ETV Bharat / state

ଯେତେ ଖୋଜିଲେ ସେତେ ବାହାରୁଛି, ପୁଣି 100 କୋଟି ଜବତ !

author img

By ETV Bharat Odisha Team

Published : Dec 9, 2023, 8:40 AM IST

Updated : Dec 9, 2023, 10:14 AM IST

Income Tax raids: ଆଇଟି ରେଡର ତୃତୀୟ ଦିନରେ ମଦ ବ୍ୟବସାୟୀଙ୍କ ଘରୁ ଟଙ୍କା ଭର୍ତ୍ତି ବ୍ୟାଗ ଓ ପେଟି ଜବତ । ଦୁଇ ଦିନରେ ତିନୋଟି ସ୍ଥାନରୁ 400 କୋଟି ଜବତ କରାଯାଇଥିବା ଅନୁମାନ । ଅଧିକ ପଢନ୍ତୁ

Income Tax raids
Income Tax raids

Income Tax raids

ବଲାଙ୍ଗୀର: ମଦ ବ୍ୟବସାୟୀଙ୍କ ପାଖରେ ରହିଛି ଟଙ୍କାର ଭଣ୍ଡାର । ଯେତେ ଖୋଜିଲେ ସେତେ ବାହାରୁଛି । ଟଙ୍କା ଗଣି ଗଣି ମେସିନ ଖରାପ, କିନ୍ତୁ ସରୁନି ଟଙ୍କା ଜବତ। ତୃତୀୟ ଦିନରେ ଆଇଟିର ଚାଳିଶ ଜଣିଆ ଟିମର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ବଲାଙ୍ଗୀରରେ ଥିବା ମଦ ବ୍ୟବସାୟୀ ବଣ୍ଟି ସାହୁଙ୍କ ଫ୍ଲାଟରୁ ପୁଣି ପୁଳା ପୁଳା ଟଙ୍କା ଜବତ ହୋଇଛି । ଟଙ୍କା ଭର୍ତ୍ତି ହୋଇଥିବା 19 ଟି ବ୍ୟାଗ ଓ ପେଟି ଜବତ କରିଛି ଆୟକର ବିଭାଗ । ଜବତ ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଛି । ବ୍ୟାଗ ଓ ପେଟିରେ 100 କୋଟି ଥିବା ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ ।

ଓଡିଶାରେ ହୋଇଥିବା ଏହି ବଡ ଧରଣର ଆଇଟି ରେଡର ତୃତୀୟ ଦିନରେ ଆୟକର ବିଭାଗର ଚାଳିଶ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଟାର୍ଗେଟରେ ଥିବା ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବ୍ୟବସାୟୀ ବଣ୍ଟି ସାହୁଙ୍କ ଫ୍ଲାଟରୁ ଟଙ୍କା ଭର୍ତ୍ତି ଥିବା 1 ଟି ବଡ଼ ବ୍ୟାଗ ଓ ପେଟି ଆୟକର ବିଭାଗ ଜବତ କରିଥିଲା । ବଣ୍ଟି ସାହୁଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ଫ୍ଲାଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରାଯାଇଥିଲା । ଏହା ପରେ ସନ୍ଧ୍ୟା ସମୟରେ ଟଙ୍କାକୁ ଏକ ପିକଅପ ଭ୍ୟାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍: ୫୦ କୋଟି ଜବତ ! ଟଙ୍କା ଗଣିଗଣି ଥକିଲେ ଅଧିକାରୀ

ପୂର୍ବରୁ ବଲାଙ୍ଗୀର ସହରରେ ରାଜେଶ ସାହୁ ଓ ଭୋଳା ସାହୁଙ୍କ ମଦ ଭାଟି ତଥା ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଥିଲେ । ସେଠାରୁ ନୋଟ ଭର୍ତ୍ତି 156 ବଡ ବସ୍ତା ଅର୍ଥାତ 50 କେଜି କ୍ଷମତା ବସ୍ତାରୁ ନୋଟ ଜବତ ହୋଇଥିଲା । ଏହାପରେ ବଣ୍ଟି ସାହୁଙ୍କ ଘରୁ ବିପୁଳ ଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁସାରେ ଝାଡଖଣ୍ଡର ବଳଦେବ ସାହୁଙ୍କ ପରିବାର ଏହି ମଦ ବ୍ୟବସାୟରେ ଦୀର୍ଘ ବର୍ଷ ହେବ ଜଡିତ ଅଛନ୍ତି । ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଖୋର୍ଦ୍ଧା, କଲିକତା ଓ ଝାଡଖଣ୍ଡରେ ବଣ୍ଟି ସାହୁ, ରାଜେଶ ସାହୁ ଓ ଭୋଳା ସାହୁ ମଦ ବ୍ୟବସାୟ କରି ଆସୁଛନ୍ତି ।

ସେହିପରି ଟିଟିଲାଗଡ଼ରେ ଏହି ପରିବାରର ଦୁଇ ଭାଇ ଦୀପକ ସାହୁ ଓ ସଞ୍ଜୟ ସାହୁ ମଧ୍ୟ ସମାନ ବ୍ୟବସାୟ କରି ଆଜି ହଜାର ହଜାର କୋଟି ଟଙ୍କାର ମାଲିକ ଅଟନ୍ତି । ତେବେ ଏକ କାଳୀନ ଏମାନଙ୍କ ସବୁ ଠିକଣା ଉପରେ ଏହି ବଡ ଧରଣର ଚଢ଼ାଉ ହୋଇଛି । ଏଯାବତ ସାରା ଓଡ଼ିଶାରୁ ପାଖାପାଖି ପାଞ୍ଚ ଶହ କୋଟି ଟଙ୍କା ଜବତ ହୋଇଥିବାର ଆକଳନ କରାଯାଇଛି ।

ସେହିପରି କେବଳ ବଲାଙ୍ଗୀରରୁ ଦୁଇ ଦିନରେ ତିନୋଟି ସ୍ଥାନରୁ ପାଖା ପାଖି 400 କୋଟି ଜବତ ହୋଇଥିବାର ଅନୁମାନ କରାଯାଇଛି । ସେପଟେ ଏହି ସବୁ ବସ୍ତା ବସ୍ତା ଟଙ୍କା ଏବେ ଗଣତି ପାଇଁ ମେସିନ ଓ ମଣିଷ ନୟାନ୍ତ ହୋଇଛନ୍ତି । ଏପରିକି ଆଜି ଯାଏ 9 ଟି ମେସିନ ବ୍ୟବହାର ହୋଇ ମାତ୍ର 20 କୋଟି ଟଙ୍କା ଗଣତି ହୋଇ ପାରିଛି।ତେବେ ଏତେ ଟଙ୍କା ଗଚ୍ଛିତ ଏମାନେ କିଛି ଦିନରେ କରିଥିଲେ ନା କିଛି ବର୍ଷରେ ତାର ତଦନ୍ତ ଜାରି ରହିଛି। ସେହିପରି ଏହି ଟଙ୍କା କୌଣସି ଅସାଧୁ କାମ କିମ୍ବା ନିର୍ବାଚନରେ ବ୍ୟବହାର ହେବାର ଥିଲା କି ଏସବୁ ନେଇ ଏବେ ଅନେକ ପ୍ରଶ୍ନ ଛିଡା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଟ୍ୱିଟ କରିବା ପରେ ଏହି ମାମଲା ଏବେ ରାଜନୈତିକ ମୋଡ ନେବାରେ ଲାଗିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 9, 2023, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.