Hockey World Cup 2023: ସେମିରେ ଅଷ୍ଟ୍ରେଲିଆ, ୪-୩ ଗୋଲରେ ସ୍ପେନ ପରାସ୍ତ

author img

By

Published : Jan 24, 2023, 8:17 PM IST

ଅଷ୍ଟ୍ରେଲିଆ ଦଳ

ହକି ବିଶ୍ୱକପର କ୍ଵାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି 3 ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ ଦଳ । ଅଧିକ ପଢନ୍ତୁ

Hockey World Cup 2023 : ସେମିରେ ଅଷ୍ଟ୍ରେଲିଆ, ୪-୩ ଗୋଲରେ ସ୍ପେନ ପରାସ୍ତ

ଭୁବନେଶ୍ବର : ପ୍ରଥମ ଦଳ ଭାବରେ ସେମିଫାଇନାଲ ଟିକଟ ହାତେଇଲା ଅଷ୍ଟ୍ରେଲିଆ । ସ୍ପେନକୁ ୪-୩ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ ହକି ବିଶ୍ବକପ ୨୦୨୩ ସେମିଫାଇନାଲରେ ପ୍ରବେଶ କରିଛି । ଆଜି (ମଙ୍ଗଳବାର) କଳିଙ୍ଗ ଷ୍ଟାଡିୟମରେ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସ୍ପେନ୍ ବନାମ ଅଷ୍ଟ୍ରେଲିଆ । ତିନି ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ସ୍ପେନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲ ଯୋଗ୍ୟତା ହାସଲ କରିଛି ।

ହକି ବିଶ୍ବକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ସମସ୍ତ ପୁଲ ମ୍ୟାଚ ଓ କ୍ରସ ଓଭର ମ୍ୟାଚ ଶେଷ ହୋଇଛି । ଆଜିଠୁ ଆରମ୍ଭ ହୋଇଛି କ୍ବାର୍ଟର ଫାଇନାଲ ଲଢେଇ । ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସ୍ପେନ୍ ବନାମ ଅଷ୍ଟ୍ରେଲିଆ । ଏଥିରେ ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ସେମିଫାଇନାଲ ଟିକଟ ହାତେଇବା ପାଇଁ କେହି କାହାଠାରୁ ପରାସ୍ତ ହେବାକୁ ପ୍ରସ୍ତୁତ ନଥିଲେ । ପ୍ରଥମାର୍ଦ୍ଧରେ ସ୍ପେନ ଟିମ ଅଷ୍ଟ୍ରେଲିଆ ଟିମକୁ ଗୋଲରେ ପଛରା ପକାଇଦେଇଥିଲେ । ହେଲେ ଦ୍ବିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ସ୍ପେନକୁ ମାତ୍ ଦେଇ ସେମିଫାଇନାଲ ଟିକଟ ହାତେଇଛି ।

ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ଆକ୍ରମଣ ଦେଖିବାକୁ ମିଳିଥିଲା । ତିନି ଥର ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆ ଫୁଲ ଦମରେ ଖେଳିଥିଲା । ମ୍ୟାଚର ୨୦ ମିନିଟରେ ସ୍ପେନ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଜାଭିଅର ଗିସପେର୍ଟ ଦେଇଥିଲେ । ଏହା ପରେ ପୁଣି ଥରେ ମ୍ୟାଚର ୨୪ ମିନିଟରେ ସ୍ପେନ ଆଉ ଗୋଟିଏ ଗୋଲ ଦେଇ ଗୋଲ ପ୍ରଥମାର୍ଦ୍ଧରେ ଗୋଲ ସଂଖ୍ୟା ୨ ଟି କରିଥିଲା । ସେପଟେ ଅଷ୍ଟ୍ରେଲିଆ ମ୍ୟାଚର ୩୦ ମିନିଟରେ ଗୋଟିଏ ଗୋଲ ଦେଇ ଖାତା ଖୋଲିଥିଲା । ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ କେବଳ ଗୋଟିଏ ହିଁ ଗୋଲ ଦେଇଥିଲା ।

ସେପଟେ ଦ୍ବିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ନିଜର ଦବଦବା ଜାହିର କରିଥିଲା । ଦ୍ବିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ୩ଟି ଗୋଲ ଦେଇଥିବା ବେଳେ ସ୍ପେନ୍ ଗୋଟିଏ ହିଁ ଗୋଲ କରିପାରିଥିଲା । ମ୍ୟାଚର ୩୨ ମିନିଟ ଏବଂ ୩୩ ମିନିଟରେ ଅଷ୍ଟ୍ରେଲିଆ ଲଗାତାର ଦୁଇଟି ଗୋଲ ଦେଇ ଦଳର ସ୍ଥିତି ମଜବୁତ କରିଥିଲା । ଏହାପରେ ପୁଣି ଆଉ ଗୋଟିଏ ଗୋଲ ୩୭ ମିନିଟରେ ଅଷ୍ଟ୍ରେଲିଆ ଦେଇଥିଲା । ସେପଟେ ସ୍ପେନ୍ ମ୍ୟାଚର ୪୧ ମିନିଟରେ ଗୋଟିଏ ଗୋଲ ଦେଇଥିଲା । ଖେଳର ନିର୍ଦ୍ଧାରିତ ସମୟ ବେଳକୁ ଅଷ୍ଟ୍ରେଲିଆ ୪ ଟି ଗୋଲ ଦେଇଥିବା ବେଳେ ସ୍ପେନ୍ ୩ ଟି ଗୋଲ ଦେଇଥିଲା । ସ୍ପେନ୍ ଏହି ମ୍ୟାଚର ପରାଜୟ ପରେ ଦଳର ବିଶ୍ବକପ ଅଭିଯାନ ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.