ETV Bharat / sports

World Cup 2023: କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ, ଦଳ ପାଇଁ 'କର ବା ମର' ସ୍ଥିତି

author img

By ETV Bharat Odisha Team

Published : Oct 26, 2023, 4:38 PM IST

ଆସନ୍ତାକାଲି (ଶୁକ୍ରବାର) ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ । ଯଦି ଏହି ମ୍ୟାଚ୍‌ରେ ପାକିସ୍ତାନ ବିଜୟଧାରାକୁ ନ ଫେରେ, ତେବେ ଦଳ ପାଇଁ ସେମିଫାଇନାଲର ପ୍ରବେଶ କରିବା ହେବ କଷ୍ଟକର । ଅଧିକ ପଢନ୍ତୁ

Etv Bharat
Etv Bharat

ଚେନ୍ନାଇ: ଜାରି ରହିଛି କ୍ରିକେଟ ମହାକୁମ୍ଭ । କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିବା 'ମେନ୍‌ ଇନ୍‌ ଗ୍ରୀନ୍‌' ଆସନ୍ତାକାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଟିମକୁ ଭେଟିବ ପାକିସ୍ତାନ । ପାକିସ୍ତାନ ନିଜର ପରାଜୟ ଧାରାକୁ ଭାଙ୍ଗି ମ୍ୟାଚ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ସେପଟେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜିତି ନିଜ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ ।

  • " class="align-text-top noRightClick twitterSection" data="">

ପାକିସ୍ତାନ ଏଯାବତ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ପ୍ରଥମ ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । ତୃତୀୟ ମ୍ୟାଚ୍‌ ଭାରତ ସହିତ ଖେଳିଥିବା ବେଳେ ପାରମ୍ପିରକ ପ୍ରତିଦ୍ବନ୍ଦୀଠାରୁ ହାରିଥିଲା ପାକିସ୍ତାନ । ଏହାପରେ ଟିମ ଆଉ ବିଜୟଧାରାକୁ ଫେରିପାରୁନାହିଁ । ଆଫଗାନିସ୍ତାନ ବିପକ୍ଷରେ ଥିବା ଗତ ମ୍ୟାଚ୍‌କୁ ମଧ୍ୟ ପାକିସ୍ତାନ ହାରି ଏବେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ବାଂଲାଦେଶମ ବିପକ୍ଷ ମ୍ୟାଚଗୁଡ଼ିକ ଜିତିଥିବା ବେଳେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାଟି କାମୁଡିଥିଲା ।

ଏହା ବି ପଢନ୍ତୁ- Cricket World Cup 2023: ବାବରଙ୍କ ହାତରୁ ଯିବ ଅଧିନାୟକ ପଦ, ଫେରିବେ ସର୍ଫରାଜ !

ଦକ୍ଷିଣ ଆଫ୍ରିକୀୟ ଟିମର୍‌ ବ୍ୟାଟିଂ ଅର୍ଡର ବେଶ ମଜଭୁତ ରହିଛି । ଟୁର୍ଣ୍ଣାମେଣ୍ଟରେ ଏଯାବତ ୱିକେଟ କିପର୍‌ ତଥା ବ୍ୟାଟ୍‌ର କ୍ବିଣ୍ଟନ ଡିକକ୍‌ଙ୍କ ବ୍ୟାଟ୍‌ରୁ ୩ଟି ଶତକ ଆସି ସାରିଛି । ଦକ୍ଷିଣ ଆଫ୍ରିକା ଟିମ୍‌ ଏବେ ଯେଉଁ ସ୍ଥିତିରେ ରହିଛି ଦଳ ସବୁ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ବେଳେ ସେପଟେ ପାକିସ୍ତାନ ନିକଟରେ କୌଣସି ବିକଳ୍ପ ନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଯଦି କ୍ବିଣ୍ଟନ ଡିକକ୍‌ଙ୍କ ବ୍ୟାଟ୍‌ ଚାଲେ, ତେବେ ବଡ଼ ସ୍କୋରକୁ ରୋକିପାରିବ ନାହିଁ ପାକିସ୍ତାନ । ଦକ୍ଷିଣ ଆଫ୍ରିକା ଟିମର ରେଗୁଲାର୍‌ ସ୍କିପର ଟେମ୍ବା ବଭୁମା ସ୍କାଡ୍‌ରେ ନଥିବା ସତ୍ତ୍ବେ ତାଙ୍କ ଅନୁପସ୍ଥିତି ଏଯାବତ ଅନୁଭବ ହୋଇନାହିଁ । ରିଜା ହେଣ୍ଡ୍ରିକ୍ସ, ଏଡେନ ମାକ୍ରମ ଓ ହେନରିଚ୍‌ କ୍ଲାସେନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଛି ।

କ୍ଲାସେନ ଚଳିତ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । କ୍ଲାସେନଙ୍କ ବ୍ୟାଟ୍‌ରୁ ଅଧିକ ବାଉଣ୍ଡାରୀ ଦେଖିବାକୁ ମିଳିଛି । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ବ୍ୟତୀତ ଅନ୍ୟ ୪ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ର ବ୍ୟାଟର୍‌ ଭଲ ପ୍ରଦର୍ଶନ କରିଥିଲେ । ଚେପକ ଷ୍ଟାଡିୟମରେ ମଧ୍ୟ ଦକ୍ଷିଣ ଆଫ୍ରିକା ଟିମ୍‌ର ବ୍ୟାଟ୍‌ର ସେହିପରି ବ୍ୟାଟିଂ କରିବାର ଆବଶ୍ୟକତା ରହିଛି । ସେପଟେ ସ୍ପିନର କେଶବ ମହାରାଜଙ୍କୁ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ । ଯଦି ଟିମ ଏହିପରି ପ୍ରଦର୍ଶନ କରନ୍ତି, ତେବେ ଟିମ୍‌ ପାକିସ୍ତାନକୁ ପରାଜୟ କରିବ ବୋଲି କହିଛନ୍ତି କ୍ରାଡା ବିଶେଷଜ୍ଞ ।

ଏହା ବି ପଢନ୍ତୁ- World Cup 2023: ଲକ୍ଷ୍ନୌରେ ଟିମ୍ ଇଣ୍ଡିଆ, 29ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା

ପାକିସ୍ତାନ ଟିମ ସମ୍ପର୍କରେ ଆଲୋଚନା କଲେ ଦଳ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପ୍ରଥମ ୨ଟି ମ୍ୟାଚ୍‌ରେ ଧୂଳି ଚଟାଇଥିଲା । ଏହାପରେ ବାବର ବାହିନୀର ଡାଉନଫଲ୍‌ ଦେଖିବାକୁ ମିଳିଛି । ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିବା ବେଳେ ଅଧିନାୟକ ବାବର ମଧ୍ୟ ନିଜ ଫର୍ମକୁ ଫେରିପାରିନାହାନ୍ତି । ପାକିସ୍ତାନ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ 'କର ବା ମର' ମ୍ୟାଚ୍‌ ରହିଛି । ଯଦି ଆସନ୍ତାକାଲି ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନ ପରାଜୟ ବରଣ କରେ, ତେବେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବା ଦଳ ପାଇଁ ବେଶ କଷ୍ଟକର ହେବ ।

ଏଭଳି ସ୍ଥିତିରେ ଅଧିନାୟକ ବାବର ଆଜମଙ୍କୁ ନିଜ ଫର୍ମକୁ ଫେରିବା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଓପନର୍‌ ଅବଦୁଲ୍ଲା ସାଫିକ୍‌ ଓ ମହମ୍ମଦ ରିଜୱାନଙ୍କୁ ମଧ୍ୟରେ ଭଲ ପାର୍ଟନରସିପ୍‌ ହେବା ନିହାତି ଜରୁରୀ । ସେହିପରି ଓପନର ଇମାମ ଉଲ ହକ୍‌କୁ ମଧ୍ୟ ଭଲ ସ୍କୋର କରିବାକୁ ପଡ଼ିବ । ବୋଲର୍‌ଙ୍କୁ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ଟପ୍‌ ଓ ମିଡିଲ ଅର୍ଡର ବ୍ୟାଟର୍‌ଙ୍କ ୱିକେଟ ଉପରେ କାମ କରିବାକୁ ପଡ଼ିବ । ଏଠାରେ ସ୍ପିନର ଶାଦବ ଖାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.