ETV Bharat / sports

ଷ୍ଟାର୍‌ ଫୁଟବଲର ମେସିଙ୍କୁ ପୁଣି ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ଜିତିଲେ ସମ୍ମାନ

author img

By ETV Bharat Odisha Team

Published : Oct 31, 2023, 9:51 AM IST

କିମ୍ବଦନ୍ତୀ ଖେଳାଳୀ ଲିୟୋନେଲ ମେସିଙ୍କୁ ମିଳିଲା ବଲୋନ ଡି' ଓର ପୁରସ୍କାର । କ୍ୟାରିଅର ଫର୍ଦ୍ଦରେ ଯୋଡି ହେଲା ନୂଆ ଅଧ୍ୟାୟ । ଅଧିକ ପଢନ୍ତୁ

ଫୁଟବଲ କିମ୍ବଦନ୍ତୀ ମେସିଙ୍କୁ ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ମିଳିଲା ସମ୍ମାନ
ଫୁଟବଲ କିମ୍ବଦନ୍ତୀ ମେସିଙ୍କୁ ବଲୋନ ଡି' ଓର ପୁରସ୍କାର, ଲଗାତର ଅଷ୍ଟମ ଥର ପାଇଁ ମିଳିଲା ସମ୍ମାନ

ହାଇଦ୍ରାବାଦ: ଇତିହାସ ରଚିଲେ ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିୟୋନେଲ ମେସି । କ୍ୟାରିଅରର ଶେଷ ପର୍ଯ୍ୟାୟରେ ପୁଣି ଏକ ବଡ଼ ସମ୍ମାନର ଅଧିକାରୀ ହୋଇଛନ୍ତି ମେସି । ଫିପା ବିଶ୍ବକପ 2022ର ଚମ୍ପିଆନ୍‌ ଆର୍ଜେଣ୍ଟିନାର ପ୍ରତିଷ୍ଠିତ ଖେଳାଳୀ ମେସି ଅଷ୍ଟମ ଥର ପାଇଁ ଶ୍ରେଷ୍ଠ ଖେଳାଳୀର ମାନ୍ୟତା ପାଇବା ସହ ବଲୋନ ଡି' ଓର ପୁରସ୍କାର ହାସଲ କରିଛନ୍ତି । ତେବେ ସୋମବାର ରାତିରେ ବଲୋନ ଡି' ଓର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ତେବେ ମେସି ପ୍ରଥମ ମେଜର ଲିଗ୍‌ ସକର (ଏମଏଲଏସ) ଖେଳାଳି ଯିଏକି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଗତ ସୋମବାର ରାତିରେ ବଲୋନ ଡି' ଓର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଣ୍ଟର ମିଆମୀର ମାଲିକ ତଥା ଫୁଟବଲ ଅନ୍ୟତମ ପ୍ରସିଦ୍ଧ ଖେଳାଳୀ ଡେଭିଡ ବେକହାମ ମେସିଙ୍କୁ ଏହି ପୁରସ୍କାର ମେସିଙ୍କୁ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଲିୟୋନଲ ମେସି 2009, 2010, 2011, 2012, 2015, 2019, 2021ରେ ମଧ୍ୟ ବଲୋନ ଡି' ଓର ପୁରସ୍କାର ଜିତି ଥିଲେ ।

ଏହାମଧ୍ୟ ପଢନ୍ତୁ..World Cup Final Kiss Row: ଲୁଇସ ରୁବେଲ୍ସଙ୍କୁ 3 ବର୍ଷ ବାସନ୍ଦ କଲା ଫିଫା

ସୂଚନା ଯୋଗ୍ୟ, ବଲୋନ ଡି' ଓର ପୁରସ୍କାର ଫୁଟବଲର ସର୍ବଶ୍ରେଷ୍ଠ ପୁରସ୍କାର ଅଟେ । ଯାହା ବ୍ୟକ୍ତିଗତ ଭାବେ ଖେଳାଳିଙ୍କୁ ପ୍ରଦାନ କରାଯାଇଥାଏ । ଏହା ଫୁଟବଲ କ୍ଲବ ଓ ରାଷ୍ଟ୍ରୀୟ ଟିମର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଆଧାରରେ ପ୍ରତିବର୍ଷ ଜଣେ ଖେଳାଳୀଙ୍କୁ ଦିଆଯାଇଥାଏ । ବିଶ୍ବର ସର୍ବଶ୍ରେଷ୍ଠ ପୁରୁଷ ଓ ମହିଳା ଫୁଟବଲ ଖେଳାଳୀ ଏହାର ହକ୍‌ଦାର ଅଟନ୍ତି । 1956 ମସିହାଠାରୁ ପ୍ରତ୍ୟେକ ବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ପୁରୁଷ ଖେଳାଳୀଙ୍କୁ ଏହି ପୁରସ୍କାର ଦିଆଯାଉଥିବା ବେଳେ 2018 ମସିହାଠାରୁ ଏହା ମହିଳା ଫୁଟବଲ ଖେଳାଳିମାନଙ୍କୁ ଦିଆଯାଉଛି । ତେବେ 2020ରେ କୋଭିଡ୍‌ ମହମାରୀ କାରଣରୁ ପୁରସ୍କାର ଦିଆଯାଇନଥିଲା ।

ତେବେ ପୁରସ୍କାର ହାସଲ କରିବା ପରେ ଅଭିଭାଷଣରେ ମେସି କହିଛନ୍ତି,"ଏହି ପୁରସ୍କାର ସମସ୍ତ ସାଥୀ ଖେଳାଳି, କୋଚିଂ ଷ୍ଟାଫ, ଓ ଆର୍ଜେଷ୍ଟିନାର ସମସ୍ତ ଲୋକମାନଙ୍କ ପାଇଁ ଏକ ଉପହାର ସ୍ବରୂପ ଅଟେ ।"

ଏହାମଧ୍ୟ ପଢନ୍ତୁ..World Cup Final Kiss Row: ସ୍ପେନ ଫୁଟବଲ ମୁଖ୍ୟଙ୍କୁ ନିଲମ୍ବନ କଲା ଫିଫା

ତେବେ ଆର୍ଜେଷ୍ଟିନାକୁ ଫିଫା ବିଶ୍ବକପ 2022 ଜିତାଇଥିଲେ ମେସି । ବିଶ୍ବକପରେ ବ୍ୟକ୍ତିଗତ ଭାବେ ଦଳପାଇଁ 10ଟି ଗୋଲ ହାସଲ କରିଥିଲେ ମେସି । ତେବେ ମେସି 8ଥର ପାଇଁ ବଲୋନ ଡି' ଓର ପାଇଥିବା ବେଳେ ତାଙ୍କ ପଛକୁ ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି । ସେ 5 ଥର ଏହି ପୁରସ୍କାର ହାସଲ କରିଛନ୍ତି । ମେସି ବର୍ତ୍ତମାନ ଆମେରିକା ଇଣ୍ଟର ମିଆମି କ୍ଲବ୍‌ ପାଇଁ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.