ସେମି ଫାଇଟ୍: ଏହି କ୍ରିକେଟରଙ୍କ ଉପରେ ରହିବ ସମସ୍ତଙ୍କ ନଜର

author img

By

Published : Nov 7, 2022, 10:46 PM IST

ସେମିଫାଇନାଲରେ ଏହି କ୍ରିକେଟର ଉପରେ ରହିବ ସମସ୍ତଙ୍କ ନଜର

ଟି-୨୦ କେଉଁ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବେ ତାହାର ଚିତ୍ର ସ୍ପଷ୍ଟ ହୋଇଛି । ତେବେ ସେମିଫାଇନାଲରେ ଏହି ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟି-୨୦ କେଉଁ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବେ ତାହାର ଚିତ୍ର ସ୍ପଷ୍ଟ ହୋଇଛି । ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ । ଯଦି ଆମେ ସେମିଫାଇନାଲ କଥା ବିଚାର କରିବା ତାହେଲେ ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ ।

ଟି-୨୦ ବିଶ୍ବକପରେ ସର୍ବାଧିକ ରନ ସଂଗ୍ରହକାରୀ ହିସାବରେ ବିରାଟ କୋହଲିଙ୍କର ରେକର୍ଡ ରହିଛି । ସେହିପରି ଚଳିତ ଟି୨୦ ବିଶ୍ବକପରେ ବିରାଟ ସର୍ବାଧିକ ରନ ସ୍କୋରର ରହିଛନ୍ତି । ୫ ଟି ଇଂନିସରୁ ସେ ଏପର୍ଯ୍ୟନ୍ତ ୨୪୬ ରନ ସଂଗ୍ରହ କରି ଶୀର୍ଷରେ । ସେହିପରି ସବୁ ଦିଗକୁ ସଟ୍ ମାରୁଥିବା କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନଙ୍କ ଉପରେ ମଧ୍ୟ ସମସ୍ତେ ନଜର ରଖିବେ କାରଣ ଓପନିଂ ଯୋଡି ଫେଲ୍ ମାରିଲେ Sky ଦଳର ଭରସାଯୋଗ୍ୟ ବ୍ୟଟର ରହିଥାନ୍ତି । Sky ୨୦୨୨ ବିଶ୍ବକପରେ ୨୨୫ ରନ୍ କରିଛନ୍ତି ।

ସେହିପରି ଚଳିତ ବିଶ୍ବକପରେ ଶତକ ହାସଲ କରିଥିବା ଗ୍ଲେନ୍ ଫିଲିପ୍ସଙ୍କ ଉପରେ ମଧ୍ୟ ସମସ୍ତେ ନଜର ରଖିବେ । ସେ ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ୧୯୫ ରନ୍ କରିଛନ୍ତି ।

ତେଣୁ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ । ସେହିପରି ବୋଲିଂ ବିଭାଗରେ ଇଂଲଣ୍ଡର ସାମ୍ କରନ ଓ ଭାରତର ଅର୍ଶଦୀପ ସିଂହ ପାକିସ୍ତାନର, ସାଦବ ଖାନ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୦ ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ସେହିପରି ଇଂଲଣ୍ଡର ଅଲରାଉଣ୍ଡର ମାର୍କ ଉଡ୍ ମଧ୍ୟ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି । ସେ ଚାରୋଟି ମ୍ୟାଚରୁ ୯ ଟି ୱିକେଟ ନେଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୮ ଟି ୱିକେଟ ନେଇଛନ୍ତି । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.