ମାରାଥନରେ ଦୌଡିବା ସମୟରେ ଟେବୁଲ ଟେନିସ ଖେଳାଳିଙ୍କ ମୃତ୍ୟୁ

author img

By

Published : Sep 18, 2022, 8:13 PM IST

ମାରାଥନରେ ଦୌଡିବା ସମୟରେ ଟେବୁଲ ଟେନିସ ଖେଳାଳିଙ୍କ ମୃତ୍ୟୁ

ଜାତୀୟ ଟେବୁଲ ଟେନିସ ଖେଳାଳି ରାଜ ପଟେଲଙ୍କର ଏକାଦଶ ହିଲ ହାଫ ମାରାଥନର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ମହାରାଷ୍ଟ୍ର: ଜଣେ ଜାତୀୟ ଟେବୁଲ ଟେନିସ ଖେଳାଳି ଏକାଦଶ ହିଲ ହାଫ ମାରାଥନରେ ଭାଗ ନେଇଥିଲେ । ହେଲେ ମାରାଥନରେ ଦୌଡୁ ଦୌଡୁ ହଠାତ ଲିଭିଗଲା ଜୀବନ ଦୀପ । ଟେବୁଲ ଟେନିସ ଖେଳାଳି ଜଣକ ମାରାଥନରେ ଦୌଡିବା ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ଯାହା ଫଳରେ ନିଶ୍ବାସ ବନ୍ଦ ହୋଇଯାଇଥିବା କାରଣରୁ ତାଙ୍କର ଦେହାନ୍ତ ହୋଇଛି ( died of a heart attack in the half-marathon ) ।

ଟେବୁଲ ଟେନିସ ଖେଳାଳି ଜଣକ ହେଉଛନ୍ତି, କୋହ୍ଲାପୁରର ୩୨ ବର୍ଷିୟ ରାଜ ପଟେଲ ( Raj Patel from Kolhapur ) । ରାଜ ପଟେଲଙ୍କର ଏକାଦଶ ହିଲ ହାଫ ମାରାଥନର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଏକାଦଶ ହିଲ ହାଫ ମାରାଥନରେ ପ୍ରାୟ ୭୦୦୦ ପାଖାପାଖି ଲୋକ ଭାଗ ନେଇଥିଲେ । ତେବେ ରାଜ ପଟେଲଙ୍କୁ ହୃଦଘାତ ଆସିବା ପରେ ପୋଲିସ ଏବଂ ହାଫ ମାରାଥନ ଆୟୋଜକ ତରଫରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଇଥିଲା ।

ମାରାଥନରେ ଦୌଡିବା ସମୟରେ ଟେବୁଲ ଟେନିସ ଖେଳାଳିଙ୍କ ମୃତ୍ୟୁ
ମାରାଥନରେ ଦୌଡିବା ସମୟରେ ଟେବୁଲ ଟେନିସ ଖେଳାଳିଙ୍କ ମୃତ୍ୟୁ

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାଜ ପଟେଲଙ୍କ ଦେହାନ୍ତ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ କି ତାଙ୍କ ମର ଶରୀରର ବ୍ୟବଚ୍ଛେଦ ଏଠାରେ କରାଯିବ । ଏହା ସହିତ ହାଫ ମାରାଥନରେ ଆହୁରି ତିନି ଜଣ ପ୍ରତିଯୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯାଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସତାରା ହାଫ ହିଲ ମାରାଥନ (Satara Hill Half Marathon) ମହାରାଷ୍ଟ୍ର ସତାରାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏକ ଅଲ୍ଟ୍ରା ହାଫ ମାରାଥନ । ତେବେ ଏହି ସତାରା ହାଫ ହିଲ ମାରାଥନରେ ଅଧିକ ଲୋକ ଭାଗ ନେବାରେ ଗିନିଜ ବୁକରେ ରେକର୍ଡ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.