T20 WC: ରିଜୱାନଙ୍କ ବିରଳ କିର୍ତ୍ତୀମାନ, ଗୋଟିଏ ବର୍ଷରେ 1000 ରନ

author img

By

Published : Nov 11, 2021, 9:48 PM IST

Rizwan becomes first player to score 1000 T20I runs in one year

ପାକିସ୍ତାନ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ବିରଳ କିର୍ତ୍ତୀମାନ । ଗୋଟିଏ ବର୍ଷରେ ୧୦୦୦ ଟି-୨୦ରନ୍‌ ସଂଗ୍ରହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ରିଜୱାନ । ଅଧିକ ପଢନ୍ତୁ...

ଦୁବାଇ: ପାକିସ୍ତାନ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ବିରଳ କିର୍ତ୍ତୀମାନ । ଗୋଟିଏ ବର୍ଷରେ ୧୦୦୦ ଟି-୨୦ରନ୍‌ ସଂଗ୍ରହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ରିଜୱାନ ।

ଚଳିତ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ସେମିଫାଇନାଲରେ ୧୦୦୦ ରନ୍‌ ପୂରଣ କରିଛନ୍ତି ରିଜୱାନ । ଫଳରେ ବାବର ଆଜମଙ୍କ ପ୍ରଥମ ଟି-୨୦ ବିଶ୍ବକପରେ ସର୍ବାଧିକ ରନ୍‌ର ରେକର୍ଡକୁ ଭଙ୍ଗ କରିଛନ୍ତି ରିଜୱାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ରିଜୱାନ ଅଷ୍ଟ୍ରେଲିଆ, ନାମ୍ବିଆ ଓ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ଇଂନିସ ଖେଳିସାରିଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨୦୨୧ର ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ । ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ୫ଟି ମ୍ୟାଚ୍‌ରୁ ୫ଟି ବିଜୟ ସହ ସେମିଫାଇନାଲରେ ପହଞ୍ଚିଥିବାବେଳେ, ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ସେମି ଟିକେଟ ହାତେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.