ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

author img

By

Published : Jan 25, 2023, 2:22 PM IST

PM AwasYojana

ଏଣିକି କେହି ଆଉ ଖୋଲା ଆକଶ ତଳେ ଜୀବନ ବିତାଇବେନି । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହି ଯୋଜନାକୁ ନେଇ ବଢ଼ି ଚାଲିଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରେ ଦୁର୍ନୀତି

ଅନୁଗୋଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିକଟରେ ହୋଇଥିବା ଗୃହ ଆବଣ୍ଟନରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ଅନୁଗୋଳ ବ୍ଳକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବି କରିଛି ବିଜେପି । ଏନେଇ ଆଜି ଜିଲ୍ଲାର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟସରକାର କେନ୍ଦ୍ରକୁ ୨୭ଲକ୍ଷ ଆବାସ ମାଗିଥିଲେ ।

କିନ୍ତୁ କେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ଅଧିକ ଆବାସ ପ୍ରଦାନ କରିଛନ୍ତି । ପୂର୍ବରୁ ୧୮ଲକ୍ଷ ଦେଇଥିଲେ । ଏଥର ୯ଲକ୍ଷ ୫୮ହଜାର ଘର ଦେଇଛନ୍ତି । ପ୍ରକୃତ ହିତାଧିକାରୀ ଚୟନ କରି ଘର ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ସରକାର ନିଜ ଦଳୀୟ ଲୋକଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ବହୁ ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ରାଜ୍ୟସରକାର ଏଥିରୁ ନିବୃତ ନରହି ଗରିବ ଓ ଆବଶ୍ୟକ କରୁଥିବା ହିତାଧିକାରୀଙ୍କୁ ଆବାସ ବଣ୍ଟନ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ବିଜେପି କହିଛି । ଏହାସହ ସବୁ ବ୍ଲକ କାର୍ଯ୍ୟାଳୟ ଓ ବିଧାନସଭା ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।

ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ କହିଛନ୍ତି "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଂ ଦୁର୍ନୀତଚି ଚାଲିଛି ତା ଉପରେ ଏଇ ପ୍ରତିବାଦ । ପ୍ରଧାନମନ୍ତ୍ରୀ ଭାରତ ବର୍ଷର ସମସ୍ତଙ୍କ ମୁଣିଡରେ ଛାତ ଦେବା ପାଇଁ ୨୦୨୨ରେ ପ୍ରତିଶୃତି ଦେଇଥିଲେ । ଏନେଇ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଅନୁଗୋଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁ ହିତାଧିକାରୀଙ୍କୁ ଏଠାରେ ଆବାସ ମିଳିବା କଥା ସେମାନଙ୍କୁ ମିଳିନି । ଯେଉଁମାନଙ୍କ ଆବାସ ଯୋଜନା ତାଲିକାରେ ନାଁ ଅଛି ଅବା ଘର ଅଛି ତା ପରେ ବି ସେମାନଙ୍କୁ ଘର ଦିଆଯାଉଛି ।"

ଅର୍ଥାତ ଥିଲାବାଲାଙ୍କୁ ଘର ଦିଆଯାଉଛି । କିନ୍ତୁ ଯେଉଁ ହିତାଧିକରୀ ଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯୋଗ୍ୟ ତାକୁ ଦିଆଯାଉନି । ଫଳରେ ଅନେକ ହିତାଧିକାରୀ ଘର ନପାଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହି ଆବାସ ଯୋଜନାକୁ ନେଇ ଯେଉଁଭଳି ଭାବେ ଦୁର୍ନୀତି ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏହି ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରିବ ବୋଲି ବିଜେପି ଚେତାବନୀ ଦେଇଛି ବିଜେପି । ଏହାପରେ ବି ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବାସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ ଚାହିଁ ବସିଥିଲେ ଲୋକେ । ହେଲେ ତାଲିକାରେ କିନ୍ତୁ ନାଁ ନାହିଁ । ଲାଞ୍ଚ ନଦେଲେ ମିଳୁନି ଆବାସ ଘର । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହୁ ଶୁଣୁନାହାଁନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଏହି ଆବାସ ଯୋଜନା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.