ETV Bharat / sports

IND vs SL 2nd ODI: ସିରାଜ ଓ କୂଲଦୀପଙ୍କୁ ୩ଟି ଲେଖାଏଁ ୱିକେଟ, ସିରିଜ ଜିତିବାକୁ ଭାରତ ଆଗରେ ୨୧୬ ଟାର୍ଗେଟ

author img

By

Published : Jan 12, 2023, 4:48 PM IST

Updated : Jan 13, 2023, 2:42 PM IST

ଟିମ ଇଣ୍ଡିଆ ଆଗରେ ୨୧୬ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୯.୪ ଓଭରରେ ୨୧୫ ରନ କରି ଅଲ ଆଉଟ ହୋଇଛି । ଅଧିକ ପଢନ୍ତୁ

ୱିକେଟ ନେବା ପରେ ଉଲ୍ଲସିତ ଟିମ ଇଣ୍ଡିଆ
ୱିକେଟ ନେବା ପରେ ଉଲ୍ଲସିତ ଟିମ ଇଣ୍ଡିଆ

କୋଲକାତା : ଦ୍ବିତୀୟ ଦିନିକିଆରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବି । ଟିମ୍‌ ଇଣ୍ଡିଆ ଆଗରେ ୨୧୬ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଆଜି(ଗୁରୁବାର) ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୯.୪ ଓଭରରେ ୨୧୫ ରନ୍‌ କରି ଅଲ୍‌ ଆଉଟ ହୋଇଛି । ମହମ୍ମଦ ସିରାଜ ଓ କୂଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି । ଶ୍ରୀଲଙ୍କାର ନୁୱାନ୍ଦୁ ଫର୍ଣ୍ଣାଣ୍ଡୋ ସର୍ବାଧିକ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।

ଟସ ଜିତି ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ସିଂହଳୀ ଟିମ୍‌ । ହେଲେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଗରେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଥିଲା ଶ୍ରୀଲଙ୍କା । ନୁୱାନ୍ଦୁ ଫର୍ଣ୍ଣାଣ୍ଡୋ ସର୍ବାଧିକ ୫୦ ରନ୍‌ର ପାଳି ବଳରେ ଶ୍ରୀଲଙ୍କା ୨୦୦ ରନ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲା । ପ୍ରଥମ ୱିକେଟ ବେଳକୁ ଶ୍ରୀଲଙ୍କା ୫.୬ ଓଭରରେ ୨୯ ରନ କରିଥିଲା । ଏହାପରେ ନୁୱାନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ କୁଶଲ ମେଣ୍ଡିସଙ୍କ ଭାଗିଦାରୀ ବଳରେ ଦଳୀୟ ସ୍କୋର ବୋର୍ଡ ଆଗକୁ ବଢିଥିଲା । କୁଶାଲ ମେଣ୍ଡିସ ୩୪ ବଲରୁ ୩ଟି ଚୌକା ବଳରେ ୩୪ ରନ କରି ଆଉଟ୍‌ ହୋଇଥିଲେ । ମଇଦାନରେ ଧୀମା ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ ଫର୍ଣ୍ଣାଣ୍ଡୋ । ସେ ୬୩ ବଲରୁ ୬ଟି ଚୌକା ବଳରେ ୫୦ ରନ କରି ରନ ଆଉଟ ହୋଇଥିଲେ । ଧନଞ୍ଜୟ ଡି. ସିଲଭା ଖାତା ଖୋଲି ନପାରି ଶୂନରେ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ସେହିପରି ଅଭିଷ୍କା ଫର୍ଣ୍ଣାଣ୍ଡୋ ୨୦ ରନ୍‌, ଚରିଥ ଅଶଲଙ୍କା ୧୫ ରନ୍‌, ଅଧିନାୟକ ଦାସୁନ ଶନକା ୨ ରନ୍‌, ୱାନେନ୍ଦୁ ହସରଙ୍ଗା ୨୧ ରନ, ଦୁନିଥ ୱେଲେଜ ୩୨ ରନ୍‌, ଚମିକା କରୁଣାରତ୍ନେ ଓ ଲାହିରୁ କୁମାରା ୧୭ ରନ୍‌ କରିଥିଲେ ।

ଦ୍ବିତୀୟ ଦିନିକିଆରେ ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ମହମ୍ମଦ ସିରାଜ ଓ କୂଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଫାଷ୍ଟ ବୋଲର ଉମରାନ ମଲ୍ଲିକ ୨ ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ । ଭାରତ ୨୧୬ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି । ଆଜିର ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ୍‌ କବ୍‌ଜା କରିବ ।

Last Updated :Jan 13, 2023, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.