ETV Bharat / sports

Border Gavaskar Trophy : ପ୍ରଥମ ମୁକାବିଲା ପାଇଁ ପିଚ୍ ପ୍ରସ୍ତୁତ, ଜାଣନ୍ତୁ କେମିତି ରହିଛି ଦଳ ସ୍ଥିତି

author img

By

Published : Feb 5, 2023, 4:41 PM IST

ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତ ବିଦର୍ଭ କ୍ରିକେଟ ଷ୍ଟାଡିୟମ । ଅଧିକ ପଢନ୍ତୁ

Border Gavaskar Trophy
Border Gavaskar Trophy

ହାଇଦ୍ରାବାଦ : ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତ ବିଦର୍ଭ କ୍ରିକେଟ ଷ୍ଟାଡିୟମ । ଏହି ପିଚ୍ ଫାଷ୍ଟ ବୋଲିଂ ପାଇଁ ବେଶ୍ ସୁହାଇଥାଏ । କାରଣ ଏହି ପିଚ୍ ନାଲି ମାଟିରେ ତିଆରି ହୋଇଛି । ଖାଲି ବୋଲିଂ ନୁହଁ ବ୍ୟାଟିଂ ପାଇଁ ମଧ୍ୟ ବେଶ୍ ସୁହାଇଥାଏ ଏହି ପିଚ୍ । ଏଠାରେ ବଲ୍ ଭଲ ବାଉନ୍ସ ହୋଇଥାଏ । ବାଉନ୍ସ ହେବା ଯୋଗୁଁ ବଲ୍ ବ୍ୟାଟ୍‌କୁ ଆସି ଥାଏ । ଯାହାର ବେଶ୍ ଫାଇଦା ଉଠାଇଥାନ୍ତି ବ୍ୟାଟର । ନାଗପୁର ପିଚ୍ ରିପୋର୍ଟ ଅନୁସାରେ ମ୍ୟାଚ ଯେତେ ଆଗକୁ ବଢିଥାଏ ପିଚ୍ ସେତେ ସ୍ଲୋ ହେବାକୁ ଲାଗିଥାଏ । ଏହି ମୈଦାନରେ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି । ସେହିପରି ୯ଟି ଦିନିକିଆ ମ୍ୟାଚ୍‌ ଏବଂ ୧୨ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଏହି ମୈଦାନରେ ଖେଳିଛି ଭାରତ । ଏଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବର୍ଷ ୨୦୦୮ରେ ନଭେମ୍ବର ୬ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳା ଯାଇଥିଲା । ନାଗପୁରର ଏହି ବିଦର୍ଭ କ୍ରିକେଟ ଷ୍ଟାଡିୟମ ବର୍ଷ ୨୦୦୮ରେ ତିଆରି ହୋଇଥିଲା । ଏହି ଷ୍ଟାଡିୟମରେ ପାଖାପାଖି ୪୫ ହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିପାରିବେ ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ।

ବର୍ଡର ଗାଭାସ୍କର ଟ୍ରଫିକୁ ନେଇ ଏଥର ଅଷ୍ଟ୍ରେଲିଆର ଆତ୍ମବିଶ୍ବାସ ସଦୃଢ଼ ରହିଛି । ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଭାରତୀୟ ସ୍ପିନରଙ୍କୁ ନେଇ ନେଟ୍ ପ୍ରାକ୍ଟିସ କରିଛି କଙ୍ଗାରୁ ଦଳ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଫୁଲ ଦମରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଘରୋଇ ମାଟିରେ ଭାରତକୁ କିଭଳି ପରାସ୍ତ କରିହେବ ସେନେଇ ଭାରତ ମାଟିରେ ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ଜାରି ରଖିଛି କଙ୍ଗାରୁ ଟିମ । ସ୍ପିନିଂ ମାଟିରେ ସ୍ପିନରଙ୍କୁ ନେଇ ପ୍ରାକ୍ଟିସ କରୁଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । କଙ୍ଗାରୁ ଦଳ ଏବେ ବେଙ୍ଗାଲୁରୁରେ ଟ୍ରେନିଙ୍ଗ କ୍ୟାମ୍ପ ଲଗାଇ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ।

ଟିମ ଇଣ୍ଡିଆ ସ୍କ୍ବାଡ୍‌ - ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ(ୱିକେଟ କିପର), ଇଶାନ କିଶାନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୁଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର, ରାହୁଲ ଚହର ।

ଅଷ୍ଟ୍ରେଲିଆ ସ୍କ୍ବାଡ୍‌ - ପ୍ୟାଟ୍‌ କମିନ୍ସ(ଅଧିନାୟକ), ଏଷ୍ଟନ ଏଗାର, ସ୍କଟ୍‌ ବୋଲେଣ୍ଡ, ଆଲେକ୍ସ କେରୀ, କ୍ୟାମେରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ୍‌, ତ୍ରାବିଶ ହେଡ୍‌, ଉସମାନ ଖ୍ବାଜା, ମାରନସ ଲାବୁସେନ୍‌, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଚେଲ୍‌ ସ୍ଟାର୍କ୍‌, ମିଶେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.