ସମ୍ବର୍ଦ୍ଧିତ ହେଲେ ଗୋଲଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି

author img

By

Published : Sep 10, 2021, 8:20 PM IST

ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି

ଷ୍ଟାଡିୟମରେ ପାରାଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ୬ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ପାରାଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ୬ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱ ଚମ୍ପିଆନ୍ ପାରା ସଟଲର ପ୍ରମୋଦ ଭଗତ ଟୋକିଓ ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ସହ ରାଜ୍ୟ ନାମ ଟେକ ରଖିଛନ୍ତି । ଭାରତର କ୍ରୀଡ଼ା ଇତିହାସରେ ଏକ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ପ୍ରମୋଦ ।

ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ କଳିଙ୍ଗ ହକି ଷ୍ଟାଡିୟମରେ 6 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହ ଅଭିନନ୍ଦନ ଦେଇଛନ୍ତି । ଏହାସହ ତାଙ୍କୁ ଗ୍ରୁପ୍ ଏ' ସ୍ତରର ସରକାରୀ ଚାକିରି ମଧ୍ୟ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି
ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି

ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଗୋଲ୍ଡେନ ବୟ ପ୍ରମୋଦ ଭଗତଙ୍କୁ ସମ୍ମାନିତ ଗର୍ବ ଅନୁଭବ ହୋଇଛି । ଯିଏ ଭାରତର କ୍ରୀଡ଼ା ଇତିହାସରେ ନିଜର ସ୍ବର୍ଣ୍ଣିମ ଛାପ ଛାଡ଼ିଛନ୍ତି । ଟୋକିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରମୋଦ ରାଜ୍ୟକୁ ଗୌରବ ଦେଇଛନ୍ତି । ତାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଉଥାଉ ଓ ସେ ଆହୁରି ଦେଶ ପାଇଁ ପଦକ ଆଣନ୍ତୁ, ଏହାହିଁ ମୋର କାମନା ।"

ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି
ସମ୍ବର୍ଦ୍ଧିତ ହେଲେ ଗୋଲ୍ଡେନ ବୟ, ମୁଖ୍ୟମନ୍ତ୍ରୀ ଦେଲେ ୬ କୋଟି



ସେପଟେ ଏହି ସୁନାପୁଅଙ୍କ ପାରାଲମ୍ପିକ୍ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ଭାଗତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ବେଳେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପଦୋନ୍ନତି ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.