାଙ୍କଠାରୁ ଜବତ ଟଙ୍କାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହାକୁ ନେଇ ଆଜି ବଲାଙ୍ଗୀର ବିଜେପି ଦଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛି । ସଂପୃକ୍ତ ଘଟଣା ପାଇଁ ସରକାରଙ୍କୁ ଦାୟୀ କରି ସିବିଆଇ ତଦନ୍ତ ଦାବି କରିଛି । ତେବେ ମଙ୍ଗଳବାର ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ବର୍ଷକୁ ପାଞ୍ଚଶହ କୋଟି ଟଙ୍କାର ମଦ ଦୁର୍ନୀତି ଏଠି ହେଉଥିବାର ଅଭିଯୋଗ କରିଛନ୍ତି ବିଜେପି । ସେହିପରି ରାଜ୍ୟ ସରକାରଙ୍କ ଛତ୍ର ଛାୟା ତଳେ ଏହି ଦୁର୍ନୀତି ହେଉଥିବାର ବିଜେପି ନେତା ଅଭିଯୋଗ ଆଣିଛନ୍ତି । ସେହିପରି ବଲାଙ୍ଗୀରର କିଛି ବିଧାୟକ ମନ୍ତ୍ରୀ ଏମାନଙ୍କ ସହ ସମ୍ପର୍କ ରଖି ଏହି ବେପାରରୁ ଲାଭ ନେଉଥିବାର ଏମାନେ ଅଭିଯୋଗ କରିଛନ୍ତି । ଏହାର ଇଡି ଓ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, କହିଲେ ମୁଁ ଜଣେ ଆଇନ ଛାତ୍ରୀ

ତେବେ ବଲାଙ୍ଗୀର ବିଜେପି ନେତା ଶିବଦତ୍ତ ମିଶ୍ର କହିଛନ୍ତି, "ବଲାଙ୍ଗୀରର ଏହି ମଦ ଦୁର୍ନୀତି ବହୁ ବର୍ଷରୁ ଚାଲିଥିଲା । ଏଠିକାର ବିଜେଡି ସରକାର 23 ବର୍ଷ ଶାସନ କରି ଏମାନଙ୍କୁ ପୋଷକତା ଯୋଗାଇ ଦେଇ ଆସୁଛନ୍ତି । ସେହିପରି ବଲାଙ୍ଗୀରର ମନ୍ତ୍ରୀ ଏହି ମଦ ମାଫିଆଙ୍କ ସହିତ ସମ୍ପର୍କ ରଖି ଲାଭ ଉଠାଇ ଆସୁଛନ୍ତି । ଏପରିକି ଅନେକ ଫଟୋ ଭିଡ଼ିଓ ଏହାର ପ୍ରମାଣ ରହିଛି ।" ତେଣୁ ଏହି ଦୁର୍ନୀତିର ସିବିଆଇ ତଦନ୍ତ ସେ ଦାବି କରିଛନ୍ତି । ସେହିପରି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି, "ରାଜ୍ୟ ସରକାର ତାଙ୍କର ସହ ଭାଗିତାରେ ଏହି ମଦ ମାଫିଆଙ୍କୁ ଏଠି ସୁଯୋଗ ଦେଇ ଆସୁଛନ୍ତି । ତେବେ ଏହି ଦୁର୍ନୀତି 500 କୋଟି ଟଙ୍କାର ହୋଇଥିବା ବେଳେ ଏହାର ତଦନ୍ତ ସିବିଆଇ ଓ ଇଡି କରିବ ।" ଯେଉଁଥିରେ ନେତା ମନ୍ତ୍ରୀ ସମସ୍ତଙ୍କ ସମ୍ପର୍କ ଓ ଦୁର୍ନୀତି ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.