ETV Bharat / sports

National Games 2023: ରୋଡ ସାଇକ୍ଲିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସ୍ୱସ୍ତି, 58 ଛୁଇଁଲା ଓଡ଼ିଶାର ପଦକ ସଂଖ୍ୟା

author img

By ETV Bharat Odisha Team

Published : Nov 9, 2023, 7:49 AM IST

National Games 2023: ଗୋଆରେ ଚାଲିଥିବା 37ତମ ଜାତୀୟ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ କରିଛନ୍ତି ଓଡିଶା କ୍ରୀଡାବିତ୍‌ । ରୋଡ ସାଇକ୍ଲିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସ୍ବସ୍ତି ସିଂ । ଅଧିକ ପଢ଼ନ୍ତୁ

National Games
National Games 2023

ଭୁବନେଶ୍ବର: ଗୋଆରେ ଚାଲିଥିବା 37ତମ ଜାତୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଛନ୍ତି ଓଡିଶା କ୍ରୀଡ଼ାବିତ । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟକୁ ପଦକ ପରେ ପଦକ ଭେଟି ଦେଇଛନ୍ତି । ଓଡିଶାର ମହିଳା ସାଇକ୍ଲିଷ୍ଟ ସ୍ବସ୍ତି ସିଂ 75 କିମି ମାସ ଷ୍ଟାର୍ଟ ରୋଡ୍‌ ସାଇକ୍ଲିଂ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେହିପରି ଖୋ'ଖୋ'ରେ ମହିଳା ଓ ପୁରୁଷ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ପଦକ ସଂଖ୍ୟା 58ରେ ପହଞ୍ଚିଛି ଯେଉଁଥିରେ 10ଟି ସ୍ବର୍ଣ୍ଣ, 18ଟି ରୌପ୍ୟ ଓ 30ଟି ବ୍ରୋଞ୍ଜ୍‌ ପଦକ ରହିଛି ।

  • Congratulations to the #Odisha lawn bowls team consisting of Kailash Majhi, Sourav Ranjan Maharana, Tarini Prasad Nayak and Narasingha Rana for winning the bronze in Men's Fours event and Lalit Sharma for bagging a bronze in Men's Singles event in @Nat_Games_Goa.… pic.twitter.com/GnqfCMt4Zh

    — Odisha Sports (@sports_odisha) November 8, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...National Games 2023: ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣିମ ସଫଳତା, ଓଡିଶାର ପଦକ ସଂଖ୍ୟା 42

ଖୋ ଖୋରେ 2ଟି ରୌପ୍ୟ: 37ତମ ଜାତୀୟ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା ଖୋ'ଖୋ' ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ପୁରୁଷ ଦଳ ମହାରାଷ୍ଟ୍ରଠୁ 26-72ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମହିଳା ଦଳ 40-46 ଗୋଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ପୁରୁଷ ଓ ମହିଳା ଖୋ'ଖୋ' ଦଳ ସ୍ବର୍ଣ୍ଣ ପଦକ ଜିତି ନଥିଲେ ମଧ୍ୟ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢନ୍ତୁ...National Games 2023: ଜାଭେଲିନରେ ବ୍ରୋଞ୍ଜ ଜିତିଲେ କିଶୋର, କାୟାକିଂ ଓ କାନୋଇଂରେ 2 ପଦକ

ଲନ୍‌ ବଲ୍ସରେ 2ଟି ବ୍ରୋଞ୍ଜ୍‌: ଲନ୍‌ ବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପୁରୁଷ ଦଳ । କୈଳାସ ମାଝି, ସୌରଭ ରଞ୍ଜନ ମହାରଣା, ତାରିଣୀ ପ୍ରସାଦ ନାୟକ ଓ ନରସିଂହ ରାଣାଙ୍କୁ ନେଇ ଗଠିତ ଓଡିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି ଷ ସେହିପରି ଲନ ବଲ୍ସର ଏକକ ପ୍ରତିଯୋଗିତାରେ ଓଡିଶାର ଲଳିତ ଶର୍ମା ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ମାର୍ଶାଲ ଆର୍ଟରେ କୁନ୍ଦା ରୌପ୍ୟ ପଦକ ଜିତିଛନ୍ତି । ଏସକ୍ୟୁଏୱାଇ ମାର୍ଶାଲ ଆର୍ଟରେ ଓଡ଼ିଶାର କୁନ୍ଦା ମାଝୀ ରୌପ୍ୟ ଜିତିଥିବାବେଳେ ମିନତୀ ସାହୁ ଓ ଡିଲାଫ୍ରୋଜ ସେମାନଙ୍କ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...National Games 2023: ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଝିଅ, ଦୁଇଟି ବ୍ରୋଞ୍ଜ ଜିତିଲେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ

ପ୍ରକାଶ ଥାଉ କି, ଗୋଆର ଜବାହାରଲାଲ ନେହୁରୁ ଷ୍ଟାଡିୟମରେ ଗତ 26 ତାରିଖରୁ 37 ତମ ଜାତୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଦେଶରୁ 10 ହଜାର ଆଥଲେଟ୍‌ ଏହି କ୍ରୀଡାରେ ଅଂଶଗ୍ରହଣ କରିଛନ୍ତି । 43ଟି ଇଭେଣ୍ଟରେ 28ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଆୟୋଜିତ ହୋଇଛି । ଓଡ଼ିଶାର ପଦକ ସଂଖ୍ୟା 58ରେ ପହଞ୍ଚିଛି । ସେଥିରେ 10ଟି ସ୍ବର୍ଣ୍ଣ, 18ଟି ରୌପ୍ୟ ଓ 30ଟି ବ୍ରୋଞ୍ଜ ପଦକ ରହିଛି । ମହାରାଷ୍ଟ୍ର ସର୍ବାଧିକ 220 ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଆଜି ଏହି ପ୍ରତିଯୋଗିତାର ଅନ୍ତିମ ଦିବସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.