ETV Bharat / sports

ICC Test Rankings: କୋହଲିଙ୍କୁ ଟପିଲେ ରୋହିତ, ଟପରେ ରୁଟ୍

author img

By

Published : Sep 1, 2021, 3:14 PM IST

Updated : Sep 1, 2021, 4:39 PM IST

ଆଇସିସି ପକ୍ଷରୁ ଜାରି ହୋଇଛି ସଦ୍ୟ ଟେଷ୍ଟ ରାଙ୍କିଂ । ନୂଆ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଂରେ ପଞ୍ଚମ ସ୍ଥାନରେ ରୋହିତ ଶର୍ମା ପହଞ୍ଚିଥିବା ଷଷ୍ଠ ସ୍ଥାନକୁ ଖସି ପଡ଼ିଛନ୍ତି ବିରାଟ କୋହଲି । ଅଧିକ ପଢ଼ନ୍ତୁ...

ICC Test Rankings: ବିରାଟ କୋହଲିଙ୍କୁ ଟପି ପଞ୍ଚମ ସ୍ଥାନରେ ରୋହିତ ଶର୍ମା
ICC Test Rankings: ବିରାଟ କୋହଲିଙ୍କୁ ଟପି ପଞ୍ଚମ ସ୍ଥାନରେ ରୋହିତ ଶର୍ମା

ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ସଦ୍ୟ ଟେଷ୍ଟ ରାଙ୍କିଂ । ନୂଆ ରାଙ୍କିଂ ଅନୁଯାୟୀ ବିଶ୍ବର ସର୍ବଶ୍ରେଷ୍ଠ ୧୦ ଜଣ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦୁଇ ଭାରତୀୟ ରହିଛନ୍ତି । ତେବେ ଏହି ତାଲିକା ମୁତାବକ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି ଓପନର ରୋହିତ ଶର୍ମା । ନୂଆ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଂରେ ପଞ୍ଚମ ସ୍ଥାନରେ ରୋହିତ ଶର୍ମା ପହଞ୍ଚିଥିବା ଷଷ୍ଠ ସ୍ଥାନକୁ ଖସି ପଡ଼ିଛନ୍ତି ବିରାଟ କୋହଲି ।

ପୂର୍ବରୁ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଥିଲେ ରୋହିତ ଶର୍ମା ଓ ପଞ୍ଚମ ସ୍ଥାନରେ ରହିଥିଲେ ବିରାଟ କୋହଲି । ନୂଆ ଟେଷ୍ଟ ରାଙ୍କିଂ ଅନୁଯାୟୀ ଟେଷ୍ଟ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ' ରୁଟ୍ । ଦ୍ବିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ରହିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟରେ ରୋହିତ ଶର୍ମା ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ କୋହଲି ଅର୍ଦ୍ଧ ଶତକ ହାସଲ କରିଥିଲେ ସୁଦ୍ଧା ରୋହିତଙ୍କ ଠାରୁ କମ ରନ ସଂଗ୍ରହ କରିଛନ୍ତି । ଯାହା ଫଳରେ ସେ ଟେଷ୍ଟ ରାଙ୍କିଂରେ ଗୋଟିଏ ସ୍ଥାନ ତଳକୁ ଖସି ପଡ଼ିଛନ୍ତି ।

ଶେଷ ଥର ପାଇଁ ୨୦୧୫ ମସିହା ଡିସେମ୍ବର ମାସରେ ଟେଷ୍ଟ ରାଙ୍କିଂ ଟପରେ ରହିଥିଲେ ଜୋ' ରୁଟ୍ । ଏହାପରେ ପ୍ରଥମ ଥର ପାଇଁ ରୁଟ ଶୀର୍ଷରେ ରହିଛନ୍ତି । ଭାରତ ବିପକ୍ଷରେ ତୃତୀୟ ଟେଷ୍ଟ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ପଏଣ୍ଟ ମିଳିପାରିଛି । ରୋରି ବର୍ଣ୍ଣସ ୫ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛନ୍ତି । ଜନି ବେୟାରଷ୍ଟୋ ଦୁଇଟି ସ୍ଥାନ ଉପରକୁ ଉଠି ୭୦ତମ ସ୍ଥାନରେ ରହିଛନ୍ତି ।

ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିଅରର ସର୍ବଶ୍ରେଷ୍ଠ ରାଙ୍କିଂରେ ପହଞ୍ଚିଛନ୍ତି । ତୃତୀୟ ଟେଷ୍ଟରେ ସେ ପ୍ରଥମ ଇନିଂସରେ ୧୯ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ସେ ୫୯ ରନ କରିଥିଲେ । ଶେଷ ଥର ପାଇଁ ୨୦୧୭ ମସିହାରେ ଚେତେଶ୍ବର ପୂଜାରା କୋହଲିଠାରୁ ଶ୍ରେଷ୍ଠ ରାଙ୍କିଂ ରହିଥିଲେ । ଏହାପରେ ପ୍ରଥମ ଥର ପାଇଁ କୋହଲିଙ୍କଠାରୁ ଗୋଟିଏ ସ୍ଥାନ ଉପରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା ।

ଟେଷ୍ଟ ବୋଲର ତାଲିକାରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଜେମସ ଆଣ୍ଡରସନ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2021, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.