ETV Bharat / state

NH 55 ଦୁରାବସ୍ଥାକୁ ନେଇ ବିଜେଡି ଉପରେ ଦୋଷ ଲଦିଲା ବିଜେପି

author img

By ETV Bharat Odisha Team

Published : Oct 14, 2023, 8:25 PM IST

NH 55 ଦୁରାବସ୍ତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭେଟିଲା ବିଜେପି
NH 55 ଦୁରାବସ୍ତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭେଟିଲା ବିଜେପି

ଅନୁଗୋଳ ଜିଲ୍ଲାର ଗମନର ସୁବିଧା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ବିଜେପିର ଟିମ୍‌ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

NH 55 ଦୁରାବସ୍ତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭେଟିଲା ବିଜେପି

ଅନୁଗୋଳ: ରାଜ୍ୟ ସରକାର ଅନୁଗୋଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଅଣଦେଖା କରୁଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ ଆଜି ବି ଅଧାପନ୍ତରିଆ ହୋଇପଡିଥିବା ବେଳେ କିଛି ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ହୋଇ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ।

ବିଜେପିର ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି, ବିଜେଡ଼ି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ସବୁବେଳେ କେନ୍ଦ୍ରକୁ ଦୋଷ ଦେଇ ଆସୁଛନ୍ତି । ଏହା ସେମାନଙ୍କର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚେଷ୍ଟା କରନ୍ତି ଆଉ ନିର୍ବାଚନ ସରିଲେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି । କଣିହାଁ ବ୍ଲକ ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏହାର କାର୍ଯ୍ୟ ସରିନଥିବା ଆଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ତାଳଚେର ମେଡ଼ିକାଲ କଲେଜ ଚାଲୁ ପାଇଁ ବିଜେପିର ପ୍ରତିବାଦ

ସେହିପରି ପ୍ରସ୍ତାବିତ ତାଳଚେର-ଖାଲପାଳ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଘୋଷଣା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବଉଳିଗଡ ବ୍ରିଜ୍ ଖରାପ ଅବସ୍ଥାରେ ରହିଛି । କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି । ବଲ୍ଲହପୁର ଗ୍ରାମକୁ ରାସ୍ତା ନାହିଁ । କମ୍ପସଲାରୁ ଶେଣ୍ଡା ଶୋଚନୀୟ ଥିବା ବେଳେ ରାଜ୍ୟ ରାଜପଥ ଛେଣ୍ଡିପଦାରୁ ଅନୁଗୋଳ ରାସ୍ତା କାର୍ଯ୍ୟ ଧୀମା ଗତିରେ ଚାଲିଛି । ଡେରଙ୍ଗରୁ ଘଣ୍ଟିଆନାଳି, ବୋଲ୍, ଲଚ୍ଛାବନ୍ଧ, ଧୁକୁଟା, ଖଲାରିଛକ ରାସ୍ତା ବହୁତ ଖରାପ ଅବସ୍ଥାରେ ଅଛି । ହଣ୍ଡପା, ଗୁଣ୍ଠପଡାରୁ ଲୁହାମୁଣ୍ଡା, ସନାହୁଳରୁ କଣ୍ଟାପଡା ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି । ଅନୁଗୋଳ ମ୍ୟୁନିସପାଲଟିର କଲେଜ ଛକ ଠାରୁ ଆରମ୍ଭ କରି ବିଭିନ୍ନ ରାସ୍ତା ଶୋଚନୀୟ ହୋଇ ପଡିରହିଛି ।ଏହିସବୁ ଅଭିଯୋଗକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ।


ପ୍ରତାପ ଚନ୍ଦ୍ର କହିଛନ୍ତି, "ସରକାର ଅନୁଗୋଳ ଜିଲ୍ଲାରୁ ପ୍ରଚୁର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ଅଞ୍ଚଳକୁ ସେହି ଅନୁସାରେ ବିକାଶ କରୁନାହାନ୍ତି । ବିଜେଡି ନେତା ଯେଉଁ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ।" ଗତ ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଅନେକ ଥର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ।" ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.