ETV Bharat / sports

Asian Champions Trophy: ଭାରତୀୟ ହକି ଦଳ ପ୍ରଶଂସାରେ ଶତମୁଖ ତେନ୍ଦୁଲକର

author img

By

Published : Aug 13, 2023, 10:16 PM IST

ଶନିବାର ମାଲେସିଆକୁ ୪-୩ ଗୋଲରେ ହରାଇ ରେକର୍ଡ ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଆନ୍ସ ଟ୍ରଫି ୨୦୨୩ରେ ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ଏଥିପାଇଁ ଭାରତୀୟ ହକି ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଟ୍ବିଟ୍‌ କରି ହକି ଦଳର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଭାରତୀୟ ହକି ଦଳ ପ୍ରଶଂସାରେ ଶତମୁଖ ତେନ୍ଦୁଲକର
ଭାରତୀୟ ହକି ଦଳ ପ୍ରଶଂସାରେ ଶତମୁଖ ତେନ୍ଦୁଲକର

ନୂଆଦିଲ୍ଲୀ: ଶନିବାର ଭାରତୀୟ ହକି ଦଳ ଏସୀୟ ଚମ୍ପିଆନ୍ସ ଟ୍ରଫି ୨୦୨୩ରେ ଟାଇଟଲ ହାତେଇଛି । ଶନିବାର ଖେଳା ଯାଇଥିବା ରୋମାଞ୍ଚକର ମୁକାବିଲାରେ ମାଲେସିଆକୁ ୪-୩ ଗୋଲ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତ ରେକର୍ଡ ଚତୁର୍ଥ ଥର ଏସିଟି ଟାଇଟଲ୍ ଜିତିବାରେ ସଫଳ ହୋଇଛି । ଏହାପରେ ଭାରତୀୟ ହକି ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ରବିବାର ଟ୍ବିଟ୍ କରି ଭାରତୀ ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ଟିମ୍‌ ଇଣ୍ଡିଆର ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian champions trophy 2023 Final: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଏସୀୟ ଚମ୍ପିଆନ୍ସର ଫାଇନାଲ ମ୍ୟାଚ୍‌ ଜିତିବା ପରେ ଖୁସିରେ ବିଜୟ ଉତ୍ସବ ମନାଇଥିଲେ । ତେବେ ସଚିନ ତେନ୍ଦୁଲକର ଆଜି ନିଜ ଟ୍ବିଟର ହାଣ୍ଡେଲରେ ହକି ଖେଳାଳିଙ୍କ ସେଲିବ୍ରେସନ ସମୟର ଭିଡିଓ ସେୟାର କରିଛନ୍ତି । ଏହି ପୋଷ୍ଟ୍‌ରେ ସେ ଲେଖିଛନ୍ତି, "ଭାରତୀୟ ହକି ଦଳ ପାଇଁ ଆଉ ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ । ଏସୀୟ ଚମ୍ପିଆନ୍‌ସିପ୍ ଟ୍ରଫିରେ ଦମଦାର ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ।" ସେପଟେ ଭାରତୀୟ ହକି ଦଳର ବରିଷ୍ଠ ଗୋଲ୍ କିପର ପିଆର୍‌ ଶ୍ରୀଜେଶ ସଚିନଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ 'ଥାଙ୍କ୍ୟୁ ଭାଇ' ଲେଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ଟିମ୍‌ ଇଣ୍ଡିଆର ଏଭଳି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ବିଟ୍‌ କରି ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏସୀୟ ଚମ୍ପିଆନ୍ସରେ ବିଜୟୀ ହୋଇଥିବାରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ ଗୋଲରେ ଆଗୁଆ ଥିଲା । କିନ୍ତୁ ମ୍ୟାଚ୍‌ର ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ନାଟକୀୟ ମୋଡ଼ରେ ଭାରତ କ୍ରମାଗତ ୩ଟି ଗୋଲ୍ ସ୍କୋର କରିଥିଲା । ଏହାପରେ ଚତୁର୍ଥ ତଥା ବିଜୟୀ ଗୋଲଟି ଦେଇଥିଲେ ଅର୍ଶଦୀପ ସିଂହ । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.