Panchayat Election: ବଲାଙ୍ଗୀରରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କଲାଣି BJD

author img

By

Published : Nov 28, 2021, 7:24 AM IST

BJDର ଗାଁ କୁ ଚାଲ ଅଭିଯାନ ଆରମ୍ଭ

ବଲାଙ୍ଗୀରରେ ଏବେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି। ବିଭିନ୍ନ ରାଜନୈତିକ ଦଳ ସଜବାଜ ଆରମ୍ଭ କରି ଦେଇଛନ୍ତି । ବିଜେଡି(BJD) ମଧ୍ୟ ତାର କସରତ ଆରମ୍ଭ କରି ଦେଇଛି । ଗାଁ କୁ ଚାଲ ଅଭିଯାନ ଆରମ୍ଭ କରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଛି ବିଜେଡି । ଅଧିକ ପଢନ୍ତୁ

ବଲାଙ୍ଗୀର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ(panchayat election)ପାଇଁ ବିଗୁଲ ବାଜି ସାରିଛି । ବଲାଙ୍ଗୀରରେ ଏବେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି। ବିଭିନ୍ନ ରାଜନୈତିକ ଦଳ ସଜବାଜ ଆରମ୍ଭ କରି ଦେଇଛନ୍ତି । ବଲାଙ୍ଗୀର ବିଜେଡି( Balangiri BJD) ମଧ୍ୟ ତାର କସରତ ଆରମ୍ଭ କରି ଦେଇଛି । ଗାଁ କୁ ଚାଲ ଅଭିଯାନ ଆରମ୍ଭ କରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଛି ବିଜେଡି ।

BJDର ଗାଁ କୁ ଚାଲ ଅଭିଯାନ ଆରମ୍ଭ

ବଲାଙ୍ଗୀରର ସବୁ ରାଜନୈତିକ ଦଳ ଏବେ ଗାଁ ମୁହାଁ ହୋଇଛନ୍ତି। ବିଜେଡିର ପୁରୁଖା ନେତାମାନେ ନିଜ କର୍ମୀଙ୍କ ସହ ଏବେ ଗାଁ କୁ ଚାଲ ଅଭିଯାନ କରିଥିବା ବେଳେ ସବୁଠି ସେମାନେ କର୍ମୀ ସମ୍ମିଳନୀ ଓ ସାଧାରଣ ସଭାର ଆୟୋଜନ କରିଛନ୍ତି। ଲୋକଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଓ ଉପଲବ୍ଧି ବିଷୟରେ ଅବଗତ କରିବାରେ ଲାଗିଛନ୍ତି । ସେହିପରି ପେଟ୍ରୋଲ ରନ୍ଧନ ଗ୍ୟାସ ଦର ବୃଦ୍ଧି ସହିତ ଅହେତୁକ ଦରଦାମ ବୃଦ୍ଧିକୁ ନେଇ ବିଜେପି ଉପରେ ଦୋଷାରୋପ କରୁଛନ୍ତି। ଲୋକମାନେ ତାଙ୍କ ସହ ସହମତ ଥିବା ବେଳେ ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜି ମାତ୍ କରିବ ବୋଲି କହିଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳକୁ ଆଶା ଅନୁରୂପ ଫଳ ମିଳି ନ ଥିଲା। ଜିଲ୍ଲା ପରିଷଦର 33 ଟି ଆସନରୁ ମାତ୍ର ଆଠଟି ଆସନରେ ବିଜେଡି ସଫଳ ହୋଇଥିଲା ଏବଂ ଅଧ୍ୟକ୍ଷ ପଦବୀ ହରାଇ ଥିଲା। ସେହିପରି ପଞ୍ଚାୟତ ସମିତିରେ ମଧ୍ୟ ବିଜେଡି ସମର୍ଥିତ ପ୍ରତ୍ୟାସି ବହୁଳ ଭାବରେ ଅସଫଳ ହୋଇଥିଲେ। 14 ଟି ବ୍ଲକରୁ ମାତ୍ର 6 ଟିରେ ତାଙ୍କ ସମର୍ଥିତ ଅଧ୍ୟକ୍ଷ ହୋଇ ପାରିଥିଲେ। ଏହାର ପୁନରାବୃତ୍ତି ଯେମିତି ନା ହେବ ତା ପାଇଁ ବିଜେଡି ଏବେ ଠାରୁ କାସରତ୍ ଆରମ୍ଭ କରିଛି। ଜିଲ୍ଲାର ସବୁ ଆଗ ଧାଡ଼ିର ନେତା ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇଛନ୍ତି।

ସେହିପରି ରାଜନୀତିରୁ ଦୀର୍ଘ ବର୍ଷ ହେବ ଦୂରରେ ଥିବା ବର୍ଷିୟାନ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓ (Ananga Udaya Singh Deo) ନିଜେ ଏବେ ଜିଲ୍ଲା ବିଜେଡ଼ିର ମଙ୍ଗ ଧରିଛନ୍ତି । ଗାଁ ଗାଁ ଯାଇ ବିଜେଡିର ଛବି ଠିକ କରିବାରେ ଲାଗିପଡିଛନ୍ତି। ନବୀନ ସରକାରଙ୍କ ଲୋକାଭିମୁଖୀ କାମରେ ଲୋକ ସନ୍ତୁଷ୍ଟ ଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ବଲାଙ୍ଗୀରରେ ନିହାତି ଭଲ କରିବ ବୋଲି କହିଛନ୍ତି ବିଜେଡି ନେତା । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ସବୁଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେଡ଼ି ଆଗରେ ଅଛି। ତେବେ ବିଜେପି ଆଉ କଂଗ୍ରେସ କେମିତି ତାଙ୍କୁ ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ସେଖ ମହମ୍ମହ ୱାହିଦ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.