ETV Bharat / state

ଜେଲରେ ଡାକ୍ତରଙ୍କ ମୃତ୍ୟୁ, ଥାନା ଓ ଏସ୍‌ପି ଅଫିସ ଘେରିଲେ ଲୋକେ

author img

By

Published : Dec 2, 2022, 5:46 PM IST

Updated : Dec 2, 2022, 6:08 PM IST

ପୋକ୍‌ସୋ ମାମଲାରେ ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁ । ମୃତ ଡାକ୍ତର ହେଲେ ପ୍ୟାରୀମୋହନ ପ୍ରଧାନ । ମୃତ ଡାକ୍ତର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦାଦା ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ସମର୍ଥକ । ଥାନା ଓ ଏସ୍‌ପି ଅଫିସ ଘେରାଉ କଲେ ଲୋକେ । ଅଧିକ ପଢ଼ନ୍ତୁ

ଜେଲରେ ଡାକ୍ତରଙ୍କ ମୃତ୍ୟୁ, ଥାନା ଓ ଏସ୍‌ପି ଅଫିସ ଘେରିଲେ ଲୋକେ
ଜେଲରେ ଡାକ୍ତରଙ୍କ ମୃତ୍ୟୁ, ଥାନା ଓ ଏସ୍‌ପି ଅଫିସ ଘେରିଲେ ଲୋକେ

ଅନୁଗୋଳ: ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁ । ମୃତ ଡାକ୍ତର ହେଉଛନ୍ତି ପ୍ୟାରୀମୋହନ ପ୍ରଧାନ । ଗତ ମାସରେ ଏକ ପୋକ୍‌ସୋ ମାମଲାରେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜେଲରେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଜେଲରେ ଡାକ୍ତରଙ୍କ ମୃତ୍ୟୁ, ଥାନା ଓ ଏସ୍‌ପି ଅଫିସ ଘେରିଲେ ଲୋକେ

ନିଜ କ୍ଲିନିକରେ ଡାକ୍ତର ପ୍ୟାରୀମୋହନ ଜଣେ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଡାକ୍ତରଙ୍କୁ ଗିରଫ କରିଥିଲା ଅନୁଗୋଳ ଜିଲ୍ଲା ତାଳଚେର ପୋଲିସ । ତେବେ ଘଟଣାର ତଦନ୍ତ ନକରି ତରବରିଆ ଭାବେ ଡାକ୍ତରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଗତକାଲି ରାତିରେ ପ୍ୟାରୀମୋହନଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଜେଲରୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଏହାପରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଲୋକେ ଥାନା ଘେରାଉ କରିବା ସହ ଏସ୍‌ପି ଅଫିସ ଘେରାଉ କରିଛନ୍ତି । ମୃତ ଡାକ୍ତର ପ୍ୟାରୀମୋହନ ହେଉଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦାଦା । ତେଣୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ସମର୍ଥକ । ଯାହାକୁ ନେଇ ତାଳଚେର ଓ ଅନୁଗୋଳରେ ପୋଲିସ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ମୃତ ଡାକ୍ତରଙ୍କ ପତ୍ନୀ ଓ ପୁଅ ମଧ୍ୟ ମୃତ୍ୟୁ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନକୁ ଦାୟୀ କରି ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Dec 2, 2022, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.