ETV Bharat / sports

WFI Elections: ଭାରତୀୟ କୁସ୍ତି ସଂଘକୁ ଝଟକା, ସଦସ୍ୟତା ରଦ୍ଦ କଲା WWF

author img

By ETV Bharat Odisha Team

Published : Aug 24, 2023, 4:45 PM IST

16 ସେପ୍ଚମ୍ବରରୁ ଆରମ୍ଭ ହେବାକୁ ଥିବା ଅଲମ୍ପିକ ବିଶ୍ବ ଚମ୍ପିଆନସିପ୍‌ ଯୋଗ୍ୟତାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ସମସ୍ୟା ଭୋଗିବାକୁ ପଡିବ । ଅଧକ ପଢନ୍ତୁ

WFI Elections
ଭାରତୀୟ କୁସ୍ତି ସଂଘକୁ ଝଟକା, ସଦସ୍ୟତା ରଦ୍ଦ କଲା WWF

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ବିବାଦ ପାଇଁ କୁସ୍ତିଯୋଦ୍ଧାଙ୍କୁ ବଡ ସମସ୍ୟା ଭୋଗିବାକୁ ପଡିବ । ବିଶ୍ବ କୁସ୍ତି ସଂଘ ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କରିଛି । ବିଶ୍ବ କୁସ୍ତି ସଂଘ ସଦସ୍ୟତା ରଦ୍ଦ କରିବା ପଛରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ନହେବା ପ୍ରମୁଖ କାରଣ ଥିବା କୁହାଯାଉଛି । ଆଗାମୀ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ଭାରତୀୟ କୁସ୍ତିଯୋଦ୍ଧା ଖେଳି ନପାରନ୍ତି ।

  • UWW, the world governing body for wrestling, suspends WFI for not holding its elections on time

    — Press Trust of India (@PTI_News) August 24, 2023 " class="align-text-top noRightClick twitterSection" data=" ">

ବିଶ୍ବ କୁସ୍ତି ସଂଘର ସଦସ୍ୟତା ରଦ୍ଦ ଭାରତୀୟ କୁସ୍ତି ସଂଘକୁ ଶକ୍ତ ଝଟକା ଦେଇଛି । ଭାରତୀୟ କୁସ୍ତି ସଂଘ ନିର୍ବାଚନ 2023ରେ ହେବାର ଥିଲା । ପ୍ରଥମେ କୁସ୍ତିଯୋଦ୍ଧାଙ୍କ ଧାରଣା ସହ ଅଲଗା ଅଲଗା ରାଜ୍ୟରେ କୁସ୍ତି ଯୋଦ୍ଧାଙ୍କ କୋର୍ଟରେ ଦାଖଲ ଯାଚିକା ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । କୁସ୍ତି ସଂଘର 15 ପଦରେ ନିର୍ବାଚନ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ଉତ୍ତରପ୍ରଦେଶରୁ ଭାରତୀୟ କୁସ୍ତି ମହାସଂଘର ପ୍ରମୁଖ ବ୍ରିଜଭୂଷଣ ଶରଣ ସିଂହ ତାଙ୍କର ଘନିଷ୍ଠ ସଞ୍ଜୟ ସିଂହଙ୍କ ସମେତ 4ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ...WFI Elections: ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ, 11 ଜୁଲାଇରେ ହୋଇଥାନ୍ତା ନିର୍ବାଚନ

ପ୍ରକାଶ ଥାଉ କି, କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଜଣ ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ । ବ୍ରିଜଭୂଷଣଙ୍କ ନାମରେ ଅଭିଯୋଗ କରି ଆନ୍ଦୋଳନ କରିଥିଲେ । ସମାଧାନ ପ୍ରତିଶ୍ରୁତି ମିଳିବା ସହିତ ତଦନ୍ତ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ ।

ମେରୀ କମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା ମାତ୍ର ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ପୁଣି ଜନ୍ତରମନ୍ତରରେ ଧାରଣାରେ ବସିଥିଲେ କୁସ୍ତିଯୋଦ୍ଧା । ଦୀର୍ଘ 25 ଦିନରୁ ଅଧିକ ଧାରଣା ପରେ ଜୁନ 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏହାପରେ ବ୍ରିଜଭୂଷଣଙ୍କ ନାମରେ 1000 ପୃଷ୍ଠାର ଚାର୍ଜସିଟ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସବୁ ସମସ୍ୟା ପାଇଁ କୁସ୍ତି ସଂଘ ନିର୍ବାଚନ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.