ETV Bharat / sports

Tokyo Olympics: ଫୁଲତୋଡ଼ାର ଅକୁହା କାହାଣୀ

author img

By

Published : Aug 3, 2021, 10:30 PM IST

ଟୋକିଓ ଅଲମ୍ପିକ୍ସରେ ଆଥଲେଟଙ୍କୁ ଦିଆଯାଉଥିବା ଫୁଲତୋଡ଼ା ଖୁବ୍‌ ସ୍ବତନ୍ତ୍ର । ଯାହାର ପ୍ରତ୍ୟେକଟି ଫୁଲର ରହିଛି ଭିନ୍ନ ଏକ କାହାଣୀ । ଅଧିକ ପଢ଼ନ୍ତୁ...

Significance of the Bouquets,  Bouquets at Tokyo Olympics 2020, ଆଥଲେଟଙ୍କୁ ମିଳୁଥିବା ଫୁଲତୋଡ଼ାର କାହାଣୀ, ଫୁଲତୋଡ଼ାର କାହାଣୀ
Tokyo Olympics: ଆଥଲେଟଙ୍କୁ ମିଳୁଥିବା ଫୁଲତୋଡ଼ାର କାହାଣୀ

ଟୋକିଓ: ଅଲମ୍ପିକକୁ ଉଲ୍ଲେଖନୀୟ କରେ ଅନେକ ଛୋଟ ଛୋଟ ଜିନିଷ । ଅଲିମ୍ପିକ୍ସରେ ସ୍ବର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଛଡ଼ା ଆହୁରି ବି କିଛି ଥାଏ ଦେବା ପାଇଁ । ତାହା ହେଉଛି ଏକ ଫୁଲତୋଡ଼ା ଯାହା ଆଥଲେଟଙ୍କ ସହ ଅନେକ ଦୂର ଯାଏ । ଅଲିମ୍ପିକ୍ସରେ ନିଜ ଦେଶର ପ୍ରତିନିଧିତ୍ବ କରିବା ହେଉଛି ପ୍ରତ୍ୟେକ କ୍ରୀଡ଼ାବିଙ୍କ ସ୍ବପ୍ନ । ତେବେ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସରେ ବିଜେତାମାନଙ୍କୁ ଦିଆଯାଉଥିବା ପୁଷ୍ପଗୁଚ୍ଛ ପଛରେ ରହିଛି ଏକ ଅକୁହା କାହାଣୀ ।

ଏହା କୌଣସି ବଗିଚା ମାତ୍ରର ଫୁଲ ନୁହେଁ । ଏହି ଫୁଲଗୁଡିକ ଉତ୍ତର-ପୂର୍ବ ଜାପାନର ବିଭିନ୍ନ ଜିଲ୍ଲାକୁ ପ୍ରତିନିଧିତ୍ବ କରେ ଯାହା 2011 ଭୂମିକମ୍ପ, ସୁନାମି ଏବଂ ଫୁକୁଶିମା ଆଣବିକ କାରଖାନା ବିସ୍ଫୋରଣ ହେତୁ ନଷ୍ଟ ହୋଇଯାଇଥିଲା ।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ ଗେମ୍ସରେ ଆଥଲେଟମାନଙ୍କୁ ପ୍ରାୟ 500 ଫୁଲତୋଡ଼ା ଦିଆଯାଏ । ଏହି ଫୁଲଗୁଡିକ ମୁଖ୍ୟତଃ ଜାପାନର ଉତ୍ତର-ପୂର୍ବ ଅଞ୍ଚଳରେ ଫୁଟିଥାଏ, ଯାହା ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥାଏ । ରିପୋର୍ଟ ଅନୁଯାୟୀ, ଇୱାଟେ, ଫୁକୁଶିମା ଏବଂ ମିୟାଗି ଅଞ୍ଚଳରେ ପ୍ରାୟ 20,000 ଲୋକଙ୍କର ବିପର୍ଯ୍ୟୟରେ ମୃତ୍ୟୁ ହୋଇଛି ।

ଅଲିମ୍ପିକ୍ ପ୍ରତି ଚାରି ବର୍ଷରେ ଥରେ ହୋଇଥାଏ । କୋଭିଡ-19 ମହାମାରୀ ଯୋଗୁଁ ୨୦୨୦ ରେ ହେବାକୁ ଥିବା ଅଲମ୍ପିକ ଚଳିତ ବର୍ଷ ଅନୁଷ୍ଠିତ ହେଉଛି । ଏହି ବର୍ଷ ଅଲିମ୍ପିକ୍ସ ଆମକୁ କେବଳ କ୍ରୀଡା ଏବଂ ଜିତିବା ଅପେକ୍ଷା ଜୀବନର ମୂଲ୍ୟ ମଧ୍ୟ ଶିଖାଇଛି । ଚଳିତ ଅଲମ୍ପିକ୍‌କୁ ମହାମାରୀରେ ହୋଇଥିବା ଲୋକଙ୍କ କ୍ଷତି ଓ ଜୀବନହାନୀର ଏକ ସ୍ମରଣିକା ଭାବେ ନେବା ଉଚିତ ଏବଂ ଜାପାନ ଏଥିପାଇଁ ସର୍ବୋତ୍ତମ ଅଟେ ।

ରିପୋର୍ଟ ଅନୁସାରେ ଫୁଲତୋଡ଼ାରେ ଥିବା ଫୁଲଗୁଡ଼ିକର ଭିନ୍ନଭିନ୍ନ ଅର୍ଥ ରହିଛି । ଫୁଲତୋଡ଼ାଟି ହଳଦିଆ, ସବୁଜ ଏବଂ ନୀଳ ଫୁଲକୁ ନେଇ ଗଠିତ ଯାହା ଜାପାନର ବିଭିନ୍ନ ଅଞ୍ଚଳ (ଇୱାଟେ, ଫୁକୁଶିମା ଏବଂ ମିୟାଗି) ରେ ଫୁଟିଥାଏ । ଏହି ପୁଷ୍ପଗୁଡ଼ିକ ପଦକ ବିଜେତାମାନଙ୍କୁ ଦିଆଯାଏ ଏବଂ ଏହାର ଗଭୀର ମହତ୍ତ୍ବ ରହିଛି ।

ଫୁଲତୋଡ଼ା ଥିବା ହଳଦିଆ ସୂର୍ଯ୍ୟମୁଖୀ ମିୟାଗି ଅଞ୍ଚଳକୁ ପ୍ରତିନିଧିତ୍ବ କରେ । ଏହି ଅଞ୍ଚଳରେ ପିତାମାତାମାନେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ତାଙ୍କ ପିଲାମାନଙ୍କ ସ୍ମୃତିରେ ଏହି ଫୁଲର ମଞ୍ଜି ବୁଣିଥାନ୍ତି। ପାହାଡିଆ ଅଞ୍ଚଳ ଯେଉଁଠାରେ ସୁନାମି ସମୟରେ ପିଲାମାନେ ଆଶ୍ରୟ ନେଇଥିଲେ ସେହି ଅଞ୍ଚଳକୁ ପିତାମାତା ଫୁଲ ଲଗାଇବା ପାଇଁ ବାଛିଥାନ୍ତି ।

ଧଳା ଏବଂ ବାଇଗଣୀ ରଙ୍ଗର ଲିସିଆନ୍ଥସ୍, ଏବଂ ସୋଲୋମନଙ୍କ ସିଲ୍‌ ଫୁକୁଶିମାକୁ ସୂଚାଇ ଥାଏ । ଫୁକୁଶିମା ଏକ ଅଣ-ଲାଭକାରୀ ପଦକ୍ଷେପର ଏକ ଅଂଶ ଯାହାକି ସ୍ଥାନୀୟ ଅର୍ଥନୀତିକୁ ସାହାଯ୍ୟ କରେ । ସେମାନଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ କାରଣରୁ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ସ୍ଥାନୀୟ ଅର୍ଥନୀତିକୁ ଫେରାଇ ଆଣିବା ।

ଫୁଲତୋଡ଼ାରେ ଥିବା ଛୋଟ ଉଜ୍ବଳ ନୀଳ ଫୁଲଗୁଡିକୁ ଜେଣ୍ଟିଆନ୍ସ ବୋଲି କୁହାଯାଏ, ଯାହା ଇୱାଟେକୁ ପ୍ରତିନିଧିତ୍ବ କରେ । 2011 ରେ ହୋଇଥିବା ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଫୁଟୁଥିବାରୁ ଏଗୁଡିକୁ ମଧ୍ୟ ଫୁଲତୋଡ଼ାରେ ସ୍ଥାନ ପାଇଛନ୍ତି ।

ଅନ୍ୟ ଏକ ଫୁଲ ହେଉଛି ସବୁଜ ଆସପିଡିଷ୍ଟ୍ରା, ଏହା ଟୋକିଓ ସହରକୁ ପ୍ରତିନିଧିତ୍ବ କରେ ଯେଉଁଠାରେ ବର୍ତ୍ତମାନ ଅଲିମ୍ପିକ୍ସ ଅନୁଷ୍ଠିତ ହେଉଛି ।

ଜୀବନର ସମସ୍ତ କ୍ଷୁଦ୍ର ଏବଂ କ୍ଷଣଭଙ୍ଗୁର ଜିନିଷ ଅର୍ଥପୂର୍ଣ୍ଣ ଏବଂ ଏହି ଫୁଲଗୁଡ଼ିକ ମଧ୍ୟ । ତେଣୁ ଟୋକିଓ ଅଲମ୍ପିକ୍ସ କେବଳ କ୍ରୀଡ଼ା ପାଇଁ ନୁହେଁ ଏହି ଫୁଲ ଗୁଡ଼ିକ ପାଇଁ ମଧ୍ୟ ପରିଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.