ETV Bharat / sports

ଅଷ୍ଟ୍ରେଲିଆନ ଓପନ: ସେମିଫାଇନାଲରେ ପହଞ୍ଚିଲେ ଡେନିଲ ମେଦବେଦେବ

author img

By

Published : Feb 17, 2021, 7:14 PM IST

ଅଷ୍ଟ୍ରେଲିଆନ ଓପନରେ ସେମିଫାଇନାଲରେ ପହଞ୍ଚିଲେ ରୁଷୀୟ ଟେନିସ ତାରକା ଡେନିଲ ମେଦବେଦେବ। ସେ ଋଷିଆର ରୁବଲେବଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅଧିକ ପଢ଼ନ୍ତୁ...

Daniil Medvedev powers past fellow Rublev to reach semi-finals in Australian Open
ଅଷ୍ଟ୍ରେଲିଆନ ଓପନ: ସେମିଫାଇନାଲରେ ପହଞ୍ଚିଲେ ଡେନିଲ ମେଦବେଦେବ

ମେଲବର୍ନ: ଅଷ୍ଟ୍ରେଲିଆନ ଓପନରେ ସେମିଫାଇନାଲରେ ପହଞ୍ଚିଲେ ରୁଷୀୟ ଟେନିସ ତାରକା ଡେନିଲ ମେଦବେଦେବ। ସେ ଋଷିଆର ଆନ୍ଦ୍ରେ ରୁବଲେବଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଏହି ମ୍ୟାଚକୁ 3ଟି ସେଟରେ ଜିତି ନେଇଛନ୍ତି ମେଦବେଦେବ। ଦୁଇ ଘଣ୍ଟା 5ମିନିଟ ଧରି ଚାଲିଥିବା ଏହି ମୁକାବିଲାକୁ 7-5, 6-3 ଓ 6-2 ସେଟରେ ଜିତି ନେଇଛନ୍ତି ଡେନିଲ ମେଦବେଦେବ।

ନିଜ କ୍ୟାରିଅରରେ ପ୍ରଥମ ଥର ପାଇଁ କୌମଣି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି ମେଦବେଦେବ। 2020 ମସିହାରେ ଆମେରିକାରେ ଓପନରେ ଗ୍ରାଣ୍ଡସ୍ଲାମରେ ବିଜୟୀ ହେବା ପରେ ବିଶ୍ବ ଟପ 10 ଜଣ ଖେଳାଳିଙ୍କୁ 11ଟି ମ୍ୟାଚରେ ପରାଜିତ କରିଛନ୍ତି ଡେନିଲ ମେଦବେଦେବ। ସେମିଫାଇନାଲ ମ୍ୟାଚରେ ସେ ଷ୍ଟେଫାନୋସ ସିତସିପାସଙ୍କୁ ଭେଟିବେ। ଷ୍ଟେଫାନୋସ ସିତସିପାସ କ୍ବାର୍ଟରଫାଇନାଲରେ ରାଫେଲ ନାଦାଲଙ୍କୁ ପରାଜିତ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନରେ ଗତ 19ଟି ମ୍ୟାଚରେ ଅଜେୟ ରହିଛନ୍ତି ଡେନିଲ ମେଦବେଦେବ। ଟେନିସ ରାଙ୍କିଂରେ ସେ ବର୍ତ୍ତମାନ ବିଶ୍ବର ଚୁତୁର୍ଥ ସ୍ଥାନରେ ରହିଛନ୍ତି। ଷ୍ଟେଫାନୋସ ସିତସିପାସ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେମିଫାଇନାଲରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.