ମହାଷ୍ଟମୀରେ ପ୍ରକମ୍ପିତ ପୂଜା ମଣ୍ଡପ, ଭକ୍ତଙ୍କୁ ଖୋଜୁଛନ୍ତି ଯୋଗମାୟା

author img

By

Published : Oct 13, 2021, 4:38 PM IST

ମହାଷ୍ଟମୀରେ ପ୍ରକମ୍ପିତ ପୂଜା ମଣ୍ଡପ, ଭକ୍ତଙ୍କୁ ଖୋଜୁଛନ୍ତି ଯୋଗମାୟା

ମନ୍ତ୍ରଧ୍ଵନିରେ ଫାଟି ପଡୁଛି ମଣ୍ଡପ । ଚାଲିଛି ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା । କିନ୍ତୁ ନାହାନ୍ତି ଭକ୍ତ । ଭକ୍ତଙ୍କ ବିନା ଖାଲିଖାଲି ଲାଗୁଛି ପୂଜା ମଣ୍ଡପ । ଅଧିକ ପଢ଼ନ୍ତୁ...

ଅନୁଗୋଳ: ଆଜି ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ବିଭିନ୍ନ ମଣ୍ଡପରେ ଅନୁଷ୍ଠିତ ହେଉଛି । ବିଧିବିଧାନ ମୁତାବକ ଚାଲିଛି ଦେବୀ ମା'ଙ୍କ ପୂଜା । ମଣ୍ଡପ ଗୁଡ଼ିକରେ କେବଳ ପୂଜକ ଓ କିଛି କମିଟି ସଦସ୍ୟଙ୍କୁ ଛାଡିଦେଲେ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳୁନାହିଁ । ଖାଁ ଖାଁ ଲାଗୁଛି ମଣ୍ଡପ । ଅନୁଗୋଳ ସହରରେ କେବଳ 10 ଟି ସ୍ଥାନରେ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ । ଅନେକ ମଣ୍ଡପରେ ହରପାର୍ବତୀଙ୍କ ମଧ୍ୟ ପୂଜା କରାଯାଉଛି ।

ମହାଷ୍ଟମୀରେ ପ୍ରକମ୍ପିତ ପୂଜା ମଣ୍ଡପ, ଭକ୍ତଙ୍କୁ ଖୋଜୁଛନ୍ତି ଯୋଗମାୟା

ସମସ୍ତ ପୂଜା କମିଟି ପକ୍ଷରୁ ଭକ୍ତମାନଙ୍କୁ ମଣ୍ଡପକୁ ଭୋଗ ସାମଗ୍ରୀ ଧରି ଆସିବାକୁ ବାରଣ କରାଯାଇଛି । କେବଳ ହୋମ ଯଜ୍ଞ, ମନ୍ତ୍ରପାଠ ଓ ଚଣ୍ଡୀ ପାଠରେ ଫାଟି ପଡ଼ୁଛି ପୂଜା ମଣ୍ଡପ । ସମସ୍ତ ମଣ୍ଡପରେ କୋରୋନା ସଚେତନ ବାର୍ତ୍ତା ଲେଖାଥିବା ବ୍ୟାନର ଲଗା ଯାଇଛି । ଚଳିତ ବର୍ଷ ମଧ୍ୟ ମା'ଙ୍କୁ ନିକଟରୁ ଦର୍ଶନ କରିନପାରି ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । ସହରର ରାଣୀଗୋଡ଼ା, ଅମଲାପଡ଼ା, ସିମିଳିପଡ଼ା ଆଦି ମଣ୍ଡପରେ ଚାଲିଛି ମା'ଙ୍କ ଆରାଧନା ।

ଅନୁଗୋଳରୁ ସଂଗ୍ରାର ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.