ETV Bharat / sports

Paralympics: ନରୱାଲ ଓ ଅଦାନାଙ୍କୁ ପିଏମ ମୋଦିଙ୍କ ପ୍ରଶଂସା

author img

By

Published : Sep 4, 2021, 3:23 PM IST

ଭାରତୀୟ ପାରା-ସୁଟରଙ୍କ ଏହି ଐତିହାସିକ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମାତ୍ର ୧୯ ବର୍ଷରେ ପାରାଲମ୍ପିକ୍‌ ଚମ୍ପିଆନ ହେଲେ ମନୀଷ, ମୋଦିଙ୍କ ପ୍ରଶଂସା
ମାତ୍ର ୧୯ ବର୍ଷରେ ପାରାଲମ୍ପିକ୍‌ ଚମ୍ପିଆନ ହେଲେ ମନୀଷ, ମୋଦିଙ୍କ ପ୍ରଶଂସା

ଟୋକିଓ: ଚଳିତ ପାରାଲମ୍ପିକ୍‌ରେ ଭାରତର ଐତିହାସିକ ବିଜୟ ପ୍ରଦର୍ଶନ ଜାରି ରହିଛି । ଶନିବାର ପଦକ ବର୍ଷା କରିଛନ୍ତି ଭାରତୀୟ ପାରା-ଆଥଲେଟ୍‌ । ସୁଟର ମନୀଷ ନରୱାଲ ଚଳିତ ପାରାଲମ୍ପିକ୍‌ରେ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । P4 ମିଶ୍ରିତ ୫୦ ମିଟର ପିସ୍ତଲ SH1 ଇଭେଣ୍ଟରେ ଶନିବାର ମନୀଷ ସ୍ବର୍ଣ୍ଣ ଓ ଅନ୍ୟତମ ଭାରତୀୟ ସୁଟର ସିଙ୍ଘରାଜ ଅଦାନା ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

  • The outstanding Singhraj Adhana does it again! He wins yet another medal, this time in the Mixed 50m Pistol SH1 event. India rejoices due to his feat. Congrats to him. Wishing him the very best for the future endeavours. #Paralympics #Praise4Para. pic.twitter.com/EWa9gCRaor

    — Narendra Modi (@narendramodi) September 4, 2021 " class="align-text-top noRightClick twitterSection" data=" ">

ଭାରତୀୟ ପାରା-ସୁଟରଙ୍କ ଏହି ଐତିହାସିକ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନେକ କ୍ରୀଡାପ୍ରେମୀ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଯୁବ ସୁଟର ନରୱାଲଙ୍କ ସ୍ବର୍ଣ୍ଣ ପଦକ ବିଜୟକୁ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କ୍ରୀଡାର ସ୍ବତନ୍ତ୍ର ମୂହୂର୍ତ୍ତ କହିଛନ୍ତି ।

  • Glory from the Tokyo #Paralympics continues. Great accomplishment by the young and stupendously talented Manish Narwal. His winning the Gold Medal is a special moment for Indian sports. Congratulations to him. Best wishes for the coming times. #Praise4Para. pic.twitter.com/gGHUXnetWA

    — Narendra Modi (@narendramodi) September 4, 2021 " class="align-text-top noRightClick twitterSection" data=" ">

୧୯ ବର୍ଷୀୟ ନରୱାଲ, ସ୍ବର୍ଣ୍ଣ ପଦକ ପାଇଁ ଜବରଦସ୍ତ ପ୍ରଦର୍ଶନ ସହ ମୋଟ ୨୧୮.୨ ପଏଣ୍ଟ ଅର୍ଜନ କରିଥିଲେ, ଯାହାକି ଏକ ପାରାଲମ୍ପିକ ରେକର୍ଡ । ଅନ୍ୟପଟେ ମଙ୍ଗଳବାର 10 ମିଟର ଏୟାର ପିସ୍ତଲ SH୧ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ଅଦାନା, ୨୧୬.୭ ପଏଣ୍ଟ ସହ ରୌପ୍ୟ ହାତେଇଥିଲେ । ଋଷିଆନ ଅଲମ୍ପିକ କମିଟିର ସର୍ଜି ମାଲେସେଭ ୧୯୬.୮ ପଏଣ୍ଟ ଅର୍ଜନ ସହ ତୃତୀୟ ସ୍ଥାନରେ ରହିଥିଲେ ଓ କାଂସ୍ୟ ପଦକ ହାତେଇଥିଲେ ।

  • Young Manish Narwal has done India proud by winning a shooting gold medal and making the tricolor fly high at the #Paralympics! You've shown immense talent and dedication at a very young age. Heartiest congratulations! May you win many laurels in the future.

    — President of India (@rashtrapatibhvn) September 4, 2021 " class="align-text-top noRightClick twitterSection" data=" ">
  • Singhraj Adana wins a silver medal and adds to his bronze winning performance in Tokyo #Paralympics. Congratulations for your exceptional performances. May you enjoy many more victories in the future.

    — President of India (@rashtrapatibhvn) September 4, 2021 " class="align-text-top noRightClick twitterSection" data=" ">

ଫରିଦାବାଦର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଦୁଇ ଭାରତୀୟ ଖେଳାଳି ନରୱାଲ ଓ ଅଦାନା, ଚଳିତ ପାରାଲମ୍ପିକ୍‌ରେ ଏଥିସହ ଭାରତର ପଦକ ସଂଖ୍ୟାକୁ ୧୫ରେ ପହଞ୍ଚାଇଛନ୍ତି । ଏଥିରେ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.