ETV Bharat / state

ବନ୍ତଳାରେ ମାତିଛି ହାତୀ: ମହିଳାଙ୍କୁ ଦଳିଦେଲା ଦନ୍ତା, 5 ଦିନରେ ଗଲାଣି 4 ଜୀବନ

author img

By

Published : Apr 29, 2023, 10:31 AM IST

ଆଜି ପୁଣି ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୫ ଦିନରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

elephant attack in angul
elephant attack in angul

ବନ୍ତଳାରେ ମାତିଛି ହାତୀ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆକ୍ରମଣ । ପୁଣି ହାତୀ ନେଲା ଆଉ ଜଣକ ଜୀବନ । ଏଥର ବି ଆମ୍ବ ଗୋଟାଇବାକୁ ହୋଇଛି କାଳ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧାଙ୍କୁ ଦଳିଦେଇଛି ହାତୀ । ଅନୁଗୋଳ ଜିଲାର ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ମହିଳା ଜଣଙ୍କ ହେଲେ ମରଣ୍ଡା ଗାଁର ଖଟକ ବେହେରା । ତେବେ ଖଟକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଅନୁସାରେ, ଝଟକ ଆଜି ବଡି ଭୋରୁ ବଗିଚାକୁ ଆମ୍ବ ତୋଳିବାକୁ ଯାଇଥିଲେ । ଭୋର ସମୟରେ ଅନ୍ଧାର ଥିବାରୁ ହାତୀଟିକୁ ଦେଖି ନପାରି ପାଖକୁ ଚାଲି ଯାଇଥିଲେ । ହାତୀଟି ଖଟକଙ୍କୁ ଶୁଣ୍ଡରେ କଚାଡି ଦେବାସହ ପାଦରେ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଖଟକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ପୋଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ବାରମ୍ବାର ସେହି ଗୋଟିଏ ରେଞ୍ଜରେ ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ସହ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।

ଲଗାତାର 5 ଦିନ ଭିତରେ ଚାରି ଚାରିଟି ଜୀବନ ନେଲେଣି ଦନ୍ତା । 25 ତାରିଖ ଦିନ ଦୁଇ ମହିଳାଙ୍କୁ ଦଳି ମାରିଥିବା ବେଳେ 26 ତାରିଖ ଦିନ ଜଣେ ମହିଳା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତଖାନାରେ ପ୍ରାଣ ହରାଇଛନ୍ତି । ଆଜି ପୁଣି ଜିଲ୍ଲାର ସେହି ଅନୁଗୋଳ ବନାଞ୍ଚଳ ବନ୍ତଳା ରେଞ୍ଜରେ ଘଟିଛି ସମାନ ଅଘଟଣ । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଇଛି ଦନ୍ତା ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ପ୍ଲାଟଫର୍ମକୁ ଆସିବେ ଦେଶର ସବୁ ବୋର୍ଡ, ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଏହା ମଧ୍ୟ ପଢନ୍ତୁ: ଆମ୍ବ ଗୋଟାଇବାକୁ ଯାଇଥିଲେ 2 ମହିଳା, କଚାଡି ମାରିଲା ଦନ୍ତା

ପ୍ରକାଶଥାଉକି, ଗତ ଏପ୍ରିଲ ୨୪ ତାରିଖ ଦିନ ବନ୍ତଳା ବନାଞ୍ଚଳ ବଡ଼ କନ୍ତକୁଳ ଗାଁର ଦୁଇଜଣ ମହିଳା ଆମ୍ବ ଗୋଟାଇବା ପାଇଁ ପାଖ ଆମ୍ବ ତୋଟାକୁ ଯାଇଥିଲେ । ତେବେ ହଠାତ୍‌ ହାତୀ ଆସି ଆକ୍ରମଣ କରିଥିଲା । ହାତୀ ମଣିଷର ଲଢେଇ ଭିତରେ ପ୍ରାଣ ହରାଇଥିଲେ ଦୁଇ ମହିଳା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଅନୁଗୋଳ ଜିଲ୍ଲାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଏନେଇ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.