ETV Bharat / state

ଆମ୍ବ ଗୋଟାଇବାକୁ ଯାଇଥିଲେ 2 ମହିଳା, କଚାଡି ମାରିଲା ଦନ୍ତା

author img

By

Published : Apr 24, 2023, 9:54 AM IST

Updated : Apr 24, 2023, 10:34 AM IST

ଅନୁଗୋଳରେ ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ । ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ୨ ମହିଳାଙ୍କୁ କଚାଡି ମାରିଲା ଦନ୍ତା । ଅଧିକ ପଢନ୍ତୁ

ହାତୀ ଆକ୍ରମଣ
ହାତୀ ଆକ୍ରମଣ

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୋଳ: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ ମଣିଷ ଲଢେଇ । ଅନେକ ସମୟରେ ହାତୀ ଆକ୍ରମଣରେ ଜୀବନ ଯାଇଥିବା ଖବର ସାମ୍ନାକୁ ଆସୁଛି । ପ୍ରତି ସପ୍ତାହରେ ଜଣେ ଦୁଇ ଜଣଙ୍କ ଜୀବନ ନେଉଛନ୍ତି ହାତୀ । ଗାଁ ଭିତରକୁ ଆସି ଅନେକ କ୍ଷୟକ୍ଷତି କରିବା ସହ ଧନଜୀବନ ନଷ୍ଟ କରୁଛନ୍ତି ହାତୀ ପଲ । ଏହାରି ଭିତରେ ଆଜି ପୁଣି ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଆମ୍ବ ଗୋଟାଇବା ପାଇଁ ଗାଁ ପାଖ ତୋଟାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ । ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବନ୍ତଳା ବନାଞ୍ଚଳ ବଡ଼ କନ୍ତକୁଳ ଗାଁର ଦୁଇଜଣ ମହିଳା ଆମ୍ବ ଗୋଟାଇବା ପାଇଁ ପାଖ ଆମ୍ବ ତୋଟାକୁ ଯାଇଥିଲେ । ତେବେ ହଠାତ୍‌ ହାତୀ ଆସି ଆକ୍ରମଣ କରିଥିଲା । ହାତୀ ମଣିଷର ଲଢେଇ ଭିତରେ ପ୍ରାଣ ହରାଇଛନ୍ତି ଦୁଇ ମହିଳା । ମୃତ ଦୁଇ ମହିଳାମାନେ ହେଲେ ମୂଳି ପ୍ରଧାନ ଓ ଗୌରୀ ରାଉଳ । ହାତୀ ଆକ୍ରମଣରେ ଘଟଣାସ୍ଥକରେ ହିଁ ମୂଳି ପ୍ରଧାନର ମୃତ୍ୟୁ ହୋଇଥିଲା । ଖବର ପାଇ ଗାଁ ଲୋକେ ଗୌରୀକୁ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଗୌରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣାକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଅନୁଗୋଳ ଜିଲ୍ଲାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଏନେଇ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଝଙ୍କଡ଼ ପୀଠରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା; ଚନ୍ଦନ ଲାଗି ହୋଇ ଚନ୍ଦନ ପୁଷ୍କରିଣୀକୁ ବିଜେ କଲେ ମା' ଶାରଳା

ଏନେଇ ସହକାରୀ ବନ ସଂରକ୍ଷକ କହିଛନ୍ତି," ଆମେ ଲୋକମାନଙ୍କୁ ରାତି ଅଧରେ ଆମ୍ବ ଗୋଟାଇ ପାଇଁ ନଯିବା ପାଇଁ ତାଗିଦ କରିବା ସତ୍ତ୍ବେ ମଧ୍ୟ ସେମାନେ କଥା ଶୁଣୁ ନାହାନ୍ତି । ସେଠାରେ ରାତିରେ ୩ଟି ହାତୀ ରହୁଥିବାରୁ ରାତିରେ ଲୋକଙ୍କୁ ଦେଖିଲେ ଆକ୍ରମଣ କରୁଛନ୍ତି । ଗ୍ରାମର ଦୁଇ ମହିଳା ସକାଳ ୫ଟାରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଦୁଇଜଣ ମହିଳା ପ୍ରାଣ ହରାଇଛନ୍ତି । ଆମର ନିୟମ ଅନୁସାରେ ପ୍ରତି ମୃତ ମହିଳାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଅନୁକମ୍ପା ରାଶି ପ୍ରଦାନ କରିବୁ ।"

ଇଟିଭି ଭାରତ, ଅନୁଗୋଳ

Last Updated : Apr 24, 2023, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.