ଗାଁ ପାଖରେ ୪୬ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ

author img

By

Published : Dec 4, 2021, 10:49 PM IST

Updated : Dec 5, 2021, 6:42 AM IST

people are Scared after elephants near the village of Angul forest range

ଅନୁଗୋଳ ଜିଲ୍ଲାର ବଅଁରପାଳ ବଜାର ଠାରୁ ଅଳ୍ପ ଦୂରରେ 46 ଟିକିଆ ହାତୀ ପଲ । ଗାଁ ପାଖରେ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ । ଅଧିକ ପଢନ୍ତୁ

ଅନୁଗୋଳ: ଗାଁ ପାଖରେ 46 ଟିକିଆ ହାତୀ ପଲ । ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ । ଅନୁଗୋଳ ଜିଲ୍ଲାର ବଅଁରପାଳ ବଜାର ଠାରୁ ଅଳ୍ପ ଦୂରରେ ଏହି ହାତୀ ପଲଙ୍କୁ ଦେଖିବାକୁ ମିଳିଛି । ଢେଙ୍କାନାଳବନଖଣ୍ଡ ଅଞ୍ଚଳ(forest range )ରୁ ଏହି ହାତୀ ପଲ ପସି ଆସିଥିବା ଜଣାପଡିଛି ।

ଗାଁ ପାଖରେ ୪୬ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ

ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜର ନୂଆହତା ଗାଁରେ ୪୬ଟିକିଆ ହାତୀପଲ ଯୋଗୁ ଲୋକେ ଆତଙ୍କିତ। ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରୁ ଏହି ହାତୀପଲ ପଶି ଆସିଛନ୍ତି । ତାଳଚେର ରେଞ୍ଜ କର୍ମଚାରୀ ମାନେ ହାତୀପଲକୁ ଜଗି ରହିଛନ୍ତି। ରାତିହେଲେ ସେମାନେ ପୁଣି ଜଙ୍ଗଲକୁ ଫେରିଯିବେ ବୋଲି ଆଶା କରାଯାଉଛି ।

ତେବେ ଏତେ ସଂଖ୍ୟାରେ ହାତୀ ଦୀର୍ଘ ସମୟ ଧରି ରହିଥିବା ଯୋଗୁଁ ଆଖ ପାଖ ଗାଁ ଗୁଡିକରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ବର୍ତ୍ତମାନ ଜମିରେ ଧାନ ପାଚି ଥିବାରୁ ଖାଇବାକୁ ହାତୀପଲ ଚାଲି ଆସିଥିବା ଅନୁମାନ କରାଯାଉଛି । ତେବେ ହାତୀ ପଲଙ୍କୁ ଘଉଡେଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Last Updated :Dec 5, 2021, 6:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.