ETV Bharat / sports

୨୧ରେ WFI ନିର୍ବାଚନ, ଜାଣନ୍ତୁ କେବେ ବାହାରିବ ଫଳାଫଳ

author img

By ETV Bharat Odisha Team

Published : Dec 9, 2023, 10:53 PM IST

WFI election date declared: ବହୁ ପ୍ରତିକ୍ଷୀତ ଭାରତୀୟ କୁସ୍ତି ମହାସଙ୍ଘ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୨୧ ତାରିଖରେ ନିର୍ବାଚନ କରାଯାଇ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ । ଅଧିକ ପଢ଼ନ୍ତୁ

୨୧ରେ WFI ନିର୍ବାଚନ
୨୧ରେ WFI ନିର୍ବାଚନ

ନୂଆଦିଲ୍ଲୀ: ଘୋଷଣା ହୋଇଛି ବହୁ ପ୍ରତିକ୍ଷୀତ ଭାରତୀୟ କୁସ୍ତି ମହାସଙ୍ଘ (WFI) ନିର୍ବାଚନ ତାରିଖ । ଡିସେମ୍ବର ୨୧ ତାରିଖରେ ନିର୍ବାଚନ କରାଯାଇ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ । ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ କୁସ୍ତି ମହାସଙ୍ଘ ନିର୍ବାଚନ ଉପରେ ରୋକ୍‌ ଲଗାଇଥିବାବେଳେ ନିକଟରେ ଏହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଫଳରେ WFI ଗଭର୍ଣ୍ଣିଂ ବଡି ନିର୍ବାଚନ ପାଇଁ ରାସ୍ତା ଖୋଲିଥିବାବେଳେ ଆଜି ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଉଷୁ ଆସୋସିଏସନ୍‌ ଅଫ ଇଣ୍ଡିଆ (Wushu Association of India) ମୁଖ୍ୟ ଭୂପିନ୍ଦର ସିଂହ ବାଜାୱାଙ୍କ ନେତୃତ୍ବରେ ଆଇଓଏ ଦ୍ବାରା ଗଠିତ ପ୍ୟାନେଲ ଏହାକୁ ପରିଚାଳନା କରୁଛି । ପୂର୍ବରୁ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ମହାସଂଘକୁ କ୍ରୀଡାମନ୍ତ୍ରୀ ନିଲମ୍ବିତ କରିଥିଲେ ।

ତେବେ WFI ନିର୍ବାଚନ ପ୍ରକ୍ରିୟା ଗତ ଜୁଲାଇରେ ଆରମ୍ଭ ହୋଇଥିଲା । ହେଲେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିବାରୁ ନିର୍ବାଚନରେ ବିଳମ୍ବ ହୋଇଥିଲା । ଫଳରେ ଅନ୍ତର୍ଜାତୀୟ ମହାସଂଘ ୟୁନାଇଟେଡ ରେସ୍‌ଲିଂ ନିର୍ଦ୍ଧାରିତ ସମୟରେ ନିର୍ବାଚନ ନହେବାରୁ ଭାରତୀୟ କୁସ୍ତି ମହାସଙ୍ଘକୁ ନିଲମ୍ବିତ କରିଥିଲା । ଅନ୍ୟପଟେ ଆଜି (ଶନିବାର) ବିଳମ୍ବରେ ନିର୍ବାଚନ ହେବାକୁ ଥିବାବେଳେ ସେହିଦିନ ହିଁ (ଡିସେମ୍ବର ୨୧) ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି କୁହାଯାଇଛି । ତେଣୁ ଏହି ନିର୍ବାଚନ ପରେ ଭାରତୀୟ କୁସ୍ତି ମହାସଙ୍ଘ ଉପରୁ ଅନ୍ତର୍ଜାତୀୟ ନିଲମ୍ବନ ହଟିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...WFI Elections: ଭାରତୀୟ କୁସ୍ତି ସଂଘକୁ ଝଟକା, ସଦସ୍ୟତା ରଦ୍ଦ କଲା WWF

ଉଲ୍ଲେଖଯୋଗ୍ୟ, ଭାରତୀୟ କୁସ୍ତି ମହାସଙ୍ଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲରମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏପରିକି ସେମାନେ ଏନେଇ ଦିଲ୍ଲୀରେ ଜନ୍ତରମନ୍ତରରେ ଧାରଣା ମଧ୍ୟ ଦେଇଥିଲେ । ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କ ସମେତ ଅନେକ ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ମାସାଧିକ କାଳ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ଏହି ଘଟଣା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଘଟଣାର ଏବେ ମଧ୍ୟ ତଦନ୍ତ ଚାଲିଛି । ଏହାରି ମଧ୍ୟରେ କ୍ରୀଡ଼଼ା ମନ୍ତ୍ରଣାଳୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ମହାସଙ୍ଘକୁ ନିଲମ୍ବିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Sexual Harassment Case: ବ୍ରିଜଭୂଷଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ନିୟମିତ ବେଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.