ETV Bharat / sports

ଭୁବନେଶ୍ବରରେ ହେବ FIFA ବିଶ୍ବକପ୍‌; ଭାରତ-କତାର କ୍ବାଲିଫାୟର୍ସ ଦେଖିବେ ପ୍ରଶଂସକ

author img

By ETV Bharat Odisha Team

Published : Sep 2, 2023, 10:09 PM IST

ଭୁବନେଶ୍ବରରେ ଖେଳାଯିବ FIFA ବିଶ୍ବକପ୍‌ । AIFF (All India Football Federation) ଘୋଷଣା ପରେ ଟ୍ବିଟ୍‌ କରି ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ହେବ FIFA ବିଶ୍ବକପ୍‌
ଭୁବନେଶ୍ବରରେ ହେବ FIFA ବିଶ୍ବକପ୍‌

ଭୁବନେଶ୍ବର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ବକପ୍‌ ଓ ଇଣ୍ଟର-କଣ୍ଟିନେଣ୍ଟାଲ ମ୍ୟାଚ୍‌ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହେବାପରେ ଆଗକୁ ପ୍ରଶଂସକମାନେ ଆହୁରି ରୋମାଞ୍ଚକ ମୁକାବିଲା ଦେଖିବାକୁ ପାଇବେ । କାରଣ ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା ବହୁ ପ୍ରତିକ୍ଷିତ ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଆୟୋଜିତ କରିବ । ଏନେଇ AIFF (All India Football Federation) ଶନିବାର ଘୋଷଣା ବିଧିବଦ୍ଧ କରିଛି । AIFFର ଏଭଳି ଘୋଷଣା ପରେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

AIFF (All India Football Federation)ର ଘୋଷଣା ଅନୁସାରେ ଆସନ୍ତା ନଭେମ୍ବର ୨୧ରେ ଏହି ମ୍ୟାଚ୍‌ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସ୍ଥାନୀୟ ସରକାରଙ୍କ ଉଦ୍ୟମରେ ଓଡିଶାରେ କ୍ରୀଡାର ଦ୍ରୁତ ବିକାଶ ହେଉଥିବାରୁ ଆମେ ଏହି ନିଷ୍ପତି ନେଇଛୁ ବୋଲି AIFF ପକ୍ଷରୁ କୁହାଯାଇଛି । ଏଠାରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପିଚ୍‌ ପ୍ରସ୍ତୁତ କରାଯାଇଛି ବୋଲି ମଧ୍ୟ ଫିଫା ପକ୍ଷରୁ କୁହାଯାଇଛି । ଫିଫା ବିଶ୍ବକପ୍‌ ୨୦୨୬ ମୁଖ୍ୟ ଡ୍ରରେ ସାମିଲ ହେବା ପାଇଁ ଉଭୟ ଭାରତ ଏବଂ କତାର ଟିମ୍‌ ଚାହିଁବେ । ଫଳରେ ମ୍ୟାଚ୍‌ ନିଶ୍ଚିତ ଭାବେ ରୋମାଞ୍ଚକର ହେବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି । ୪ ବର୍ଷ ପରେ ଉଭୟ ଟିମ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ବେଶ ଉତ୍କଣ୍ଠାର ସହ ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି । ତେବେ ଆଗକୁ ଅନ୍ତର୍ଜାତୀୟସ୍ତର ମ୍ୟାଚ ଏଠାରେ ଆୟୋଜିତ କରାଯିବ ବୋଲି ଫାଓ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Asian Mens Hockey 5s World Cup Qualifier: ଜାପାନ ବିପକ୍ଷରେ ଭାରତର ବିଶାଳ ବିଜୟ, 30 ମିନିଟରେ 35 ଗୋଲ

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । ଟ୍ବିଟ୍‌ କରି ଏହା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, "ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ଭେନ୍ୟୁ ଭାବେ AIFF (All India Football Federation) କଳିଙ୍ଗ ଷ୍ଟାଡିୟମକୁ ବାଛିବା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହି ଇଭେଣ୍ଟ କେବଳ ଓଡ଼ିଶାର ଫୁଟବଲ ପ୍ରତି ଥିବା ଉତ୍ସାହକୁ ଦର୍ଶାଇବ ନାହିଁ, ବରଂ ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଇବ ।" ଏହା ସହିତ ଏଠାରେ ଖେଳିବାକୁ ଥିବା ଉଭୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.