ETV Bharat / state

5 ଦିନିଆ କୃଷକ ମେଳା, ନୂତନ ଯୋଜନା ସାଙ୍ଗକୁ ଯନ୍ତ୍ରପାତିର ପ୍ରଦର୍ଶନୀ

author img

By ETV Bharat Odisha Team

Published : Nov 28, 2023, 10:12 PM IST

ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି 5 ଦିନିଆ କୃଷକ ମେଳା । ୭୨ଟି ଷ୍ଟଲରେ କୃଷି ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନା ସହ ଯନ୍ତ୍ରପାତିର ପ୍ରଦର୍ଶନ । ଡ୍ରୋନ ମାଧ୍ୟମରେ କିପରି ସାର ଓ କୀଟନିଶକ ପ୍ରୟୋଗ କରାଯାଇ ପାରିବ ତାର ପ୍ରଶିକ୍ଷଣ ମଧ୍ୟ କରାଗଲା । ଆଗକୁ ପଢ଼ନ୍ତୁ,

କୃଷକ ମେଳା
କୃଷକ ମେଳା

କୃଷକ ମେଳା

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି 5 ଦିନିଆ କୃଷକ ମେଳା । କୃଷକଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରୟାସ । କୃଷକଙ୍କ ହାତ ପାହାନ୍ତାରେ ରହିବ କୃଷି ଆବଶ୍ୟକ ସାମଗ୍ରୀ । ୭୨ଟି ଷ୍ଟଲ୍‌ରେ କୃଷି ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନା ସହ ଯନ୍ତ୍ରପାତିର ପ୍ରଦର୍ଶନ । ଡ୍ରୋନ ମାଧ୍ୟମରେ କିପରି ସାର ଓ କୀଟନିଶକ ପ୍ରୟୋଗ କରାଯାଇ ପାରିବ ତାର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।

ଅନୁଗୋଳ ପିଟିସି ପଡିଆ ପରିସରରେ କୃଷି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆଜି ଶୁଭାରମ୍ଭ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ଏବଂ ଚାରା ଗଛରେ ଜଳ ପ୍ରଦାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଦତ୍ତ ବାର୍ତ୍ତା ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ମେଳାରେ ସର୍ବମୋଟ ୭୨ଟି ଷ୍ଟଲ୍‌ରେ କୃଷି ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନା ସହ ଯନ୍ତ୍ରପାତି ବିକ୍ରେତାମାନଙ୍କ ଦ୍ବାରା ଆଧୁନିକ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ଡ୍ରୋନ୍‌ ମାଧ୍ୟମରେ କିପରି ସାର ଓ କୀଟନିଶକ ପ୍ରୟୋଗ କରାଯାଇପାରିବ ତାହା ଏହି ମେଳାର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲା ପାଞ୍ଚ ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳାର ପ୍ରଥମ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ । ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଦ୍ବାରା ଫସଲ ଅମଳ ବୃଦ୍ଧି କରିବା ପାଇଁ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି କାର୍ଯ୍ୟକ୍ଷମ, ପ୍ରଥମ ଦିନରେ ୧୦ଜଣଙ୍କ ଅସ୍ତ୍ରୋପଚାର

ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ(କୃଷି) ଉତ୍ତରାଞ୍ଚଳ ସମ୍ବଲପୁର ପୃଥୁରାଜ ମହାନ୍ତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ.ନିରୋଦ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ(କୃଷି) ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗ ଦେଇ କୃଷି ଯାନ୍ତ୍ରିକ ଉପକରଣ ଉପରେ ଗୁରୁତ୍ୱ ଦେଇଥିଲେ । ମଞ୍ଚାସିନ ଅତିଥିଗଣ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଗଣ ଏବଂ ଜିଲ୍ଲାର କୃଷକ ଭାଇ ଭଉଣୀମାନଙ୍କୁ ଏହି ମେଳାର ଭରପୁର ଫାଇଦା ନେବା ପାଇଁ ଅନୁରୋଧ କରିଥିଲେ । ଅନୁଗୋଳ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଭଗିନୀ ନବନୀତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.