ETV Bharat / sports

Border Gavaskar Trophy : ଅଶ୍ବିନୀ ବନ୍ଧୁକ ସଦୃଶ, ତାଙ୍କୁ ସାମ୍ନା କରିବା ଚ୍ୟାଲେଞ୍ଜିଂ ରହିବ

author img

By

Published : Feb 6, 2023, 7:46 PM IST

ସିରିଜ ଆରମ୍ଭ ପୂର୍ବରୁ ଅତିଥି ଦଳ ଅଷ୍ଟ୍ରେଲିଆ କହିଛି ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ତାଙ୍କ ଆହ୍ବାନପୂର୍ଣ୍ଣ ରହିବେ । ତାଙ୍କର ସ୍ପିନିଂ ଆକ୍ରମଣ ସାମ୍ନା କରିବା ସବୁଠୁ କଠିନ ଚ୍ୟାଲେଞ୍ଜ ରହିବ । ଅଧିକ ପଢନ୍ତୁ

ରବିଚନ୍ଦ୍ରନ ଅଶ୍ବିନୀ
ରବିଚନ୍ଦ୍ରନ ଅଶ୍ବିନୀ

ହାଇଦ୍ରାବାଦ : ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍‌ ନେଟ୍ସରେ ବେଶ୍ ଝାଳ ବୁହାଇଛନ୍ତି । ସେପେଟ ସିରିଜ ଆରମ୍ଭ ପୂର୍ବରୁ ଅତିଥି ଦଳ କହିଛି ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବେ । ତାଙ୍କର ସ୍ପିନିଂ ଆକ୍ରମଣ ସାମ୍ନା କରିବା ସବୁଠୁ କଠିନ ଚ୍ୟାଲେଞ୍ଜ ରହିବ । ଏନେଇ ଅଷ୍ଟ୍ରେଲିଆର ଓପନର ଉସମାନ ଖ୍ବାଜା କହିଛନ୍ତି "ରବିଚନ୍ଦ୍ରନ ଅଶ୍ବୀନ ବନ୍ଧୁକ ସଦୃଶ । ତାଙ୍କର ବୋଲିଂ ଶୈଳୀ ବେଶ୍ ପ୍ରଭାବଶାଳୀ । ତାଙ୍କ ପାଖରେ ବୋଲିଂ କରିବାର ବିଭିନ୍ନ ପ୍ରକାରର ବିବିଧତା ରହିଛି । ଯାହାର ସେ ଭରୁପୁର ଫାଇଦା ଉଠାଇଥାନ୍ତି । ତାକୁ ସାମ୍ନା କରିବା ଆହ୍ବାନପୂର୍ଣ୍ଣ ରହିବ । ମୋତେ ଏଥିପାଇଁ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡିବ ଯେ ତାଙ୍କ ସାମ୍ନାରେ ମୁଁ ରନ୍‌ କିଭଳି ସଂଗ୍ରହ କରିବି ।"

ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏବେ ବର୍ଡର ଗାଭାସ୍କର ଟ୍ରଫି ଉପରେ । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ଏହି ସିରିଜ ଖେଳିବ । ହେଲେ ଅତିଥି ଦଳ ଅଷ୍ଟ୍ରେିଲଆ ପାଇଁ ଏହା ଆହ୍ବାନପୂର୍ଣ୍ଣ ରହିବ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ବର୍ଡର ଗାଭାସ୍କର ଟ୍ରଫିକୁ ନେଇ ଏଥର ଅଷ୍ଟ୍ରେଲିଆର ଆତ୍ମବିଶ୍ବାସ ସଦୃଢ଼ ରହିଛି । ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଭାରତୀୟ ସ୍ପିନରଙ୍କୁ ନେଇ ନେଟ୍ ପ୍ରାକ୍ଟିସ କରିଛି କଙ୍ଗାରୁ ଦଳ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ନେଟ୍ସରେ ଫୁଲ ଦମ୍‌ରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ।

ଘରୋଇ ମାଟିରେ ଭାରତକୁ କିଭଳି ପରାସ୍ତ କରିହେବ ସେନେଇ ଭାରତ ମାଟିରେ ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ଜାରି ରଖିଛି କଙ୍ଗାରୁ ଟିମ । ସ୍ପିନିଂ ପିଚ୍‌ରେ ସ୍ପିନରଙ୍କୁ ନେଇ ପ୍ରାକ୍ଟିସ କରୁଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ବର୍ଷ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେଣୁ କଙ୍ଗାରୁ ଟିମ୍‌ ଏହି ସିରିଜରେ ଭାରତକୁ ମାତ୍ ଦେବା ନେଇ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.