ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ !

author img

By

Published : Jun 27, 2022, 10:44 PM IST

ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇୟନ ମୋର୍ଗାନ ୨୮ ଜୁନ (ମଙ୍ଗଳବାର) ରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଗତ କିଛି ଦିନ ହେବ ଇୟନ ମୋର୍ଗାନ ଖରାପ ଫର୍ମ ଦେଇ ଗତି କରିଆସୁଥିଲେ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ କ୍ରକେଟରୁ ଅବସର ନେବେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ !
ଅନ୍ତର୍ଜାତୀୟ କ୍ରକେଟରୁ ଅବସର ନେବେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ !

ହାଇଦ୍ରାବାଦ: ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇଅନ ମୋର୍ଗାନ ଜୁନ ୨୮ରେ (ମଙ୍ଗଳବାର) ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବେ ବୋଲି ଆଲୋଚନା ହେଉଛି । ଏହାକୁ ନେଇ ବର୍ତ୍ତମାନ ଇିଂଲିଶ ମିଡିଆରେ ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେବ ଇଅନ ମୋର୍ଗାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଇଅନ ମୋର୍ଗାନ ଦିନିକିଆ କ୍ରିକେଟରେ ୧୨୬ଟି ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ୭୨ଟି ଟି୨୦ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ୨୦୧୯ ମସିହାରେ ବିଶ୍ବ ବିଜୟୀ ଇଂଲଣ୍ଡ ଦଳର ଅଧିନାୟକ ଥିଲେ ଇଅନ ମୋର୍ଗାନ । ଇଅନ ମୋର୍ଗାନ ନିଜର ଦକ୍ଷତାର ସହିତ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଯାହା ଇଂଲଣ୍ଡ କ୍ରିକେଟରେ ବଡ ପରିବର୍ତ୍ତନ ଆଣିଥିଲା ।

ଇଅନ ମୋର୍ଗାନ ୧୬ଟି ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ସେ ମୋଟ ୭୦୦ରନ କରିଛନ୍ତି । ସେହିଭଳି ୨୪୮ଟି ଦିନିକିଆରୁ ୧୪ଟି ଶତକ ଏବଂ ୪୭ଟି ଅର୍ଦ୍ଧଶତକ ହାସଲ କରି ୭୭୦୧ ରନ୍‌ କରିଛନ୍ତି । ସେହିପରି ୧୧୫ଟି
ଅନ୍ତର୍ଜାତୀୟ ଟି-୨୦ରୁ ୧୪ଟି ଅର୍ଦ୍ଧଶତକ ସହ ୨୪୫୮ ରନ କରିଛନ୍ତି ।

ଇଅନ ମୋର୍ଗାନଙ୍କ ଜନ୍ମ ଆୟାରଲ୍ୟାଣ୍ଡର ଉତ୍ତର ପଶ୍ଚିମ ଡବ୍ଲିନରେ ହୋଇଥିଲା । ସେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଆୟାରଲ୍ୟାଣ୍ଡ ପକ୍ଷରୁ ଦିନିକିଆ ଖେଳୁଥିଲେ । 2009 ମସିହାରେ ହିଁ ସେ ଇଂଲଣ୍ଡ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ଏହାପରେ ୨୦୧୪ ଡିସେମ୍ବରରେ ଇଂଲଣ୍ଡର ଦିନିକିଆ ଅଧିନାୟକ ଭାବରେ ଦାୟିତ୍ବ ନେଇଥିଲେ । ଦିନିକିଆ ମ୍ୟାଚରେ ସର୍ବାଧିକ ଅର୍ଦ୍ଧଶତକ ମାରିଥିବା ରେକର୍ଡ ତାଙ୍କ ନାମରେ ରହିଛି । କ୍ୟାପଟନ କୁଲ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଇଅନ ମୋର୍ଗାନ ଦ୍ବିତୀୟ ଅଧିନାୟକ ଯିଏକି ଅନ୍ତର୍ଜାତୀୟ ମ୍ୟାଚରେ ୨୦୦ରୁ ଅଧିକ ଛକ୍କା ମାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.