Hockey World Cup 2023: କ୍ୱାର୍ଟରରେ ଜର୍ମାନୀ, ୫-୧ ଗୋଲରେ ଫ୍ରାନ୍ସ ପରାସ୍ତ

author img

By

Published : Jan 23, 2023, 7:56 PM IST

ଫ୍ରାନ୍ସ ବନାମ ଜର୍ମାନୀ

ହକି ବିଶ୍ବକପ ୨୦୨୩ ତୃତୀୟ କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ ବନାମ ଜର୍ମାନୀ । ଏହି ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ମାତ୍ ଦେଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲକୁ ଗଲା ଜର୍ମାନୀ । ସପ୍ତମ ଦେଶ ଭାବରେ କ୍ବାର୍ଟର ଫାଇନାଲର ଟିକଟ ହାତେଇଛି ଜର୍ମାନୀ । ହକି ବିଶ୍ବକପ ୨୦୨୩ ତୃତୀୟ କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ ବନାମ ଜର୍ମାନୀ । ଏହି ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ମାତ୍ ଦେଇଛି । ଏହି ବିଜୟ ପରେ ଜର୍ମାନୀ କ୍ବାର୍ଟର ଫାଇନାଲ ଟିକଟ ହାତେଇଛି । ଇଂଲଣ୍ଡ ସହିତ କ୍ବାର୍ଟର ଫାଇନାଲରେ ମୁହାଁମୁହିଁ ହେବ ଜର୍ମାନୀ ।

କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିଲା ଦ୍ଵିତୀୟ ଦିନରେ ପ୍ରଥମ କ୍ରସଓଭର ମ୍ୟାଚ । ଦ୍ଵିତୀୟ କ୍ରସଓଭରର ପ୍ରଥମ ମ୍ୟାଚ୍ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି । ଜର୍ମାନୀ ପ୍ରଥମ କ୍ଵାଟରରୁ ହିଁ ଫ୍ରାନ୍ସ କୁ ଆଟାକ୍ କରି ଡୋମିନେଟ କରିଥିବା ଦେଖିବାକୁ ମିଳିଥିଲା । ଜର୍ମାନୀ ପ୍ରଥମ କ୍ବାର୍ଟରରେ ହିଁ ୨ ଟି ପେନାଲିଟି କର୍ଣ୍ଣର ହାସଲ କରିଥିଲା । କିନ୍ତୁ ସ୍କୋର କରିବାରେ ବିଫଳ ହୋଇଥିଲା ଦଳ । ଅନ୍ୟପଟେ ଫ୍ରାନ୍ସକୁ ଗୋଟିଏ ପେନାଲଟି କର୍ଣ୍ଣର ମିଳିଥିଲା କିନ୍ତୁ ଫ୍ରାନ୍ସ ବି ତାର ଫାଇଦା ନେଇ ପାରିନଥିଲା । ୧୪ ମିନିଟରେ ହିଁ ଜର୍ମାନୀ ତରଫରୁ ମର୍କୋ ମିଲ୍ଟକାଉ ପ୍ରଥମ ଗୋଲ ନିଜ ନାଁରେ କରି ନେଇଥିଲା । ଦ୍ଵିତୀୟ କ୍ବାର୍ଟରରେ ବି ଜର୍ମାନୀ ନିଜ ଆଟାକ ଜାରି ରଖିଥିଲା । ୧୮ ମିନିଟର ନିକ୍ଳସ ୱିଲ୍ଲେନ୍ ଦ୍ଵିତୀୟ ଗୋଲ କରିଥିଲେ ।

ଏହାପରେ ୨୩ ମିନିଟରେ ମାଟ ଗ୍ରମ୍ବୁସ ଫିଲ୍ଡ ଗୋଲ ମାଧ୍ୟମରେ ତୃତୀୟ ଗୋଲ ସ୍କୋର କରିଥିଲେ । ୩ ଟି ପେନାଲିଟି କର୍ଣ୍ଣର ଦଳ ହାସଲ କରିଥିଲେ ମଧ୍ୟ କେବଳ ଗୋଟିଏକୁ ଗୋଲରେ ପରିଣତ କରିପାରିଥିଲା । ଯାହାକି ୨୪ ମିନିଟରେ ଜର୍ମାନୀ ତରଫରୁ ପେନାଲିଟି କର୍ଣ୍ଣର ମାଧ୍ୟମରେ ମୋର୍ଟିଜ ଟ୍ରମ୍ପର୍ଜ ଗୋଲ କରିଥିଲେ । ସେହିପରି 28 ମିନିଟରେ ଫ୍ରାନ୍ସ ଗୋଟିଏ ପେନାଲିଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଲ ସ୍କୋର କରି ପାରିନଥିଲା । ଏହା ସହିତ ହାଫ୍ ଟାଇମ୍ ସୁଦ୍ଧା ଜର୍ମାନୀ ୪-୦ ଗୋଲରେ ଲିଡ୍ କରିଥିଲା ।

ତୃତୀୟ କ୍ବାର୍ଟର ଆରମ୍ଭରୁ ହିଁ ଜର୍ମାନୀ ୩୪ ମିନିଟରେ ଦୁଇଟି ପେନାଲଟି କର୍ଣ୍ଣର ହାସଲ କରିଥଲେ ମଧ୍ୟ ସ୍କୋର କରି ପାରି ନଥିଲା । ୪୪ ମିନିଟରେ ଆଉ ଏକ ପେନାଲିଟି କର୍ଣ୍ଣର ହାସଲ କରି ପୁଣି ଗୋଲ କରିବାରେ ବିଫଳ ହେଇଥିଲା ଜର୍ମାନୀ । ଚତୁର୍ଥ କ୍ବାର୍ଟରରେ କିଛି ମାତ୍ରାରେ ଫ୍ରାନ୍ସ ହକି ଟିମର ଆଟାକ ଦେଖିବାକୁ ମିଳିଥିଲା । ୫୭ ମିନିଟରେ ଫ୍ରାନ୍ସ ଚାରୋଟି ପେନାଲଟି କର୍ଣ୍ଣର ହାସଲ କରି ଗୋଟିଏ ମାତ୍ର ଗୋଲ ଦେବାରେ ସକ୍ଷମ ହେଇଥିଲା । କିନ୍ତୁ ୫୯ ମିନିଟରେ ଜର୍ମାନୀ ପୁଣି ଏକ ପେନାଲିଟି କର୍ଣ୍ଣର ହାସଲ କରି ଗଞ୍ଜାଲୋ ପେଇଲ୍ଲଟ ୫ ପଞ୍ଚମ ଗୋଲ ଦେଇଥିଲେ । ଏହା ସହିତ ଜର୍ମାନୀ ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିଛି । ସେହିପରି ପ୍ରଥମ ଦିନ କ୍ରସଓଭରର ମ୍ୟାଚ ଖେଳାଯାଇଥଇବା ଦୁଇଟି ଟିମ ସ୍ପେନ ଓ ନ୍ୟୁଜିଲାଣ୍ଡ ର୍କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.