ହସ୍ପିଟାଲରେ ପ୍ରବେଶ ଉପରେ କଟକଣା: ସାମ୍ବାଦିକଙ୍କୁ ଆକ୍ରମଣ

author img

By

Published : Nov 25, 2021, 10:36 PM IST

ହସ୍ପିଟାଲକୁ ପ୍ରବେଶ ଉପରେ କଟକଣା : ସାମ୍ବାଦିକଙ୍କୁ ଆକ୍ରମଣ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ। ଘଟଣାକୁ ନେଇ ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଅନୁଗୋଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣକାରୀ ଙ୍କ ନାଁ ରେ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜି(ଗୁରୁବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାୟା କଳ୍ପ ଟିମ ଆସିଥିବା ବେଳେ ଏ ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଉଥିବା ଦୁଇ ଗଣମାଧ୍ୟମ ର ପ୍ରତିନିଧିଙ୍କୁ ସୁରକ୍ଷା କର୍ମୀ ଖବର ସଂଗ୍ରହରେ ବାଧା ଦେଇଥିଲେ ।

ହସ୍ପିଟାଲକୁ ପ୍ରବେଶ ଉପରେ କଟକଣା : ସାମ୍ବାଦିକଙ୍କୁ ଆକ୍ରମଣ

ଏହାସହ ହସ୍ପିଟାଲକୁ ସାମ୍ବାଦିକମାନେ ପ୍ରବେଶ ନ କରାଇ ଦେବାକୁ ହସ୍ପିଟାଲର ମ୍ୟାନେଜର ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ଏହାକୁ ନେଇ ଯୁକ୍ତିତର୍କ ହେବା ସହ ସୁରକ୍ଷାକର୍ମୀମାନେ ଖବର ସଂଗ୍ରହ ପାଇଁ ଯାଇଥିବା ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ମୋବାଇଲ ଓ କ୍ୟାମେରା ଛଡାଇ ନେଇ ଭାଙ୍ଗି ଦେଇଥିଲେ।

ଘଟଣାସ୍ଥଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏନେଇ ଅନୁଗୋଳ ଥାନାରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ସାମ୍ବାଦିକ ଆହାତ ହୋଇଛନ୍ତି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।ସେପଟେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ହୋଇଛି।

ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହସ୍ପିଟାଲ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ।ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.