ETV Bharat / sports

କାଲି ମାଷ୍ଟର ବ୍ଲାଷ୍ଟରଙ୍କ ୨୨ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ, ହୋମଗ୍ରାଉଣ୍ଡ ବନିବ ସାକ୍ଷୀ

author img

By ETV Bharat Odisha Team

Published : Oct 31, 2023, 5:58 PM IST

ଆସନ୍ତାକାଲି (ଗୁରୁବାର) ୱାଙ୍ଖଡେ ଷ୍ଟାଡିୟମରେ ଅନାବରଣ ହେବ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

Sachin Tendulkar
Sachin Tendulkar

ମୁମ୍ବାଇ: ନିଜ କ୍ୟାରିଅର ମଧ୍ୟରେ ଦମଦାର ପ୍ରଦର୍ଶନ ସାଙ୍ଗକୁ ଏକାଧିକ ରେକର୍ଡ ବଳରେ କ୍ରିକେଟ ଜଗତରେ କିମ୍ବଦନ୍ତୀ ପାଲଟିଛନ୍ତି ମାଷ୍ଟର ବ୍ଲାଷ୍ଟର ତଥା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ତେବେ ଆସନ୍ତାକାଲି ତଥା ନଭେମ୍ବର ୧ ତାରିଖରେ ସଚିନଙ୍କ ହୋମଗ୍ରାଉଣ୍ଡ ୱାଙ୍ଖଡେ ଷ୍ଟାଡିୟମରେ ଅନାବରଣ ହେବ ସଚିନଙ୍କ ପ୍ରତିମୂର୍ତ୍ତି । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (MCA) ପକ୍ଷରୁ ୱାଙ୍ଖଡେ ଷ୍ଟାଡିୟମଠାରେ ଏହି ଷ୍ଟାଚ୍ୟୁର ଅନାବରଣ କରାଯିବ ।

  • #WATCH | Pramod Kamble says, "...The statue will be unveiled on November 1...MCA had said that the statue would be installed at Wankhede Stadium as a tribute to him...The day after it was announced, I was called to work on it...I then contacted (Sachin Tendulkar) and met him. We… https://t.co/OPs45HqfFj pic.twitter.com/IfcPiiLpJH

    — ANI (@ANI) October 22, 2023 " class="align-text-top noRightClick twitterSection" data=" ">

ଏହାସହ ନଭେମ୍ବର ୨ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ମଧ୍ୟ ସଚିନଙ୍କ ଏହି ଲାଇଫ ସାଇଜ ପ୍ରତିମୂର୍ତ୍ତିର ପ୍ରଦର୍ଶନୀ କରାଯିବ । 'ଭାରତ ରତ୍ନ' ସଚିନ ତେନ୍ଦୁଲକର ନିଜ କ୍ୟାରିଅର ମଧ୍ୟରେ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରେ ୧୫,୮୨୧ ରନ୍‌ କରିଛନ୍ତି । ସେହିପରି ଦିନିକିଆ ୧୮,୪୨୬ ରନ‌୍‌ କରିଛନ୍ତି । ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ଗେଷ୍ଟ ଅଫ ଅନର୍‌ ରହିବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।

ଏହା ବି ପଢନ୍ତୁ- Cricket World Cup 2023: ୱାଙ୍ଖେଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମୂର୍ତ୍ତି, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହେବ ଅନାବରଣ

ସେହିପରି ଏହି କାର୍ଯ୍ୟକ୍ରମରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଓ ବିସିସିଆଇ କୋଷାଧ୍ୟକ୍ଷ ଆଶିଷ ଶେଲାର ଉପସ୍ଥିତ ରହିବେ । MCA ସଭାପତି ଅମୋଲ କାଲେ ଏହି କାର୍ଯ୍ୟକ୍ରମରେ ସଚିନଙ୍କ ସମ୍ମାନର୍ଥେ ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନେକ ପୂର୍ବତନ କ୍ରିକେଟର ଯୋଗ ଦେବେ ବୋଲି ଜଣାପଡ଼ିଛି । ସଚିନଙ୍କ ୨୨ ଫୁଟ ଉଚ୍ଚର ଏହି ପ୍ରତିମୂର୍ତ୍ତି ସେହି ମୁହୂର୍ତ୍ତକୁ ଦର୍ଶାଉଛି ଯେତେବେଳେ ସଚିନ ଅଷ୍ଟ୍ରେଲିଆ ଦିବଙ୍ଗତ ଶେନ ୱାର୍ଣ୍ଣଙ୍କ ବଲ୍‌ରେ ଏକ ଛକା ମାରିଥିଲେ । ମହାରାଷ୍ଟ୍ରର ପ୍ରସିଦ୍ଧ ମୂର୍ତ୍ତି କାରିଗର ପ୍ରମୋଦ କାଲେ ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ବୁଧବାର ଏହାର ଝଲକ ଦେଖିବେ ଦର୍ଶକ ।

ଏନେଇ ମୁମ୍ବାଇ କ୍ରିକେଟ ଆସୋସିଏସନର ସଚିବ ଅଜିଙ୍କ୍ୟ ନାଏକ କହିଛନ୍ତି, " ସଚିନ ପ୍ରତିଟି କ୍ରିକେଟରଙ୍କ ପାଇଁ ପ୍ରେରଣାର ଉତ୍ସ । ଆମେ ସଚିନଙ୍କ ୫୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ଲାଗି କିଛି ଖାସ୍‌ କରିବାକୁ ଚାହୁଁଥିଲୁ । ଏହି ପ୍ରତିମା ଆଗାମୀ ଭବିଷ୍ୟତର କ୍ରିକେଟ ପିଢିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ । ଏହାସହିଚ ମୁମ୍ବାଇ କ୍ରିକେଟର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ ।" ଷ୍ଟାର କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନିଜ କ୍ୟାରିଅରର ୨୦୦ତମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ୱାଙ୍ଖଡେ ଷ୍ଟାଡିୟମରେ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.