Under 19 Womens T20 World Cup : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

author img

By

Published : Jan 22, 2023, 10:08 PM IST

ଅଣ୍ଡର ୧୯ ମହିଳା ଭାରତୀୟ କ୍ରିକେଟର

ଆଜି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତ ବନାମ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଭାରତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପ । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଭାରତ । ଆଜି(ରବିବାର) ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୫୯ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୭.୨ ଓଭରରେ ୩ ୱିକେଟ ହରାଇ ସହଜରେ ଟାର୍ଗେଟ ହାସଲ କରି ନେଇଛି । ପାରଶଭି ଚୋପ୍ରା ସର୍ବାଧିକ ୪ଟି ୱିକେଟ ନେଇ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

୬୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ଭାରତର ଦଳୀୟ ଖାତାରେ ୧୬ ରନ ଯୋଡ଼ିଥିଲା । ଏହାପରେ ସୌମ୍ୟା ତିୱାରୀଙ୍କ ଦମଦାର ୨୮ ରନର ଇନିଂସ ବଳରେ ଭାରତ ୭.୨ ଓଭରରେ ୬୦ ରନ କରିବାରେ ସକ୍ଷମ ହୋଇଥିଲା । ସେ ୧୫ ବଲରୁ ୫ ଟି ଚୌକା ସହିତ ୨୮ ରନ କରି ଅପରାଜିତ ରହିଥିଲେ । ଅଧିନାୟିକା ସେଫାଳି ବର୍ମା ୧୦ ବଲରୁ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୫ ରନ କରିଥିଲେ । ସେହିପରି ଶ୍ବେତା ଶେରାୱତ ୧୭ ବଲରୁ ୨ଟି ଚୌକା ସହିତ ୧୩ ରନ କରିଥିଲେ । ରିଚା ଘୋଷ ୪ ରନ କରିଥିଲେ । ସେହିପରି ବୋଲିଂ ଲାଇନ ଅପରେ ପାରଶଭି ଚୋପ୍ରା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ମନ୍ନତ କଶ୍ୟପ ୨ଟି ଏବଂ ତିତାତ ସାଧୁ ଓ ଅର୍ଚ୍ଚନା ଦେବୀ ଗୋଟିଏ ୱିକେଟ ନେଇଥିଲେ ।

ପ୍ରଥମେ ଟସ ଜିତି ଭାରତ ଅଧିନାୟିକା ସେଫାଳି ବର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ସିଂହଳୀ ଟିମ । ହେଲେ ଭାରତୀୟ ବୋଲରଙ୍କ ରଣକୌଶଳ ଆଗରେ ଚିତପଟାଂ ହୋଇଥିଲେ ଶ୍ରୀଲଙ୍କା ବ୍ୟାଟର । ଶ୍ରୀଲଙ୍କାର ନିୟମିତ ବ୍ୟବଧାନରେ ୱିକେଟ ପଡିବାରେ ଲାଗିଥିଲା । ଅଧିନାୟିକା ଭିସ୍ମି ଗୁନାରଣ୍ଟେଙ୍କ ସର୍ବାଧିକ ୨୫ ରନ ବଳରେ ଶ୍ରୀଲଙ୍କା ୫୯ ରନ କରିବାରେ ସକ୍ଷମ ରହିଥିଲା । ଆରମ୍ଭୁ ହିଁ ଶ୍ରୀଲଙ୍କାର ଓପନିଂ ଯୋଡି ଫେଲ୍‌ ମାରିଥିଲା । ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇ ପାଭଲିୟନ ଲେଉଟି ଥିଲେ ଓପନର ନେଥମି ସେନାରଥନେ । ସେ ଖାତା ଖୋଲିବାରେ ବିଫଳ ହୋଇ ଶୂନରେ ଆଉଟ ହୋଇଥିଲେ । ଏହା ପରେ ୧.୪ ଓଭରରେ ଶ୍ରୀଲଙ୍କା ପୁଣି ଆଉ ଗୋଟିଏ ୱିକେଟ ହରାଇଥିଲା ।

ଏହାପରେ ଅଧିନାୟିକା ଭିସ୍ମି ଗୁନାରଣ୍ଟେ ତୃତୀୟ କ୍ରମରେ ବ୍ୟାଟିଂ ପାଇଁ ଆସି ପାଳି ସମ୍ଭାଳିଥିଲେ । ସେ ଜଗି ରଖି ଖେଳି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେ ୨୮ ବଲରୁ ୨ ଟି ଚୌକା ସହ ୨୫ ରନର ଇନିଂସ ଖେଳିଥିଲେ । ସେହିପରି ଉମୟ ରଥନାୟକେ ୨୬ ବଲରୁ ଗୋଟିଏ ଚୌକା ବଳରେ ୧୩ ରନ କରିଥିଲେ । ସିଂହଳୀ ଟିମର ଏହି ଦୁଇ ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.