ETV Bharat / state

18 ଘଣ୍ଟା ପଡିରହିଲା ବୃଦ୍ଧାଙ୍କ ମୃତଦେହ, ସ୍ବେଚ୍ଛାସେବୀ କଲେ ଅନ୍ତିମ ସଂସ୍କାର

author img

By ETV Bharat Odisha Team

Published : Oct 18, 2023, 9:07 PM IST

ସମାଜରୁ ବାସନ୍ଦ ହୋଇଥିବା ବୃଦ୍ଧାଙ୍କୁ ଛୁଇଁଲେନି ଜାତି ଭାଇ ସମ୍ପର୍କୀୟ । 18 ଘଣ୍ଟା ପଡ଼ି ରହିଲା ମୃତଦେହ । ସ୍ୱେଚ୍ଛାସେବୀ କଲେ ମୃତଦେହ ସତ୍କାର । ଅଧିକ ପଢନ୍ତୁ

ସମାଜରୁ ବାସନ୍ଦ ହୋଇଥିବା ବୃଦ୍ଧାଙ୍କୁ ଛୁଇଁଲେନି ଜାତିଭାଇ କି ସମ୍ପର୍କୀୟ
ସମାଜରୁ ବାସନ୍ଦ ହୋଇଥିବା ବୃଦ୍ଧାଙ୍କୁ ଛୁଇଁଲେନି ଜାତିଭାଇ କି ସମ୍ପର୍କୀୟ

ସମାଜରୁ ବାସନ୍ଦ ହୋଇଥିବା ବୃଦ୍ଧାଙ୍କୁ ଛୁଇଁଲେନି ଜାତିଭାଇ କି ସମ୍ପର୍କୀୟ

ବଲାଙ୍ଗୀର: ସାମାଜିକ ବାସନ୍ଦର କରୁଣ ପରିଣତି । ବୃଦ୍ଧାଙ୍କ ମୃତ୍ୟୁ ପରେ ମଧ୍ୟ 18 ଘଣ୍ଟା ପଡ଼ି ରହିଲା ମୃତଦେହ । ଛୁଇଁଲେନି ଜାତି ଭାଇ କିମ୍ବା ସମ୍ପର୍କୀୟ । ସ୍ୱେଚ୍ଛାସେବୀ କଲେ ମୃତଦେହ ସତ୍କାର । ବଲାଙ୍ଗୀର ସାମାଜିକ ନୀତି ନିୟମ ଯୋଗୁଁ ପୁଣି ଏକ ଅମାନବୀୟ ଘଟଣା ସାମନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମାଳି ମୁଣ୍ଡା ଗ୍ରାମରେ ଘଟିଛି ।

ସୂଚନା ଅନୁଯାୟୀ, ବେଲପଡା ବ୍ଲକ ମାଳି ମୁଣ୍ଡା ଗ୍ରାମରେ ରହୁଥିବା ବିଭୀଷଣ ବାଗ ଓ ତାଙ୍କ ସ୍ତ୍ରୀ ଶଙ୍ଖ ବାଗ ଦୀର୍ଘ ଦିନରୁ ବାସନ୍ଦ ଜୀବନ ବିତାଉଥିଲେ । ତାଙ୍କର ଏକ ମାତ୍ର ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ଏହି ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରିଥିଲେ ତାଙ୍କ ଜାତି ଲୋକ । ତେବେ କିଛି ଦିନ ତଳେ ବୃଦ୍ଧା ଶଙ୍ଖ ବାଗ ମାଲେରିଆ ଜ୍ବରରେ ପୀଡ଼ିତ ଥିଲେ । ଗ୍ରାମବାସୀ କେହି ତାଙ୍କୁ ହସ୍ପିଟାଲ ନେଇ ନଥିଲେ । ତେବେ ଗତରାତିରେ(ମଙ୍ଗଳବାର) ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ମଧ୍ୟ କେହି ଜାତି ଭାଇ କିମ୍ବା ସମ୍ପର୍କୀୟ ପାଖ ମାଡ଼ି ନଥିଲେ । ଯାହାଫଳରେ ବୃଦ୍ଧାଙ୍କ ମୃତ୍ୟୁ ଅସହାୟ ଭାବରେ ଘରେ ଗତ ରାତିରୁ ପଡ଼ି ରହିଥିଲା ।

ସେପଟେ ଦୀର୍ଘ ଘଣ୍ଟା ମୃତ୍ୟୁଦେହ ଏଭଳି ପଡ଼ି ରହିଥିବାର ଜାଣି ପାଟଣାଗଡ଼ ସ୍ବେଚ୍ଛାସେବୀ ସଂଗଠନ ସେବାର କର୍ମକର୍ତ୍ତାମାନେ ଗ୍ରାମରେ ପହଞ୍ଚିଥିଲେ । ରୀତିନୀତି ଅନୁସାରେ ଘରୁ ମୃତଦେହକୁ ଉଦ୍ଧାର କରି ଚାରି କାନ୍ଧ ଦେଇଥିଲେ । ସେହିପରି ସ୍ଥାନୀୟ ଶ୍ମଶାନ ଘାଟରେ ମୃତ୍ୟୁଦେହର ଅନ୍ତିମ ସତ୍କାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କୂଳ ସମାଜର ମୁଖିଆଙ୍କୁ ପ୍ରଶ୍ନ କରିବାରୁ ଦଣ୍ଡ, ଦଶରୁ ଊର୍ଦ୍ଧ୍ୱ ପରିବାର ବାସନ୍ଦ !

ସେବା ସଂଗଠନର କର୍ମକର୍ତ୍ତା ଗିରିରାଜ ଭୋଇ କହିଛନ୍ତି, ‘‘ ଆଜି ମଣିଷ ଚନ୍ଦ୍ରକୁ ପହଞ୍ଚି ସାରିଲାଣି । କିନ୍ତୁ ଆଜି ବି ବଲାଙ୍ଗୀର ଭଳି ଜିଲ୍ଲାର ଗାଁରେ ଏଭଳି ପ୍ରଥା ପରମ୍ପରା ରହିଛି । ଯାହା ନିହାତି ଭାବରେ ଚିନ୍ତାଜନକ ଓ ହୃଦୟ ବିଦାରକ । ତେବେ ଏହି ଅଭାବନୀୟ ଘଟଣାର ଖବର ସେମାନେ ପାଇବା ପରେ ଆଜି ଗାଁକୁ ଆସି ସେମାନେ ମୃତଦେହକୁ ସମ୍ମାନ ସହ ସତ୍କାର କରିଛନ୍ତି । ସେହିପରି ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ଏହି ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରିବା ଏବଂ ମୃତ୍ୟୁ ସମୟରେ ମଧ୍ୟ କେହି ଛିଡା ଏକ ମର୍ମଭେଦି ଘଟଣା । ଏହି ଘୃଣ୍ୟ ଚିନ୍ତାଧାର ବଦଳିବା ଦରକାର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.